ୟୁରିନ ଇମ୍ଫେକ୍ସନରୁ ଶୀଘ୍ର ଆରାମ ଦେବ ଆପଣାନ୍ତୁ ଏହି ଘରୋଇ ଉପଚାର,ବାସ କରନ୍ତୁ ଏହି କାମ।

ୟୁରିନ ଇମ୍ଫେକ୍ସନ ଏକ ଏମିତି ଇମ୍ଫେକ୍ସନ ଅଟେ ଯାହା ଆଜିର ଦିନରେ ହେବା ସାଧାରଣ କଥା ଅଟେ। ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଏହି ପ୍ରକାର ରୋଗରେ ପାଖାପାଖି ସମସ୍ତେ ଆକ୍ରାନ୍ତ ହେଉଛନ୍ତି। ୟୁରିନ ଇମ୍ଫେକ୍ସନ କାହାକୁ ବି ହୋଇପାରେ, ସେ ଛୁଆ ହେଉ, ବୁଢାହେଉ କିମ୍ବା କୌଣସି ମହିଳା ହୁଅନ୍ତୁ। ସାଧାରଣତଃ ଏହା ପାଣିର କମୀ କାରଣରୁ ହୋଇଥାଏ। ମହିଳାମାନଙ୍କ ପାଖରେ ୟୁରିନ ଇମ୍ଫେକ୍ସନ ହେବାର ସମସ୍ୟା ବହୁତ ଅଧିକ ସାମ୍ନାକୁ ଆସିଛି। ମନେରଖନ୍ତୁ କି ୟୁରିନ ଇମ୍ଫେକ୍ସନ ୟୁରିନରୀ ଶୀରାରେ ହେଉଥିବା ସଂକ୍ରମଣ କାରଣରୁ ହୋଇଥାଏ, ଯାହାକୁ ୟୁରିନରୀ ଟ୍ରୈକ୍ଟ ଇମ୍ଫେକ୍ସନ(UTI) ମଧ୍ୟ କୁହାଯାଇଥାଏ।

ଏକ ରିସର୍ଚ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି କି ୟୁରିନ ଇମ୍ଫେକ୍ସନ ସେହି ଲୋକମାନଙ୍କୁ ଅଧିକ ହୋଇଥାଏ ଯେଉଁମାନେ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତି ନାହିଁ। କୁହାଯାଉଛି କି ସାଧାରଣ ଭାବରେ ଏହା ଦୂଷିତ ଶୌଚାଳୟର ବ୍ୟବହାରରୁ ବଢ଼ିଥାଏ। ଆମେ ଆପଣଙ୍କୁ ଆଜି ୟୁରିନ ଇମ୍ଫେକ୍ସନରୁ ବଞ୍ଚିବା ପାଇଁ କିଛି ଘରୋଇ ଉପଚାର ଜଣାଇବାକୁ ଯାଉଛୁ।

ୟୁରିନ ଇମ୍ଫେକ୍ସନର ଯଦି ସବୁଠାରୁ ବଡ଼ କୈାଣସି କାରଣ ଅଛି ତାହା ହେଉଛି ଆପଣଙ୍କ ଆଖପାଖର ଅପରିଷ୍କାର ପରିବେଶ। ବହୁତ ଥର ୟୁରୀନରୀର ଆଖପାଖରେ ବ୍ୟାକ୍ଟେରିଆ ଜମା ହେବାରେ ଲାଗିଯାଅନ୍ତି ଏବଂ ସେଠାରୁ ସଂକ୍ରମଣ ବ୍ୟାପିବା ଆରମ୍ଭ ହୋଇଯାଇଥାଏ। ଏଥିପାଇଁ ନିଜକୁ ସଫାସୁତୁରା ରଖିବା ବହୁତ ଜରୁରୀ ଅଟେ। କେବେବି ଅପରିଷ୍କାର ଶୌଚାଳୟରେ ଧୁଆଧୋଇ ହେବା କିମ୍ବା ଟୟଲେଟ ପାଇଁ ଯାଆନ୍ତୁ ନାହିଁ। ଲୋକଙ୍କୁ ଅଧିକ ସଂକ୍ରମଣ ଜନବହୁଳ ଶୌଚାଳୟକୁ ଯିବାଦ୍ୱାରା ହୋଇଥାଏ।

ଏହାର ଅନ୍ୟ ସବୁଠାରୁ ପ୍ରଭାବି ଉପାୟ ହେଉଛି ପାଣି ପିଇବା। ପାଣି ଆପଣଙ୍କ ଶରୀରରେ ମହଜୁଦ ସଂକ୍ରମଣ ଏବଂ ବ୍ୟାକ୍ଟେରିଆକୁ ସଫା କରିବାରେ ସାହାଯ୍ୟ କରିଥାଏ। ଆପଣଙ୍କ ଶରୀର ଭିତରେ ଜମା ବର୍ଜ୍ୟବସ୍ତୁକୁ ବାହାର କରିଥାଏ। ଧ୍ୟାନ ଦେବାର କଥା ଏହା ହେଉଛି ଯଦି ଆପଣଙ୍କ ୟୁରିନରେ ଦୁର୍ଗନ୍ଧ, ଜ୍ବଳନ ବା କଷ୍ଟ ଭଳି କୈାଣସି ସମସ୍ୟା ହେଉଛି ତାହେଲେ ଆପଣଙ୍କୁ ତୁରନ୍ତ ପାଣି ପିଇବାର ମାତ୍ରା ବଢେଇଦେବା ଉଚିତ।

ସୂତା ଅଣ୍ଡରଗାର୍ମେଣ୍ଟ ବହୁତ ଲାଭଦାୟକ ହୋଇଥାଏ। ୟୁରିନ ଇମ୍ଫେକ୍ସନ ଭଳି ସଂକ୍ରମଣରୁ ବଞ୍ଚିବା ପାଇଁ ସୂତା କପଡ଼ା ବହୁତ ଉପଯୋଗୀ ହୋଇଥାଏ। ଏହା ବ୍ୟାକ୍ଟେରିଆ କିମ୍ବା ଭାଇରସକୁ ବହୁ ମାତ୍ରାରେ ରୋକିଥାଏ।ଏ ହା ସହିତ ଯେଉଁ ଲୋକଙ୍କର ୟୁରିନ ଇମ୍ଫେକ୍ସନ ବା ୟୁଟିଆଇର ସମସ୍ୟା ରହିଛି, ସେହି ଲୋକମାନଙ୍କୁ ଗରମ ପାଣିରେ ଶେକ ଦେବା ଆବଶ୍ୟକ। ଏହାଦ୍ଵାରା ସଫାହେବା ସହିତ ବହୁତ ଆରାମ ମଧ୍ୟ ମିଳିଥାଏ।

ୟୁରିନ ଇମ୍ଫେକ୍ସନରେ ଏହାର ପ୍ରୟୋଗ କରିପାରିବେ ଏହାର ବ୍ୟବହାର

ଏକ ଶୋଧ ମୁତାବକ ଜାମୁକୋଳି ରସ ୟୁଟିଆଇର ସମସ୍ୟାକୁ ବହୁ ମାତ୍ରାରେ କମକରି ଦେଇଥାଏ। ଏହାକୁ ପ୍ରତିଦିନ ଆପଣ ଆପଣଙ୍କ ଡାଏଟ ରୋଟିନରେ ସାମିଲ କରିପାରିବେ।ଏହା ସହିତ ଆପଣ ପ୍ରତିଦିନ ଘରେ ଥିବା ରସୁଣର ସେବନ ମଧ୍ୟ କରିପାରିବେ।ଏହା ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ। ଏହା ସହିତ ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଫଙ୍ଗଲ ଗୁଣରେ ଭରପୂର ଥିବା କେତେ ପ୍ରକାର ସଂକ୍ରମଣରୁ ବଞ୍ଚାଇଥାଏ। ଲୋକମାନଙ୍କୁ ତେଲ ମଧ୍ୟ ଏହି ସଂକ୍ରମଣ ପାଇଁ ବହୁତ ପ୍ରଭାବି ହୋଇଥାଏ। ସାରପୂର୍ଣ୍ଣ ତେଲର ବ୍ୟବହାରରେ ମଧ୍ୟ ଆପଣଙ୍କ ୟୁରିନ ଇମ୍ଫେକ୍ସନକୁ ସହଜରେ ଦୂର କରାଯାଇ ପାରିବ ଏବଂ ଏହାର ଲକ୍ଷଣ ଯେମିତି ଜ୍ବଳନ,କଷ୍ଟ ଏବଂ ବିନ୍ଧାକୁ ମଧ୍ୟ ଦୂର କରିଥାଏ। ଏହା ସହିତ ଧନିଆତେଲ ମଧ୍ୟ ୟୁରିନ ଇମ୍ଫେକ୍ସନକୁ ଦୂରେଇ ରଖିବାରେ କାର୍ଯ୍ୟ କରିଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *