୧୮ ଇଞ୍ଚ ଉଚ୍ଚକୁ ୧୮ କିଲୋଗ ଶରୀର ସହ ଏହି ସାଧୁ ହେଉଛନ୍ତି ଦୁନିଆର ସବୁଠାରୁ ଛୋଟ ନାଗା ସନ୍ନ୍ୟାସୀ, ବାମନ ଭଗବାନ ଡାକୁଛନ୍ତି ଭକ୍ତ

ହରିଦ୍ୱାରରେ ବିଶ୍ଵ ପ୍ରସିଦ୍ଧ ମହା କୁମ୍ଭ ମେଳା ପାଇଁ ପ୍ରସ୍ତୁତି ଜୋ-ରଦା-ର ହୋଇଛି। ପ୍ରତିବର୍ଷ ଏହି ମେଳାରେ ହଜାର ହଜାର ସଂଖ୍ୟକ ସାଧୁସନ୍ଥ ଯୋଗ ଦେଇଥାନ୍ତି। ଚଳିତ ବର୍ଷ ଏହି ମେଳା ଏପ୍ରିଲ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଏକମାସ ଚାଲିବ।କରୋନା ମ-ହାମା-ରୀକୁ ଦୃଷ୍ଟିରେ ରଖି ଏଥର କୁମ୍ଭ ମେଳା ମାତ୍ର ଏକ ମାସ ହେବ। ତେବେ ମେଳା ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ରହିଥିବା ବେଳେ ଏଠାରେ ହଜାର ହଜାର ସାଧୁସନ୍ଥ ସେମାନଙ୍କ କ୍ୟାମ୍ପ ଆରମ୍ଭ କରିଦେଲେଣି।ଏହି ମେଳାରେ ସାମିଲ ହୋଇଥିବା ସାଧୁଙ୍କ ବେଶ ପୋଷାକ, ରୂପ ଭେକ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ। ସେମାନଙ୍କୁ ଦେଖିବା ଓ ସେମାନଙ୍କ ପାଖରୁ କିଛି ଶିଖିବା ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥାଏ। ତେବେ ଏଥର ହରିଦ୍ୱାରରେ ଏପରି ଏକ ନାଗା ସନ୍ନ୍ୟାସୀ ସାମିଲ ହୋଇଛନ୍ତି ଯିଏ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ସାଧୁଙ୍କ ଆକାର ଲୋକଙ୍କ ପାଇଁ କୌତୁହଳ ପାଲଟିଛି।

Google

ଏହି ନାଗା ସନ୍ନ୍ୟାସୀଙ୍କ ଲମ୍ବ ମାତ୍ର ୧୮ ଇଞ୍ଚ ହୋଇଥିବା ବେଳେ ତାଙ୍କ ଓଜନ ମାତ୍ର ୧୮ କିଲୋଗ୍ରାମ ରହିଛି। ଏହସହ ସାଧୁଙ୍କ ନାମ ସ୍ୱାମୀ ନାରାୟଣ ନନ୍ଦ ବୋଲି ଜଣା ପଡିଛି। ସେ ଜୁନା ଆଖାଡାର ଜଣେ ନାଗା ସନ୍ନ୍ୟାସୀ। ବିଶ୍ୱାସ କରାଯାଉଛି ଯେ ଉଚ୍ଚତା ଅନୁସାରେ ସେ ଦୁନିଆର ସବୁଠୁ ଛୋଟ ନାଗା ସାଧୁ ଅଟନ୍ତି। ତେବେ ଏହି ବାମନ ଅର୍ଥାତ୍ ୧୮ ଇଞ୍ଚର ନାଗା ସନ୍ଥକ ପାଖରେ କୁମ୍ଭ ମେଳା ପରିସରରେ ସର୍ବଦା ଭିଡ଼ ଲାଗି ରହୁଛି। ଲୋକମାନେ ତାଙ୍କର ଟିକିଏ ଝଲକ ପାଇବା ସହ ଆର୍ଶୀବାଦ ନେବା ପାଇଁ ତାଙ୍କ ନିକଟକୁ ଆସୁଥିବାର ଦେଖିବାକୁ ମିଳିଛି। ଏହି ସାଧୁଙ୍କ ଫୋଟ ଇଣ୍ଟରନେଟ ରେ ମଧ୍ୟ ବେଶ ଭାଇରାଲ ହେଉଛି। ତାଙ୍କୁ ଲୋକମାନେ ବାମନ ଭଗବାନ କହି ଡାକୁଛନ୍ତି। ଅନେକେ ତାଙ୍କ ସହିତ ସେଲଫି ମଧ୍ୟ ନଉଛନ୍ତି। ତେବେ ସେ ଚାଲିବାକୁ ବିଶେଷ ସକ୍ଷମ ହେଉନଥିବାରୁ ସବୁବେଳେ ହ୍ୱିଲ ଚେୟାରରେ ବସିଥା’ନ୍ତି। ଏହା ସାହାଯ୍ୟରେ ତାଙ୍କ ସାଥୀମାନେ ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯାଇଥାନ୍ତି ଓ ଗଙ୍ଗାରେ ବୁଡ଼ ପକାଇବାରେ ମଧ୍ୟ ସାହାଯ୍ୟ କରିଥାନ୍ତି। ସନ୍ନ୍ୟାସୀ ନାରାୟଣ ନନ୍ଦ ୧୫ ବର୍ଷ ବୟସରେ ଅନାଥ ହୋଇଯାଇଥିଲେ। ୨୦୧୦ ମସିହାରେ, ସେ କୁମ୍ଭ ମେଳାରେ ଜୁନା ଆଖଡାରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ତାଙ୍କ ନାମ ସତ୍ୟନାରାୟଣ ପାଠକ ଥିଲା। ମଞ୍ଚ ତାଙ୍କୁ ସ୍ବାମୀ ନାରାୟଣ ନନ୍ଦ ନାମ ଦେଇଥିଲା।

Google

ସେମାନେ ମାର୍ଚ୍ଚ ୧୧ ରେ ମହାଶିବରାତ୍ରୀ ମହୋତ୍ସବ ଅବସରରେ ସାହି ସ୍ନାନ ପାଇଁ ବାଲିଆ ୟୁପିରୁ ଆସି ଏଠାରେ ପହଞ୍ଚିଥିଲେ। ଓଜନ ଓ ଉଚ୍ଚତା ସିନା କମ ହେଲେ ଭକ୍ତିରେ ସେ ଗାଢ଼। ଏପର୍ଯ୍ୟନ୍ତ ସେ ଉଜ୍ଜିନ, ନାଶିକ, ପ୍ରୟାଗରାଜ ଏବଂ ହରିଦ୍ୱାର ଭଳି ୧୨ ଟି କୁମ୍ଭରେ ସାମିଲ ହୋଇସାରିଛନ୍ତି। ସେ ବାଲିଆରେ ନିଜ ଗୁରୁଙ୍କ ସହ ରୁହନ୍ତି ବୋଲି କୁହନ୍ତି। ତାଙ୍କ ଗୁରୁଜୀଙ୍କ ନାମ ଗଙ୍ଗା ନନ୍ଦ ଦାସ, ଏବଂ ତାଙ୍କ ଗୁରୁଙ୍କ ନାମ ଆନନ୍ଦ ଗିରି ବୋଲି କହିଛନ୍ତି। ଏହାସହ ସେମାନଙ୍କଠାରୁ ସେ ତାଙ୍କର ପରିଚୟ ପାଇ ପା ବୋଲି କୁହନ୍ତି। ମୁଁ ଶିବଙ୍କର ଜଣେ ଭକ୍ତ ଏବଂ ମୁଁ ତାଙ୍କ ଭକ୍ତିରେ ସର୍ବଦା ଜଡିତ ବୋଲି ନାରାୟଣ ନନ୍ଦ କୁହନ୍ତି। ତେବେ ତାଙ୍କ ନିଆରା ରୂପ ନୁହେଁ ବ୍ୟବହାର ଲୋକ ମାନଙ୍କୁ ଆକୃଷ୍ଟ କରୁଛି।

Leave a Reply

Your email address will not be published. Required fields are marked *