ମୃତ୍ୟୁ ପୂର୍ବରୁ ମିଳିଥାଏ ଭଗବାନଙ୍କ ଏହି ୧୦ ଟି ସଂକେତ, କଣ ଏହି ସଂକେତ ସବୁ ଜାଣନ୍ତୁ ଏହି ବିଷୟରେ।

ମୃତ୍ୟୁ କେତେବେଳେ ଆସିବ ଏବଂ କେଉଁ ସମୟରେ ଆସିବ ସେହି ବିଷୟରେ କେହି ଜାଣି ନାହାଁନ୍ତି। ତେବେ ମିଥ୍ୟାର ଏହି ଜଗତରେ ମୃତ୍ୟୁ ହିଁ ଏକମାତ୍ର ସତ୍ୟ ଅଟେ। ଜନ୍ମ ନେଇଛି ମାନେ ମୃତ୍ୟୁ ମଧ୍ୟ ଆସିବ। ସ୍ୱୟଂ ଭଗବାନ ବିଷ୍ଣୁ ଯେତେଥର ମନୁଷ୍ୟ ରୂପ ଧାରଣ କରିଛନ୍ତି ସେ ମଧ୍ୟ ମୃତ୍ୟୁର ସାମ୍ନା କରିଛନ୍ତି। ହେଲେ ଆଜି ଆମେ ଏହା ସହ ଜଡିତ ଏକ ଖବର ବିଷୟରେ କହିବାକୁ ଯାଇଛୁ ଯାହାକି ଆପଣ ଆଗରୁ କେବେ ବି ଜାଣି ନଥିବେ।

ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ମୃତ୍ୟୁ ଆସିବା ପୂର୍ବରୁ କିଛି ସଂକେତ ଦେଇଥାଏ। ତେବେ ଏହି କଥା ଆମେ କହୁ ନାହୁଁ ବରଂ ଶିବ ପୁରାଣରେ ଲେଖା ଯାଇଛି। ଏହି ସଙ୍କେତ ଜାଣି କେହି ବି ବ୍ୟକ୍ତି ମୃତ୍ୟୁ ସମ୍ବନ୍ଧରେ ଜାଣି ପାରିବ। ଆଜି ଆମେ ଶିବପୁରାଣ ସଙ୍କେତ ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଶିବପୁରଣ ସହିତ ଜଡିତ କେତେକ ସଙ୍କେତ ବିଷୟରେ।

ତେବେ ଆପଣ ମାନେ ଜାଣିଛନ୍ତି ଯେ ମୃତ୍ୟୁ ସାଧାରଣତଃ ଦୁଇ ପ୍ରକାର ଦେଖିବାକୁ ମିଳିଥାଏ। ପ୍ରାକୃତିକ ମୃତ୍ୟୁ ଏବଂ ମନୁଷ୍ୟକୃତ ମୃତ୍ୟୁ। ଯେଉଁ ମୃତ୍ୟୁ ମନୁଷ୍ୟ ଯୋଗୁଁ ଘଟିଥାଏ ତେବେ ତାହାକୁ ମନୁଷ୍ୟ କୃତ ମୃତ୍ୟୁରେ ଗଣା ଯାଇଥାଏ। ତେବେ ଏହା ପୂର୍ବରୁ କୌଣସି ସଂକେତ ମିଳି ନଥାଏ। ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ମୃତ୍ୟୁର କିଛି ସମୟ ପୂର୍ବରୁ ଶରୀରରେ ଅନେକ ଲକ୍ଷଣ ଦେଖାଯିବା ଆରମ୍ଭ କରିଦିଏ ଯାହାକି ଶିବ ପୁରାଣରେ ଉଲ୍ଲେଖ ରହିଛି।

ଜଣେ ବ୍ୟକ୍ତି ତାଙ୍କ ଛାୟା ସହିତ ଜନ୍ମ ହୁଏ କିନ୍ତୁ କୁହାଯାଏ ଯେ ଯେତେବେଳେ ମୃତ୍ୟୁ ନିକଟତର ହୁଏ ସେତେବେଳେ ଛାୟାର ମଧ୍ୟ ମୃତ୍ୟୁ ଘଟିଥାଏ। ମନେକର ଯଦି ଜଣେ ବ୍ୟକ୍ତି ଛାଇକୁ ପାଣିରେ, ଘରେ, ଦର୍ପଣରେ ଏବଂ ତେଲରେ ଦେଖେ ନାହିଁ ତେବେ ବୁଝି ଯିବେ ଯେ ମୃତ୍ୟୁ ଆସି ଯାଇଛି।

ପ୍ରାକୃତିକ ମୃତ୍ୟୁ ଅବସ୍ଥାରେ ମୃତ୍ୟୁର କିଛି ସମୟ ପୂର୍ବରୁ ମଣିଷ ସୂର୍ଯ୍ୟ ଏବଂ ଚନ୍ଦ୍ରର କଳା ରେଖା ଦେଖିବା ଆରମ୍ଭ କରେ। କେବଳ ସେତିକି ନୁହେଁ ଅଗ୍ନି ଶିଖା ମଧ୍ୟ କଳା ଦେଖିବା ଆରମ୍ଭ କରି ଦିଏ। ଯଦି ଏହା ଘଟେ ତେବେ ଏହା ମୃତ୍ୟୁର ଅତି ନିକଟତର ହେବାର ସଙ୍କେତ ଅଟେ। ତେବେ ଏହି ସମୟରେ ଭଗବାନଙ୍କ ନାମ ଜପିବା ଉଚିତ।

ଯେତେବେଳେ ମୃତ୍ୟୁ ଅତି ନିକଟତର ହୁଏ ସେତେବେଳେ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ମୃତ୍ୟୁ ଆସିବା ସମୟରେ ଶରୀର ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଏ। ଶରୀରର ବାମ ଅଂଶ ଫାଟିଯିବା ଆରମ୍ଭ କରେ। ଆତ୍ମା ନାଭି ଚକ୍ରକୁ ଭାଙ୍ଗି ଶରୀରରୁ ବାହାରିବା ଆରମ୍ଭ କରେ, ଏହା ଆଖି, ନାକ ଏବଂ କାନର ଶକ୍ତି ମଧ୍ୟ ହ୍ରାସ କରେ। ତେବେ ଏହି ସବୁ ସଂକେତ ମୃତ୍ୟୁ ପୂର୍ବରୁ ଆସିଥାଏ।

Leave a Reply

Your email address will not be published. Required fields are marked *