ମନ୍ଦିରରୁ ଚୋରି କରି ସେହିଠାରେ ଶୋଇଗଲେ ଚୋର, ସକାଳୁ ପୋଲିସ ଉଠାଇବାରୁ କହିଲେ-ଶୋଇବାକୁ ଦିଅ, ଥଣ୍ଡା ଲାଗୁଛି।

ମନ୍ଦିରକୁ ଚୋରି ଉଦେଶ୍ୟରେ ପଶିଥିବା ବଦମାସ ମନ୍ଦିରରେ ଥିବା ଜିନିଷକୁ ଏକ ଥଳିରେ ବାନ୍ଧିଥିଲେ ଏବଂ ସେହିଠାରେ ଶୋଇ ପଡ଼ିଥିଲେ। ସକାଳୁ ଯେତେବେଳେ ପୋଲିସ ତାଙ୍କୁ ଉଠାଇଲେ ତ ବଦମାସ ଜଣଙ୍କ କହିଥିଲେ ଥଣ୍ଡା ଲାଗୁଛି, ଶୋଇବାକୁ ଦିଅ।ସେବାୟତ ଜଣାଇଛନ୍ତି ଏହା ମାଆଙ୍କର ଚମତ୍କାର ଅଟେ, ଏଥିପାଇଁ ମନ୍ଦିରରେ ଚୋରି ପରି କିଛି ଘଟଣା ହୋଇପାରେ ନାହିଁ। ଏହି ଘଟଣାଟି ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାର ଅଟେ।

Google

ଶାଜାପୁରର ଲାଲବାଈ ଫୁଲବାଈ ମନ୍ଦିରରୁ ଚୋର ଚୋରୀ କରିବା ପାଇଁ ପ୍ରୟାସ କରିଥିଲେ। ରାତିରେ ଚୋର ସେବାୟତଙ୍କ କୋଠରୀର ତ୍ରିଶୂଳ ସାହାଯ୍ୟରେ ତାଲା ଭାଙ୍ଗି କୋଠରୀରେ ଥିବା ସମସ୍ତ ଜିନିଷ ପତ୍ର ଏକ ମୁଣିରେ ବାନ୍ଧି ଦେଇଥିଲେ, ଯାହା ପରେ ତାଙ୍କୁ ନିଦ ଲାଗି ଯାଇଥିଲା।

Google

ସକାଳୁ ଯେତେବେଳେ ମନ୍ଦିରର ସେବାୟତ ମନ୍ଦିରରେ ପହଞ୍ଚିଥିଲେ ତ ସେ ଦେଖିଥିଲେ କି ମନ୍ଦିରରେ ତ୍ରିଶୂଳ ନାହିଁ ଏବଂ ପାଖରେ ଥିବା କୋଠରୀର ତାଲା ଭାଙ୍ଗିଯାଇଛି ଏବଂ କବାଟ ଭିତରୁ ବନ୍ଦ ହୋଇଛି।

Google

ଏହାର ସୂଚନା ସେ ୧୦୦ ନମ୍ବରକୁ ଦେଇଥିଲେ। ଖବର ପାଇବା ମାତ୍ରେ ହିଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ଏବଂ ସେବାୟତଙ୍କ କୋଠରୀର ଭିତରୁ ବନ୍ଦ ଥିବା କବାଟକୁ ଖୋଲିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବଦମାସ ଜଣଙ୍କ କବାଟ ଖୋଲି ନଥିଲେ। ଏହାପରେ ପୋଲିସ କବାଟକୁ ଭାଙ୍ଗି ଦେଇଥିଲେ।

Google

ଯେମିତି ପୋଲିସ ସେବାୟତଙ୍କ କୋଠରୀରେ ପହଁଞ୍ଚିଥିଲେ ତ ଦେଖିଥିଲେ କି ଖଟ ଉପରେ ଜଣେ ବ୍ୟକ୍ତି ଶୋଇଛନ୍ତି। ପୋଲିସ ତାଙ୍କୁ ଉଠାଇବାରୁ ସେ କହିବାକୁ ଲାଗିଥିଲେ କି ଥଣ୍ଡା ବହୁତ ଲାଗୁଛି ମୋତେ ଶୋଇବାକୁ ଦିଅ। ପୋଲିସଙ୍କ କହିବା ଅନୁସାରେ ମନ୍ଦିରରୁ ଚୋରି କରି ସେହି ବ୍ୟକ୍ତି ଜିନିଷପତ୍ର ସବୁକୁ ମୁଣିରେ ରଖିଥିଲେ କିନ୍ତୁ ଥଣ୍ଡା ଅଧିକ ହେବା କାରଣରୁ ତାଙ୍କୁ ନିଦ ସେହିଠାରେ ହିଁ ଲାଗିଯାଇଛି। ପୋଲିସ ମାନୁଛନ୍ତି କି ସେହି ବ୍ୟକ୍ତି ମାନସିକ ସ୍ତରରେ ଦୁର୍ବଳ ଅଟେ। ଏଥିପାଇଁ ପୋଲିସ ପଚରାଉଚରା କରିବା ପରେ ସେହି ବ୍ୟକ୍ତିଙ୍କୁ ଛାଡ଼ି ଦେଇଥିଲେ।

Google

ସେବାୟତ ଜଣାଇଛନ୍ତି କି ଶାଜାପୁର ନଗରର ଅତି ପ୍ରାଚୀନ ମନ୍ଦିର ଭାବରେ ଶୁମାର ଲାଲବାଈ ଫୁଲବାଈ ମନ୍ଦିରକୁ ଚମତ୍କାର ପାଇଁ ଜଣାଇଥାଏ। ମନ୍ଦିରର ସେବାୟତ ମୋହିତ ରାଠୋର ଜଣାଇଛନ୍ତି କି ମନ୍ଦିରରେ ଏହା ପୂର୍ବରୁ ବି କେତେଥର ଚୋରିର ପ୍ରୟାସ ହୋଇଛି କିନ୍ତୁ କେବେବି ବଦମାସ ମାନେ ମନ୍ଦିରରୁ ଚୋରି କରିବାରେ ସଫଳ ହୋଇନାହାନ୍ତି। ପୂର୍ବରୁ ବି ଜଣେ ବଦମାସ ମନ୍ଦିରରୁ ଖଣ୍ଡା ଏବଂ ଘଣ୍ଟି ଚୋରି କରିନେଇଥିଲେ, ଯାହା ଘଟଣାର ୨ଦିନ ପରେ ପୁଣି ମନ୍ଦିର ପରିସରରେ ହିଁ ମିଳିଥିଲା।

Google

ଏହି ପ୍ରକାରରେ ବି କାଲି ରାତିରେ ଚୋରିର ପ୍ରୟାସ ବଦମାସ ଦ୍ଵାରା କରାଯାଇଥିଲା। ସେ ଚୋରି ଉଦେଶ୍ୟରେ ମନ୍ଦିରର ସବୁ ଜିନିଷକୁ ଏକ ମୁଣିରେ ଭର୍ତ୍ତିକରି ବାନ୍ଧି ଦେଇଥିଲେ କିନ୍ତୁ ମାତା ରାଣୀଙ୍କ ଚମତ୍କାର ହେଉଛି କି ତାଙ୍କୁ ନିଦ ଲାଗିଗଲା ଯାହାଦ୍ଵାରା ସେ ଚୋରି କରିବାରେ ଅସଫଳ ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *