ଏହି ୭ ଟି ଲକ୍ଷଣରୁ ଜଣାପଡେ ଶନିଦେବ ଆପଣଙ୍କ ଉପରେ ରୁଷ୍ଟ ଅଛନ୍ତି। ତେବେ ଆସନ୍ତୁ ଜାଣିବା

ଭଗବାନ ଶନିଦେବ ଯିଏ ନ୍ୟାୟର ଦେବତା ଅଟନ୍ତି।ଏହି ସମସ୍ତ ସୃଷ୍ଟିର ପ୍ରାଣି ମାନଙ୍କୁ ତାଙ୍କର କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି। ଶନିଦେବ ସୂର୍ଯ୍ୟଦେବ ତଥା ମା ଛାୟାଙ୍କର ପୁତ୍ର ଅଟନ୍ତି। ୯ ଟି ଗ୍ରହ ମଧ୍ୟରେ ଶନି ହିଁ ଏମିତି ଗ୍ରହ ଅଟନ୍ତି ଯାହାକୁ ସବୁଠୁ କୃର ଏବଂ ଉଗ୍ର ମାନାଯାଇଥାଏ। ହିନ୍ଦୁ ଧର୍ମରେ ଶନିବାର ଶନିଦେବଙ୍କୁ ସମର୍ପିତ ହୋଇଥାଏ। ଏହି କାରଣରୁ ପ୍ରାଚୀନ କାଳରୁ ହିଁ ଋଷି ମୁନି ଶନିବାର ଦିନ ଶନିଦେବଙ୍କର ପୁଜା ଆରାଧନା କରି ଆସୁଛନ୍ତି।

ଶନିଙ୍କ ସାଢେସାତ ଅଥବା ଶନିଙ୍କ ଅଢେ଼ଇ ନାମ ଶୁଣିବା ମାତ୍ରେ ଭଲ ଭଲ ଜାତକ ଉପରେ ପ୍ରତିକୂଳ ମୋନବୈଜ୍ଞନିକ ପ୍ରଭାବ ପଡ଼ିଥାଏ କିନ୍ତୁ ଯେଉଁ ପ୍ରକାରରେ ଶନିଦେବ ଦୁଷ୍ଟଙ୍କୁ ଦଣ୍ଡ ଦେଇଥାନ୍ତି ସେହି ପ୍ରକାରରେ ଶନିଦେବ ଭଲ ଲୋକମାନଙ୍କୁ ଯଶ, ଧନ ଏବଂ ସମ୍ମାନ ଦେଇଥାନ୍ତି। ଶନିଦେବ ସନ୍ତୁଳନ ଏବଂ ନ୍ୟାୟର ଦେବତା ଅଟନ୍ତି। ଶନି ଧର୍ମ, କର୍ମ ଏବଂ ନ୍ୟାୟର ପ୍ରତୀକ ଅଟନ୍ତି।

ଶନିଦେବଙ୍କ କୃପାରୁ ହିଁ ବ୍ୟକ୍ତିଙ୍କୁ ଧନ ସମ୍ପତ୍ତି ବୈଭବ ଏବଂ ମୁଖ୍ୟ ପ୍ରାପ୍ତି ହୋଇଥାଏ।ଶନି ପାପି ଏବଂ ଦୁରାଚାରି ପ୍ରାଣୀ ମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଦାୟକ ଅଟନ୍ତି। ଶନିଙ୍କ ଦଶା ଆସିବା ମାତ୍ରେ ବ୍ୟକ୍ତିର ଜୀବନରେ କେତେ ସବୁ ଉଚ୍ଚ ନୀଚ ଦେଖିବାକୁ ମିଳିଥାଏ। ଏବଂ ତାଙ୍କର ଜୀବନ ବହୁତ ସଂଘର୍ଷ ମୟ ହୋଇଯାଏ। ପରନ୍ତୁ କିଛି ମନୁଷ୍ୟ ମାନଙ୍କ ପାଇଁ ଶନି ଶ୍ରେଷ୍ଠ ଫଳଦାୟକ ହୋଇଥାନ୍ତି।

ସୂର୍ଯ୍ୟଦେବଙ୍କ ପୁତ୍ର ଶନି ବୃଦ୍ଧ ଲୋକର ଏମିତି ସ୍ୱାମୀ ହୋଇଥାନ୍ତି ଯିଏ ବ୍ୟକ୍ତିର ଭଲ ଏବଂ ଖରାପ କର୍ମର ଆଧାରରେ ତାକୁ ଦଣ୍ଡ ଅବଶ୍ୟ ଦେଇଥାନ୍ତି। ଏବଂ ତାଙ୍କୁ ସୁଧୁରିବା ପାଇଁ ପ୍ରେରିତ କରିଥାନ୍ତି। ଶାସ୍ତ୍ର ଅନୁସାରେ ଯଦି ବ୍ୟକ୍ତିର ଜୀବନରେ ଏମିତି ଘଟଣା ଘଟୁଥାଏ ତ ସେହି ବ୍ୟକ୍ତି ଏହା ବୁଝିଜିବା ଉଚିତ ଯେ ତାଙ୍କ ଉପରେ ଶନିଦେବ ରୁଷ୍ଠ ଅଛନ୍ତି।

ଏବଂ ତାଙ୍କୁ ତୁରନ୍ତ ହିଁ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଉପାୟ କରିବା ଦରକାର।ଏବଂ ଶନିଙ୍କର ଏହି ମାୟା ଚକ୍ରରୁ ମୁକ୍ତି ପାଇନେବା ଦରକାର। ଆସନ୍ତୁ ଆପଣଙ୍କୁ ଜଣେଇବୁ ଯେବେ ଶନିଦେବ ଯେଉଁ ବ୍ୟକ୍ତି ଉପରେ ରୁଷ୍ଠ ହୁଅନ୍ତି ତ ସେହି ବ୍ୟକ୍ତି ସହିତ କଣ ଘଟିଥାଏ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ।

ମାର୍ଗରୁ ଓହରି ଯିବା:

ଯେଉଁ ବ୍ୟକ୍ତିଙ୍କ ଜୀବନରେ ପରାଜୟ ଲେଖା ହୋଇଥାଏ ଇଶ୍ଵର ତାଙ୍କର ବୁଦ୍ଧିକୁ ପୁର୍ବରୁ ହିଁ ହରି ନେଇଥାନ୍ତି। ଏଥିପାଇଁ ସେହି ବ୍ୟକ୍ତିକୁ ଭଲ କଥା ଦେଖା ଯାଇନଥାଏ। ସେ କେବଳ ଖରାପ ହିଁ ଖରାପ ଦେଖିବାକୁ ପାଇଥାଏ। ଅର୍ଥାତ ତାର ପୁର୍ବରୁ କରିଥିବା ପାପ କର୍ମର ଆଧାରରେ ଶନିଦେବ ମଣିଷର ବୁଦ୍ଧିକୁ ହରି ଦେଇଥାନ୍ତି। ଯେମିତି ତାକୁ ଆଗକୁ ବଢିବା ପାଇଁ କୌଣସି ବି ମାର୍ଗ ଦେଖା ଯାଇନଥାଏ। ସେ ମଝିରେ ହିଁ ଫସି ଯାଇଥାଏ। ତାକୁ ଉନ୍ନତି କରିବା ପାଇଁ କୌଣସି ବି ମାର୍ଗ ଦେଖା ଯାଇନଥାଏ। ଚାରିପଟେ କେବଳ ହାର ହିଁ ହାର ନଜର ଆସିଥାଏ।

କରଜ ବୃଦ୍ଧି ପାଇବା:

ଶନି ଯେଉଁ ବ୍ୟକ୍ତିଙ୍କ ଉପରେ ରୁଷ୍ଠ ହୋଇଥାନ୍ତି ଏହିପରି ବ୍ୟକ୍ତି କରଜରେ ବୋଝ ତଳେ ବୁଡି ହୋଇ ରହିଥାନ୍ତି। ଆବଶ୍ୟକତା ନଥିଲେ ବି ବେକାର ଜିନିଷ ଏବଂ ବେକାର କାମ ପାଇଁ ପଇସା ନେଇଥାନ୍ତି। ଏବଂ ବର୍ବାଦ ହୋଇଯାଇଥାନ୍ତି।କରଜର ଭାର ବଢ଼ି ଯାଇଥାଏ। ଏବଂ ତାକୁ ଶୁଝି ପାରନ୍ତି ନାହିଁ। ଜୀବନରେ କାହାର କେବେ ସାହାର୍ଯ୍ୟ ନକରିବା ଯୋଗୁ ହିଁ ବ୍ୟକ୍ତିକୁ ଏମିତି ଦଣ୍ଡ ମିଳିଥାଏ।

ନିଶାଦ୍ରବ୍ୟ ସେବନ କରିବା:

ଯେଉଁ ବ୍ୟକ୍ତି ନିଶାଦ୍ରବ୍ୟ ସେବନ କରିଥାଏ ଅଚାନକ କିଛି ଖରାପ ଅଭ୍ୟାସକୁ ଆପଣେଇ ନେଇଥାଏ ଏହା ତାର ପାପ କର୍ମର ହିଁ ଫଳ ହୋଇଥାଏ। ବ୍ୟକ୍ତି କାହାର ହୃଦୟକୁ କଷ୍ଟ ଦେଇଥାଏ ଅଥବା ମାତା ପିତାଙ୍କୁ ଅପ ଶବ୍ଦ କହିଥାଏ କୌଣସି ବି ଧର୍ମ କାର୍ଯ୍ୟ କରିନଥାଏ ତ ତାକୁ ଶନିଦେବ ଏମିତି ଦଣ୍ଡ ଦେଇଥାନ୍ତି କି ସେ ସେହି ଖରାପ ଅଭ୍ୟାସର ଜାଲର ଫସି ଯାଇଥାଏ। ଏବଂ ସେଥିରୁ ବାହାରକୁ ବାହାରି ପାରିନଥାଏ।

ବେ-ଶ୍ୟା ବୃତ୍ତି:

ଯେଉଁ ପୁରୁଷ ପର ସ୍ତ୍ରୀ ସହିତ ସମ୍ବୋଦ୍ଧ ବନେଇଥାଏ ଅଥବା ବେଶ୍ୟା ମାନଙ୍କ ପାଖକୁ ଯାଇଥାଏ ଏମିତି ବ୍ୟକ୍ତି ପାପି ଅଟନ୍ତି। ଶନିଦେବ ଏମିତି ମନୁଷ୍ୟର ଉନ୍ନତି କେବେବି ହେବାକୁ ଦିଅନ୍ତି ନାହିଁ। ଏମିତି ବ୍ୟକ୍ତି ଶନିଦେବଙ୍କ ନ୍ୟାୟରୁ କେବେବି ବଞ୍ଚି ପାରିନଥାଏ। ଏବଂ ଜୀବନ ଦୁଃଖ, ବିମାରି ଏବଂ ଗରିବରେ ଚାଲିଥାଏ। ଏମିତି ପୁରୁଷଙ୍କ ଜୀବନରେ କେବେବି ସମ୍ମାନ ମିଳିନଥାଏ।ଏବଂ ଶେଷରେ ଭୟଙ୍କର ରୋଗରେ ମୃତ୍ୟୁ ବରଣ କରିଥାନ୍ତି।

ପଶୁ ହ-ତ୍ୟା:

ଶନିଦେବଙ୍କ ନଜରରେ ପଶୁ ମାନଙ୍କର ପ୍ରାଣ ନେବା ଭୟଙ୍କର ଅପରାଧ ଅଟେ। ନ୍ୟାୟର ଦେବତା ଏପରି ମନୁଷ୍ୟକୁ ଅତ୍ୟନ୍ତ ଦୁଃଖ ଦାୟକ କଷ୍ଟ ଦେଇଥାନ୍ତି। ଯେଉଁ ମନୁଷ୍ୟ ମାଂସ ଆହାର କରିଥାଏ ଅଥବା ପଶୁ ମାନଙ୍କୁ ବିନା କାରଣରେ ହିଁ ମାରି ଦେଇଥାଏ। ସେ ଉନ୍ନତି କରିପାରି ନଥାଏ। ଏପରି ପାପି ବ୍ୟକ୍ତିଙ୍କୁ ଶନିଦେବ ଭୟଙ୍କର ଦଣ୍ଡ ଦେଇଥାନ୍ତି।

ଭୟଙ୍କର ବିମାରିରେ ପଡିଥିବା:

ଯେଉଁ ବ୍ୟକ୍ତି ଅନ୍ୟର ଧନ ଉପରେ ନିଜର ହକ ଦେଖାଇଥାଏ ଅନ୍ୟକୁ ମୂର୍ଖ ବନେଇ କରି ଧନ କମେଇ ଥାଏ ଏମିତି ବ୍ୟକ୍ତି ଭୟଙ୍କର ରୋଗ ବିମାରିରେ ପଡ଼ି ଯାଇଥାଏ। ଶନିଦେବ ଏମିତି ବ୍ୟକ୍ତିଙ୍କୁ କେବେବି କ୍ଷମା କରନ୍ତି ନାହିଁ। ଯିଏ ଅନ୍ୟର ଫାଇଦା ଉଠେଇ କରି ତାର ଧନ ଲୋଟି ନେଇଥାଏ।

ଅନ୍ୟର ଖରାପ କରିବା:

ଯେଉଁ ମହିଳା ଅନ୍ୟର ଖରାପ କରିଥାଏ ଅଥବା ଅନ୍ୟର ଅନ୍ନରେ ବିଷ ମିଶେଇକି ଖାଇବାକୁ ଦେଇଥାଏ ସେହି ସ୍ତ୍ରୀ ପାପି ହୋଇଥାଏ। ଯେଉଁ ବି ମନୁଷ୍ୟ ଅନ୍ୟ ସହିତ ଖରାପ କରିଥାଏ ଅଥବା ଅନ୍ୟର ଖରାପ ହୋଇଯାଉ ଏମିତି ଚିନ୍ତାଧାରା ମନରେ ରଖିଥାଏ ସେ ଶନିଦେବଙ୍କ ଦଣ୍ଡର ପାତ୍ର ହୋଇଥାଏ। କେହିବି ଆପଣାର ନଥାନ୍ତି। ଏମାନଙ୍କୁ ମୃତ୍ୟୁ ପରେ ବି ଦଣ୍ଡ ମିଳିଥାଏ।

ଶନିଦେବଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ଶନିଦେବ “

Leave a Reply

Your email address will not be published. Required fields are marked *