ଭାରତ ନୁହେଁ, ଏହା ହେଉଛି ବିଦେଶୀ ଭୂମିର ଦୀପାବଳୀର ଦୃଶ୍ୟ, ଏତେ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ ଦୀପାବଳୀ

ଦୀପର ପର୍ବ ହେଉଛି ଦୀପାବଳୀ, ଯାହାକୁ ଚଳିତ ବର୍ଷ ୧୪ ନଭେମ୍ବର ଦିନ ପାଳନ କରାଯାଉଛି | ଦୀପାବଳୀ ଅବସରରେ ଲୋକମାନେ ଘରକୁ ଦୀପ ଏବଂ ଫୁଲରେ ସଜାଇଥାନ୍ତି ଏବଂ ରାତିରେ ଲକ୍ଷ୍ମୀ, ଗଣେଶ ଭଗବାନଙ୍କର ପୂଜା କରିବା ସହିତ ପଟାକା ମଧ୍ୟ ଫୁଟାଇଥାନ୍ତି | କେବଳ ଭାରତରେ ନୁହେଁ ବରଂ ସମଗ୍ର ଦୁନିଆରେ ଭିନ୍ନ ଭିନ୍ନ ଉପାୟରେ ଦୀପାବଳୀର ଉତ୍ସବ ପାଳନ କରାଯାଇଥାଏ | ଆପଣ ଭାବୁଥିବେ ଯେ ବିଦେଶରେ ଯେଉଁ ହିନ୍ଦୁ ଲୋକ ଅଛନ୍ତି ସେମାନେ ଏହି ପର୍ବକୁ ପାଳନ କରୁଥିବେ, ତେବେ ଆପଣଙ୍କୁ କହିରଖୁଛୁ ଯେ ବାହାରେ ରହୁଥିବା ଭାରତୀୟ ହିଁ ନୁହେଁ ବରଂ ବିଦେଶୀ ଲୋକମାନେ ମଧ୍ୟ ଦୀପାବଳୀକୁ ବହୁତ ଧୂମଧାମରେ ପାଳନ କରିଥାନ୍ତି | ଆଜି ଆପଣଙ୍କୁ କହୁଛୁ ଆମ ପଡୋଶୀ ଦେଶକୁ ନେଇ ସତ ସମୁଦ୍ର ପାର ପର୍ଯ୍ୟନ୍ତ ଦୀପାବଳୀର ପର୍ବ କିପରି ପାଳନ କରାଯାଇଥାଏ |

ଭାରତ ସହିତ ଦୀପାବଳୀର ପର୍ବ ଶ୍ରୀଲଙ୍କା, ମିଆଁମାର, ଥାଇଲ୍ୟାଣ୍ଡ, ମାଲେସିୟା, ସିଙ୍ଗାପୁର, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଗୁଆନା, ସୁରୀନାମ, ତ୍ରିନିଦାଦ ଏବଂ ନେଦରଲ୍ୟାଣ୍ଡ, କାନାଡ଼ା, ବ୍ରିଟେନ ଏବଂ ଆମେରିକାରେ ପାଳନ କରାଯାଇଥାଏ |

ଭିନ୍ନ ଭିନ୍ନ ଦେଶରେ ଦୀପାବଳୀ ଭିନ୍ନ ନାମରେ ପରିଚିତ | କେଉଁଠି ଏହାକୁ ଫାୟାର ଫେଷ୍ଟିଭାଲ କୁହନ୍ତି ତ ଆଉ କେଉଁଠି ଏହାକୁ ସେମହେନ ଫେଷ୍ଟିଭାଲ କୁହାଯାଇଥାଏ | ଏହାକୁ ମନାଇବା ସହିତ ଏହାର ମାନ୍ୟତା ମଧ୍ୟ ଭିନ୍ନ ରହିଛି |

ଭାରତର ପଡୋଶୀ ଦେଶ ନେପାଳରେ ଦୀପାବଳୀକୁ ଏକ ପର୍ବ ଭାବରେ ପାଳନ କରାଯାଇଥାଏ | ପାଞ୍ଚଦିନ ପର୍ଯ୍ୟନ୍ତ ଚାଲୁଥିବା ଏହି ପର୍ବରେ ପ୍ରଥମ ଦିନ ଗାଈର ପୂଜା, ଦ୍ଵିତୀୟ ଦିନ କୁକୁରଙ୍କର ପୂଜା କରାଯାଇଥାଏ | ସେହିପରି ତୃତୀୟ ଦିନ ମିଠା ତିଆରି କରାଯାଇଥାଏ, ଦେବୀ ଦେବତା ମାନଙ୍କୁ ପୂଜା ହୋଇଥାଏ ଏବଂ ଘରକୁ ସଜାଇ ଦିଆଯାଇଥାଏ | ଏହାପରେ ଚତୁର୍ଥ ଦିନ ଲୋକମାନେ ଯମଙ୍କର ପୂଜା କରିଥାନ୍ତି, ଏବଂ ପଞ୍ଚମ ଦିନ ଭାରତ ପରି ଭାଇ ଦୂଯ ପାଳନ କରାଯାଇଥାଏ |

ଆମ ଦେଶ ବାହାରେ ଦୀପାବଳୀର ସେଲିବ୍ରେସନ ସବୁଠୁ ଅଧିକ ବ୍ରିଟେନର ଲେଷ୍ଟରରେ ହୋଇଥାଏ | ଏଠାରେ ରହୁଥିବା ଲୋକମାନେ ମଧ୍ୟ ଦୀପାବଳୀର ଖୁସି ପାଳିଥାନ୍ତି | ଏହିଦିନ ଲୋକମାନେ ପାର୍କ ଏବଂ ଷ୍ଟ୍ରିଟରେ ଏକାଠି ହୋଇଥାନ୍ତି ଏବଂ ନିଜର ସମ୍ପର୍କୀୟ ଏବଂ ବନ୍ଧୁ ମାନଙ୍କ ମଧ୍ୟରେ ମିଠା ବିତରଣ କରିଥାନ୍ତି |

ଜାପାନରେ ଲୋକମାନେ ଦୀପାବଳୀ ଦିନ ନିଜ ବଗିଚା ଗୁଡିକରେ ଗଛ ଉପରେ ଲଣ୍ଠନ ଏବଂ କାଗଜରେ ତିଆରି ପରଦା ଝୁଲାଇଥାନ୍ତି | ଏହାପରେ ତାକୁ ଆକାଶରେ ଛାଡି ଦେଇଥାନ୍ତି | ଏହି ଦିନରେ ଲୋକମାନେ ପୋଖରୀରେ ବୋଟିଙ୍ଗ ମଧ୍ୟ କରିଥାନ୍ତି ଏବଂ ନୃତ୍ୟ ମଧ୍ୟ କରିଥାନ୍ତି |

ଫ୍ଲୋରିଡ଼ାର ଅଲ୍ଟୁନା ସହରରେ ପ୍ରତ୍ୟେକ ବର୍ଷ ୩୧ ଅକ୍ଟୋବରରୁ ୧ ନଭେମ୍ବରକୁ “ସେମହେନ” ଫେଷ୍ଟିଭାଲ ପାଳନ କରାଯାଇଥାଏ | ଏହି ଦିନରେ ବୋନ ଫାୟାର ଜଳାଇ ଭୂତଙ୍କର ସମ୍ମାନ କରିଥାନ୍ତି | ଏହି ଅବସରରେ ଲୋକମାନେ ହେରତନଗଞ୍ଜ ଶୋଷଣ ମଧ୍ୟ କରିଥାନ୍ତି | ଏହାକୁ ଦେଖିବା ପାଇଁ ଲୋକଙ୍କର ଭିଡ ଲାଗି ଯାଇଥାଏ |

ଥାଇଲ୍ୟାଣ୍ଡରେ ମଧ୍ୟ ଦୀପାବଳୀର ପାଵ ଧୂମଧାମର ସହିତ ପାଳନ କରାଯାଇଥାଏ | ଏହାକୁ ଲାମ କ୍ରିୟାଙ୍ଘ ନାମରେ ପାଳନ କରାଯାଇଥାଏ | ଏହି ଅବସରରେ କଦଳୀର ପତ୍ରରେ ତିଆରୀ ଦୀପ ଏବଂ ଧୂପକୁ ରାତିରେ ପ୍ରଜ୍ବଳିତ କରାଯାଇଥାଏ ଏବଂ ଦୀପକୁ ନିଦରେ ଭସାଇ ଦିଆଯାଇଥାଏ |

ଇଣ୍ଡୋନେସିଆରେ ଭାରତୀୟ ମାନଙ୍କର ସଂଖ୍ୟା ଅଧିକ ହେବା କାରଣରୁ ଏଠାରେ ଲୋକମାନେ ଦୀପାବଳୀର ପର୍ବ ପାଳନ କରିଥାନ୍ତି | ଏହି ଅବସରରେ ଏଠାରେ ରାମଲୀଳାର ମଧ୍ୟ ଆୟୋଜନ କରାଯାଇଥାଏ |

ସିଙ୍ଗାପୁରରେ ଦୀପାବଳୀ ଦିନ ସ୍ପେଶାଲ ବସରେ ରଙ୍ଗୋଲିର ଟ୍ରାଡିସନାଲ ଡିଜାଇନ ତିଆରି କରାଯାଇଥାଏ | ସିଙ୍ଗାପୁରର ଦୀପାବଳୀ ପାଖାପାଖି ଭାରତ ପରି ହିଁ ପାଳନ କରାଯାଇଥାଏ |

Leave a Reply

Your email address will not be published. Required fields are marked *