ସିଂହ ସାମ୍ନାରେ ମହିଳା କରୁଥିଲେ ଏପରି ଡାନ୍ସ , ଆଉ ତାପର ଘଟିଲା ଏପରି ଭୟଙ୍କର ଘଟଣା , ଦେଖନ୍ତୁ ଭିଡିଓ :-

ବର୍ତ୍ତମାନ ସମୟଟି କହିବାକୁ ଗଲେ ସୋସିଆଲ ମିଡ଼ିଆ ଯୁଗ । କାରଣ ବର୍ତ୍ତମାନ ମଣିଷ ନିଜର ଜୀବନରେ ଯାହାବି କିଛି ଘଟୁଛି ତାହା ସୋସିଆଲ ମିଡ଼ିଆରେ ମଣିଷ ନିଜେ ସମସ୍ତଙ୍କ ସହିତ ସେୟାର କରୁଛି । ତେବେ ଅନେକ ସମୟରେ ମଣିଷ ସହିତ କିଛି ଭଲ ଘଟଣା ଘଟିଥାଏ ଆଉ କିଛି ଦୁର୍ଘଟଣା ଘଟିଥାଏ ଯାହା ସୋସିଆଲ ମିଡ଼ିଆ ଜରିଆରେ ଭାଇରଲ ହୋଇଥାଏ । ସେଥିମଧ୍ୟରୁ କିଛି ଦୃଶ୍ୟ ଖୁବ ଭୟଙ୍କର ହୋଇଥାଏ ।

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିପରି ଏକ ଭୟଙ୍କର ଭାଇରଲ ଭିଡ଼ିଓ ସମ୍ବନ୍ଧରେ କହିବୁ ଯାହାକୁ ଦେଖିଲେ ଆପଣ ଭୟଭୀତ ତ ହେବେ ସତ କିନ୍ତୁ ହସିବେ ମଧ୍ୟ । ସେହି ଭିଡ଼ିଓ ରେ ଜଣେ ମହିଳା ସାହସ ର ସହିତ ସିଂହ ସାମ୍ନାରେ ନାଚୁଥିବାର ଦେଖା ଯାଇଛି । ତାପରେ କିଛି ଏପରି ଘଟଣା ଘଟିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସେହି ଘଟଣା ସମ୍ବନ୍ଧରେ ଜାଣିବା ପାଇଁ ଆମ ଲେଖାଟିକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା ଟି ନ୍ୟୁୟର୍କର ବ୍ରୋଙ୍କସ ଚିଡିଆଖାନା ର ଅଟେ । ସେହି ଚିଡିଆଖାନା ରେ ଗତ ଶନିବାର ଦିନ ଏହିପରି ଏକ ଘଟଣା ଘଟିଛି । ସେହି ଚିଡିଆଖାନା ରେ ଏକ ସିଂହ ର ଖୁଆଡ଼କୁ ଜଣେ ମହିଳା ପଶିଛନ୍ତି ତାହା ପୁଣି ଚାରିପାଖରେ ଥିବା ପାଚେରୀ କୁ ଡେଇଁ ମହିଳା ଜଣକ ପଶି ଯାଇଥିଲେ । ସାଧାରଣ ଭାବରେ ଜଣେ ହିଂସ୍ର ଜନ୍ତୁ ଆଗରେ ମଣିଷ ତିଷ୍ଠି ପାରେ ନାହିଁ କାରଣ ସେହି ସମୟ ତା ଜୀବନର ଶେଷ ସମୟ ହୋଇଥାଏ ।

ତେବେ ଯେତେବେଳେ ମହିଳା ଜଣକ ତା ଭିତରକୁ ପଶି ଥିଲେ ସେତେବେଳେ ସିଂହଟି ତାଙ୍କ ସାମ୍ନାରେ ଥିଲା । କିନ୍ତୁ ମହିଳା ଜଣକ କିଛି ସମୟ ସିଂହର ମୁଁହକୁ ଚାହିଁବା ପରେ ଡାନ୍ସ କରିବା ଆରମ୍ଭ କରି ଦେଇଥିଲେ । ଯାହାକୁ ସିଂହଟି ଶାନ୍ତ ହୋଇ ଚାହିଁ ରହିଥିଲା । ମହିଳାଙ୍କୁ କିଛି ବି କ୍ଷତି ପହଞ୍ଚାଇ ନଥିଲା । ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

କାରଣ ଏମିତିରେ ସିଂହ କୁ ଜଙ୍ଗଲ ର ରାଜା କୁହାଯାଏ ଯାହା ଆଗକୁ ମଣିଷ ଆସିଲେ ମୃତ୍ୟୁ ସୁନିଶ୍ଚିତ । ତେବେ ଏହି ମହିଳା ଜଣକ ଏପରି ଡାନ୍ସ କରିବା ଦ୍ୱାରା କିପରି ସିଂହଟି ଶାନ୍ତ ହୋଇ ଚାହିଁ ରହିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମିଡିଆରେ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି ଏବଂ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *