ଏହି ପଶୁର କ୍ଷୀର ରୁ ବନିଥାଏ ସବୁଠାରୁ ଦାମିକିଆ ପନିର, ଏକ କେଜି ମୂଲ୍ୟରେ ଆପଣ କିଣି ପାରିବେ ୧୫ ଗ୍ରାମ ରୁ ଅଧିକ ସୁନା

ସାଧାରଣତଃ ଲୋକମାନେ ଗାଈ ଏବଂ ମଇଁଷି କ୍ଷୀରର ପନିର ଖାଇଥାନ୍ତି, ଯାହାର ମୂଲ୍ୟ ୩୦୦ ରୁ ୬୦୦ ହୋଇଥାଏ। ଦୁନିଆରେ ଏମିତି ମଧ୍ୟ ଜାଗା ଅଛି ଯେଉଁଠାରେ ଗଧ ର କ୍ଷୀରରୁ ପନିର ବନାଯାଇଥାଏ। ଗଧ କ୍ଷୀର ପନିର ର ମୂଲ୍ୟ ଏତେ ଅଧିକ ହୋଇଥାଏ କି ୧୫ ଗ୍ରାମ ରୁ ଅଧିକ ସୁନା ମଧ୍ୟ କିଣାଯାଇ ପାରିବ। ଏହି ପନିର ର ଗୁଣକୁ ଦେଖି ଦୁନିଆରେ ଏହାର ଚାହିଦା ଅଧିକ। ଗଧ କ୍ଷୀର ରେ ମାଆ କ୍ଷୀର ପରି ଗୁଣ ଥାଏ।ଏହାର କ୍ଷୀର କିଛି ରୋଗରେ ମଧ୍ୟ କାମରେ ଆସିଥାଏ। ଏଥିପାଇଁ ଏହି କ୍ଷୀର ରୁ ଦୁନିଆର ସବୁଠୁ ଦାମିକା ପନିର ବନା ଯାଇଥାଏ, ତ ଚାଲନ୍ତୁ ଆଜି ଆପଣଙ୍କୁ ଗଧ କ୍ଷୀର ପନିର ବିଷୟରେ କହିବୁ।

ଏହା କୌଣସି ସାମାନ୍ୟ ପନିର ନୁହେଁ।ଏହା ସର୍ବିଆ ରେ ବନାଯାଇଥିବା ସ୍ୱତନ୍ତ୍ର ଗଧ କ୍ଷୀର ର ପନିର।ଏହି ପନିର କୁ ଦୁନିଆର ସବୁଠୁ ଦାମିକା ପନିର ର ମାନ୍ୟତା ଦିଆଯାଇଛି।ଏହି ପନିର ର ଏକ କିଲୋ ର ମୂଲ୍ୟ ପାଖା ପାଖି ୭୮ ହଜାର ଟଙ୍କା।

ଆପଣ ଭାବୁଥିବେ ସାଧାରଣତଃ ଭଲ ପନିର ୩୦୦ ରୁ ୬୦୦ ଟଙ୍କା ମଧ୍ୟ ରେ ମିଳିଯାଏ।କିନ୍ତୁ ଏହି ପନିର ରେ ଏମିତି କଣ ଥିବ ଯାହା ଏବେ ଏତେ ଦାମ ରେ ବିକ୍ରି ହେଉଛି।

ଏହି ପନିର ଏଥି ପାଇଁ ମଧ୍ୟ ଖାସ ଯେ ଏହା ଗାଈ କିମ୍ବା ମଇଁଷି ର କ୍ଷୀର ରୁ ନୁହେଁ ଗଧ ର କ୍ଷୀର ରୁ ବନା ଯାଇଥାଏ।କୁହାଯାଇଥାଏ କି ଗଧ କ୍ଷୀର ରେ ମାଆ କ୍ଷୀର ପରି ଗୁଣ ଥାଏ ଯାହାକୁ ପିଲା ପ୍ରଥମ ଦିନରୁ ହିଁ ପିଇ ପାରିବ।ଏହି କ୍ଷୀର କିଛି ରୋଗ ପାଇଁ ମଧ୍ୟ ଲାଭବାନ୍ ହୋଇପାରିବ। ସେଥି ପାଇଁ ଏହି କ୍ଷୀର ର ପନିର ଏତେ ଦାମ ରେ ବିକ୍ରି ହୋଇଥାଏ।

କହିଦବାକୁ ଚାହୁଁଛି କି ସବୁଠାରୁ ଦାମିକା ପନିର ଇଉରପୀୟ ଦେଶ ସର୍ବିଆ ର ଏକ ଫାର୍ମ ରୁ ବନାଯାଇଥାଏ। ଯାହାର ନାମ ଜୈସାବିକ ଅଟେ। ଏଠାରେ ଗଧ ମାନଙ୍କୁ ରଖି ତାଙ୍କ କ୍ଷୀର ରୁ ପନିର ବନାଯାଇଥାଏ।

ଉତ୍ତର ସର୍ବିଆ ର ଜୈସାବିକ ଫାର୍ମ ରେ ୨୦୦ ରୁ ଅଧିକ ଗଧ ପାଳନ କରାଯାଇଥାଏ। ଗାଈ ମଇଁଷି ତୁଳନାରେ ଗଧ ବହୁତ କମ କ୍ଷୀର ଦେଇଥାଏ। ଗୋଟେ ଗଧ ଗୋଟେ ଲିଟର କ୍ଷୀର ମଧ୍ୟ ଦେଇ ନଥାଏ। ଏହି ଫାର୍ମ ରେ ସବୁ ଗଧ କ୍ଷୀର ରୁ ମାତ୍ର ୧୫ କିଲୋ ପନିର ବନାଯାଇଥାଏ।

ସବୁ ଗଧ ର କ୍ଷୀର ରୁ ମହଙ୍ଗା ପନିର ବନାଯାଇ ନଥାଏ।କେବଳ ବାଲକନ ପ୍ରଜାତି ର ଗଧ କ୍ଷୀର କୁ ପ୍ଲାଷ୍ଟିକ ମନା ଯାଇଥାଏ।ଏହା ସର୍ବିଆ ଏବଂ ମାଟିନିଗ୍ରୋ ରେ ମିଳିଥାଏ।

ଏହି ଗଧ ର କ୍ଷୀର ରେ କେତେକ ପ୍ଲାଷ୍ଟିକ ତତ୍ତ୍ଵ ମିଳିଥାଏ।ଯଦି ଆସ୍ଥମା ଏବଂ ବ୍ରୋକାଲ୍ଟସ ଭଳି ରୋଗ ଥିବା ତ ଏହାର ବ୍ୟବହାର କରାଯାଇ ପାରିବ। ପୁଣି ଯେଉଁ ଲୋକର ଗାଈ କ୍ଷୀର ରେ ଆଲାର୍ଜି ଥିବା ସେ ଗଧ କ୍ଷୀର ର ପନିର ବ୍ୟବହାର କରି ପାରିବ।

ଏହି ପନିର ର ଉତ୍ପାଦନ କମ ହୋଇଥିବା କାରଣରୁ ଏହାର ମୂଲ୍ୟ ବହୁତ ଅଧିକ ହୋଇଥାଏ।ଏହାକୁ କିଣୁଥିବା ବ୍ୟକ୍ତି ସାଧାରଣତଃ ବିଦେଶୀ ଲୋକ ହୋଇଥାନ୍ତି। କୁହାଯାଇଥାଏ କି ଗଧ ର କ୍ଷୀର ରୁ ସାବୁନ ଏବଂ ମଦ ର ଉତ୍ପାଦନ କରାଯାଇଥାଏ।

ଏହି ପନିର ୨୦୧୨ ମସିହାରେ ଚର୍ଚ୍ଚା କୁ ଆସିଥିଲା, ଯେବେ କୁହାଯାଇଥିଲା କି ସର୍ବିଆ ର ଟେନିସ ଖେଳାଳି ନୋବକ୍ ଯୋକ ଏହି ପନିର କୁ ସପ୍ଲାଏ କରୁଛନ୍ତି କିନ୍ତୁ ପରେ ନୋବାକ୍ ଏହାକୁ ମିଥ୍ୟା ବୋଲି କହିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *