ତିନିବର୍ଷର ଛୁଆ ପେଟରେ ପାଳିଥିଲା ସାପ ପରି ଲମ୍ବା ଜନ୍ତୁର ଗୁଚ୍ଛ, ଏହାଦେଖି କାବା ହୋଇ ରହିଗଲେ ଡାକ୍ତର

ଆମର ପେଟରେ ଯଦି ଟିକିଏ ବି ଗ୍ୟାସ ହୋଇଯାଏ, ଅଥବା ଟିକିଏ ବି କଷ୍ଟ ହୁଏତ ଆମେ ବିଚଳିତ ହୋଇ ପଡୁଛେ। ପେଟ ସମସ୍ୟା ବହୁତ କଷ୍ଟଦାୟକ ହୋଇଥାଏ। ଏହି କଥା ୫ବର୍ଷର ପିଲାଠାରୁ ଅଧିକ ଭଲରେ କେହି ଜାଣି ପାରିବେ ନାହିଁ। ଅର୍ଥାତ୍, ରାଜସ୍ଥାନରେ ରହୁଥିବା ଏଇ ପିଲା ପୂର୍ବ ୧ବର୍ଷରୁ ପେଟ ଯନ୍ତ୍ରଣାର ସମସ୍ୟାରେ ବିରକ୍ତି ହେଉଥିଲା। ଯେତେବେଳେ ଡାକ୍ତରଙ୍କୁ ଦେଖାଇଲେ, ତ ସେ ଏକ ସର୍ଜରୀ କରିବା ପାଇଁ କହିଲେ। ଯାହାପରେ ଅପରେସନ କରୁଥିବା ଡାକ୍ତର ମାନଙ୍କ ଆଖି ଖୋଲାହୋଇ ରହିଗଲା। ଏହି ପିଲାର ପେଟରେ ୧-୨ ନୁହେଁ ବରଂ ୩ ଫୁଟ ଲମ୍ବା ଆକାରର ସାପର ଗୁଚ୍ଛ ବାହାରିଲା। ଯାହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ।

ଧ୍ୟାନରେ ଦେଖନ୍ତୁ ଏହି ଫଟୋକୁ। ସାପପରି ଦେଖା ଯାଉଥିବା ଏହି ଭୟାବହ ବସ୍ତୁ ଆଉ କିଛି ନୁହେଁ ବରଂ ଛୁଆର ପେଟରୁ ବାହାରିଥିବା ଗଣ୍ଠି।

କେତେଥର ଡାକ୍ତରଙ୍କୁ ଦେଖେଇବା ପରେ ବି ଏହି ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ଏମିତି କିଛି ସମୟ କଷ୍ଟ ହେବାପରେ ପୁଣି ଠିକ୍ ହୋଇଯାଇଥିଲା କିନ୍ତୁ ଥରକୁ ଥର ଏମିତି କଷ୍ଟ ହେଉଥିଲା।

ଏହି କାରଣରୁ ସେ ବହୁତ ଦୁର୍ବଳ ହୋଇଗଲା ଏବଂ ଖାଇବାପିଇବା ବହୁତ କମିଗଲା। ଚିନ୍ତିତ ପିତାମାତା ତାକୁ ନେଇ ଡାକ୍ତର ବିଏନ୍ ମାହେଶ୍ଵରୀଙ୍କ ପାଖକୁ ଯାଇଥିଲେ।

ସେମାନେ ପରୀକ୍ଷା କରି ଜାଣିଲେ କି ପେଟରେ ଏକ ଗଣ୍ଠି ଅନୁଭବ ହେଉଛି। ଏହାପରେ ସେମାନେ ପିଲାଟିକୁ କୋଟାର ଡାକ୍ତର ସମୀର ମେହେତାଙ୍କ ପାଖକୁ ରେଫର୍ କରିଥିଲେ। ଏହାପରେ ଡାକ୍ତର ଏକ ସର୍ଜରୀ କରିବା ପାଇଁ କହିଥିଲେ।

ଯେତେବେଳେ ଏହି ପିଲାଟିର ଅପରେସନ ହେଲାତ ଡାକ୍ତର ଆଶ୍ଚର୍ଯ୍ୟ ହୋଇ ରହିଗଲେ।ତା ପେଟରୁ ସାପଭଳି ଦେଖା ଯାଉଥିବା ସୂତାରେ ତିଆରି ପାଖାପାଖି ୩ ଫୁଟ ଲମ୍ବା ଗୁଚ୍ଛ ବାହାରିଲା।

ଏହି ଗଣ୍ଠିକୁ ପରୀକ୍ଷା କରିବା ପାଇଁ ପଠାଯାଇଛି। ସେଠାରେ ପିଲାଟିର ଅବସ୍ଥା ପାଖାପାଖି ଭଲ ବୋଲି କୁହାଯାଉଅଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *