ଜଙ୍ଗଲରେ ବୁଲୁଥିଲା ଏକ ଶୋଷିଲା କୋବ୍ରା, ବୋତଲରୁ ପାଣି ଢକ ଢକ କରି ପିଇଗଲା ସାପ

ବର୍ତ୍ତମାନ ଏକ ପୁରୁଣା ଭିଡିଓ ସୋସିଆଲ ମିଡ଼ିଆରେ ଭାଇ-ରାଲ ହେଉଛି। ଯେଉଁଥିରେ ଦେଖା ଯାଇଛି କି, ଶୋଷିଲା କୋବ୍ରାକୁ ଜଣେ ହାତରେ ପାଣି ପିଆଉଛି।

ଟ୍ୱିଟରରୁ ସୋସିଆଲ ମିଡ଼ିଆରେ ପ୍ରସାରିତ ହେଲା ଭିଡିଓ:

ଏହି ଭିଡିଓଟିରେ ଦେଖାଯାଇଥିଲା, କିପରି ଜଣେ ଏକ ଶୋଷିଲା କୋବ୍ରାକୁ ପାଣି ପିଆଇ ଦଉଛି। ଏହାକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ, ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦା। ପରେ ସେ ଏହି ଭିଡିଓକୁ ଟ୍ୱିଟରରେ ଛାଡ଼ିଥିଲେ। ପରେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ପ୍ରସାରିତ ହୋଇଗଲା।

ଏହି ଭିଡିଓରେ ଜଣେ ବନ ଅଧିକାରୀ ଅତି ସହଜରେ କୋବ୍ରାକୁ ପାଣି ପିଆଉଛନ୍ତି। କୋବ୍ରା ମଧ୍ୟ ଶାନ୍ତିରେ ପାଣି ପିଉଛି। ସୁଶାନ୍ତ ନନ୍ଦା ନିଜର କ୍ୟାପସନରେ ଲେଖିଥିଲେ ଯେ, ପ୍ରେମ ଓ ପାଣି ଜୀବନର ସବୁଠୁ ଭଲ ଜିନିଷ।

ପ୍ରସାରିତ ଭିଡିଓର ଲାଇକ ଓ କମେଣ୍ଟ:

ଏହି ଭିଡିଓରେ ଜଣେ ବନ ଅଧିକାରୀ କିପରି ଏକ ବିଷ ଥିବା ସାପକୁ ପାଣି ପିଆଇଛି, ତାହା ଦେଖି ଲୋକମାନେ ତାକୁ ଅଧିକ ପ୍ରଶଂସା କରିଛନ୍ତି ଟ୍ୱିଟରରେ। ତେଣୁ ଟ୍ୱିଟରରେ ଏହି ଭିଡିଓ ୨୦୦ରୁ ଅଧିକ ଥର ରିଟ୍ୱିଟ, ମାଇକ୍ରୋ ବ୍ଳଗିଙ୍ଗ ରେ ୯୦୦୦ରୁ ଅଧିକଥର ଦେଖା, ୧୦୦୦ରୁ ଅଧିକ ଥର ଲାଇକ କରିଛନ୍ତି।

କିଛିଲୋକ ଭାବିଲେ କି, ଭିଡିଓ ସହ ଏକ ନୋଟ ଲେଖାଯାଉ। ଯେଉଁଥିରେ ଲେଖାଯିବା ଆବଶ୍ୟକ କି, ଯିଏ ସାପକୁ ସମ୍ଭାଳି ପାରିବ ସେହି କେବଳ ତାହା ପାଖକୁ ଯିବା ଦରକାର।

ଅନ୍ୟସ୍ଥାନରେ ଏହିଭଳି ଘଟଣା ଘଟିଥିଲା:

୨୦୧୭ ମସିହାରେ କର୍ଣ୍ଣାଟକର କୈଗା ଗାଁରେ ଜଣେ ଜଙ୍ଗଲ ସୁରକ୍ଷାକାରୀ ଏକ କିଙ୍ଗ କୋବ୍ରାକୁ ପାଣି ଦେଇଥିଲେ। ତେଣୁ ଏହି ଘ-ଟଣା କେବଳ ଗୋଟିଏ ଜାଗାରେ ଘଟିନଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *