ଭାଇରଲ ହେଲା ଟ୍ରାଫିକ ପୋଲିସଙ୍କ ନିନ୍ଦନୀୟ କାରନାମାର ଭିଡ଼ିଓ, ଦେଖନ୍ତୁ ଭିଡ଼ିଓ

ଦେଶରେ ସବୁଠି ଗୋଟିଏ ସାଧାରଣ ଆଇନ ପ୍ରଣୟନ ହୋଇଥାଏ । ସେହିପରି ଦେଶର ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ପୋଲିସ ର ରହିଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରୁଥିବା ପୋଲିସ ଯେପରି ନାହାଁନ୍ତି କହିଲେ ଚଳେ । ସବୁଠି ଦୁର୍ନୀତି ହିଁ ଦୁର୍ନୀତି । ଆଜିକାର ଏହି ଲେଖାରେ ଆମେ ଭାଇରଲ ହୋଇଥିବା କିଛି ଟ୍ରାଫିକ ପୋଲିସ ଙ୍କ ନିନ୍ଦନୀୟ କାରନାମା ବିଷୟରେ କହିବୁ ।

୧ . ପ୍ରଥମ ଭିଡ଼ିଓ ଅନୁଯାୟୀ ଜଣେ ଟ୍ରାଫିକ ପୋଲିସ ଏକ ଟ୍ରକ ଡ୍ରାଇଭର ସହିତ କଥା ହେଉଥିବାର ଦେଖା ଯାଇଛି । ଡ୍ରାଇଭର ଟି ଦୂରରେ ଗାଡ଼ି ଛିଡ଼ା କରି ପୋଲିସ ସହିତ କଥା ହେବାରେ ଲାଗିଛି । ଅନେକ ସମୟ ଧରି କଥା ହେବା ପରେ ଡ୍ରାଇଭର ପୋଲିସ ହାତରେ କିଛି ଜିନିଷ ଦେଇଛି ଯାହାକୁ ପୋଲିସ ସଙ୍ଗେ ସଙ୍ଗେ ପକେଟ ରେ ପୁରାଇ ଦେଇଛି । ଏହି ସବୁ ଘଟଣାକୁ ଟ୍ରକ ରେ ଥିବା ଅନ୍ୟ ଜଣେ ଲୋକ ରେକର୍ଡ଼ ମଧ୍ୟ କରି ନେଇଛି ।

୨ . ଦ୍ୱିତୀୟ ଭାଇରଲ ଭିଡ଼ିଓ ଅନୁଯାୟୀ ଜଣେ ମହାରାଷ୍ଟ୍ର ପୋଲିସ ର ଭିଡ଼ିଓ ଖୁବ ଭାଇରଲ ହୋଇଥିଲା । ସେ ଜଣେ ପିଲା ର ଗାଡ଼ିରୁ ବାଇକ ଚାବି ନେଇ ଯାଇଥିଲେ । ତେବେ କିଛି ସମୟ ଯୁକ୍ତି ତର୍କ ପରେ ପିଲାଟି ପୋଲିସ କୁ କିଛି ଟଙ୍କା ଧରାଇ ଦେଇଥିଲା ଯାହାକି ପୋଲିସ ସଙ୍ଗେ ସଙ୍ଗେ ପକେଟ ରେ ପୁରାଇ ଦେଇଥିଲା । ଏହି ଦୃଶ୍ୟ କୁ ମଧ୍ୟ ସେଠାରେ ଅନ୍ୟ ଜଣେ ବ୍ୟକ୍ତି ରେକର୍ଡ଼ କରି ନେଇଥିଲେ ।

୩ . ମହାରାଷ୍ଟ୍ର ର ଆଉ ଏକ ଭାଇରଲ ଭିଡ଼ିଓ ଅନୁଯାୟୀ ଜଣେ ପିଲା ଟ୍ରାଫିକ ପୋଲିସ କୁ ତିନି ଚାରୋଟି ୨୦ ଟଙ୍କିଆ ନୋଟ ଧରାଇ ଦେଇଥିଲେ ଯାହାକୁ ପୋଲିସ କିଛି ନକହି ପକେଟ ରେ ପୁରାଇ ଦେଇଥିଲା । ଏହି ଭିଡ଼ିଓ କୁ ସେହି ବ୍ୟକ୍ତି ଜଣକ ନିଜେ ରେକର୍ଡ଼ କରିଥିଲେ ।

୪ . ଚତୁର୍ଥ ଭିଡ଼ିଓ ଅନୁଯାୟୀ ଦୁଇଜଣ ମହିଳା ପୋଲିସ ଏକ ସ୍କୁଟି ଚଳାଇ ଯାଉଥିଲେ । କଥା ସେଇଠି ନୁହେଁ ବାସ୍ତବରେ ସେମାନେ ବିନା ହେଲମେଟ ରେ ଯାଉଥିଲେ । ତେଣୁ ପଛରୁ ଆସୁଥିବା ଜଣେ ବ୍ୟକ୍ତି ସେମାନଙ୍କୁ କାରଣ ପଚାରିବା ସହିତ ଭିଡ଼ିଓ ମଧ୍ୟ ରେକର୍ଡ଼ କରିଥିଲେ । ଏଥିରେ ମହିଳା ପୋଲିସ ଉଭୟ ବ୍ୟକ୍ତିଙ୍କ ସହିତ ଖରାପ ବ୍ୟବହାର କରିଥିଲେ ।

ତେବେ ଏହିସବୁ ଘଟଣା ରୁ ଆପଣ ମାନେ ଜାଣି ପାରୁଥିବେ ଯେ କିପରି ଭାବରେ ରକ୍ଷକ ଭକ୍ଷକ ସାଜିଛି । ଲୋକଙ୍କୁ ଅଧିକାଂଶ ପୋଲିସ ହିଁ ଶୋଷଣ କରିବାରେ ଲାଗିଛନ୍ତି । ଯାହାକି ଆପଣ ମାନେ ଏହି ଭାଇରଲ ଭିଡ଼ିଓ ଜରିଆରୁ ଜାଣି ପାରୁଥିବେ ।

Leave a Reply

Your email address will not be published. Required fields are marked *