ଆଣ୍ଠୁ ଗଣ୍ଠି କଷ୍ଟ, ଅଣ୍ଟା କଷ୍ଟ ଦୂର କରିବାରେ ସାହାର୍ଯ୍ୟ କରିବ ଏହି ସର୍ରଲା ଘରୋଇ ଉପଚାର

ଆଜି ଏହି ପୋଷ୍ଟରେ ଆମେ ଆପଣ ମାନଙ୍କ ପାଇଁ ଗୋଟେ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ ଆଣ୍ଠୁ ଗଣ୍ଠି କଷ୍ଟ, ଅଣ୍ଟା କଷ୍ଟ ଦୂର କରିବାରେ ସାହାର୍ଯ୍ୟ କରିବ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଆପଣଙ୍କର ଗଣ୍ଠି କଷ୍ଟ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଗୋଟେ ବହୁତ ଚମତ୍କାର ଘରୋଇ ଉପଚାର ନେଇଆସିଛୁ। ଏହା ବହୁ ପରୀକ୍ଷିତ ଉପଚାର ଅଟେ। ଏହା ସମ୍ପୂର୍ଣ୍ଣ ସାଧାରଣ ଉପଚାର ଅଟେ। କିନ୍ତୁ ଏହା ଅସାଧାରଣ ରୂପେ ଆପଣଙ୍କ ଗଣ୍ଠି କଷ୍ଟକୁ ଦୂର କରିଥାଏ।ଅନେକ ଲୋକ କହିଥାନ୍ତି ଯେ ଆଣ୍ଠୁରେ ଗିରିସ ସରିଗଲା, ଅଷ୍ଠଅର୍ଥାଟିସ ହୋଇଗଲା, ରିୟ ମୋଟ୍ରାଇଟ ଅର୍ଥାଟିସ ହୋଇଗଲା,ସେମାନଙ୍କ ପାଇଁ ବନ୍ଧୁଗଣ ଏହା ରାମବାଣ ଉପଚାର ଅଟେ। ଆପଣ ମାନେ ଯେମିତି ଜାଣିଥିବେ ବୃଦ୍ଧ ଲୋକ ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ବହୁତ ଅଧିକ କଷ୍ଟ ପାଇଥାନ୍ତି। ସେମାନେ ଜୋଏଣ୍ଟ ପେନ ବା ଗଣ୍ଠି କଷ୍ଟ ପାଈଁ ବହୁତ ଅଧିକ ଯନ୍ତ୍ରଣା ପାଇଥାନ୍ତି।

ଏହା ବ୍ୟତୀତ ବୟସ୍କ ବ୍ୟକ୍ତିଙ୍କ ଛଡା ଛୋଟ ବୟସର ଲୋକଙ୍କ ପାଖରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ଯଦି ଆପଣଙ୍କୁ ଚିକୁନଗୁନିଆ ହୋଇଗଲା, ଡେଙ୍ଗୁ ହୋଇଗଲା ବା ଭାଇରାଲ ଫେବର ହୋଇଗଲା ତାହା ତ ହୋଇ ଛାଡି ଯାଉଛି କିନ୍ତୁ ଆଣ୍ଠୁ ଗଣ୍ଠିର କଷ୍ଟ ଭଳି ସମସ୍ୟା ତାହା ରହିଯାଉଛି। ଆପଣ ଯେତେ ମେଡ଼ିସିନ ଖାଇଲେ ମଧ୍ୟ ତାହା ଦୂର ହେଉନାହିଁ। କିଛି ଲୋକ ଆଣ୍ଠୁ ଯନ୍ତ୍ରଣାକୁ ଜୋଏଣ୍ଟ ପେନ ଭାବି ଥାଆନ୍ତି କିନ୍ତୁ ତାହା ଭାବିବା ସମ୍ପୂର୍ଣ୍ଣ ଭୁଲ ଅଟେ। ଦୁଇଟି ହାଡ଼ ଯେଉଁ ଜାଗାରେ ମିଶିଥାଏ, ତାହାକୁ ଜୋଏଣ୍ଟ କୁହାଯାଏ।ଏବଂ ସେହି ଜୋଏଣ୍ଟରେ ଯଦି ଆପଣଙ୍କୁ ଯନ୍ତ୍ରଣା ହୁଏ ତାହେଲେ ତାହାକୁ ଜୋଏଣ୍ଟ ପେନ ବା ଗଣ୍ଠି ଯନ୍ତ୍ରଣା କୁହାଯାଏ।

ଯଦି ସେମିତି ଆପଣଙ୍କୁ କୌଣସି ଜୋଏଣ୍ଟରେ କଷ୍ଟ ହେଉଛି ଯେମିତିକି ଆଙ୍ଗୁଳି ମାନଙ୍କରେ ଜୋଏଣ୍ଟରେ କଷ୍ଟ ହେଉଛି କିମ୍ବା ଅଣ୍ଟାରେ କଷ୍ଟ ହେଉଛି କିମ୍ବା କାନ୍ଧରେ କଷ୍ଟ ହେଉଛି ତେବେ ସେହିପରି ଜୋଏଣ୍ଟ ପେନ ବା ଆଣ୍ଠୁ ଗଣ୍ଠି କଷ୍ଟକୁ ଦୂର କରିବା ପାଇଁ ଆଜିର ଏହି ଚମତ୍କାରୀ ଘରୋଇ ଉପଚାର ବହୁତ ଅଧିକ ଲାଭଦାୟକ ଅଟେ। ଆପଣ ଏହାକୁ ନିହାତି ଥରେ ପ୍ରୟୋଗ କରନ୍ତୁ ଦେଖିବେ ୧୦୦% ଆପଣଙ୍କୁ ତାର ଲାଭ ମିଳିବ। ତେବେ ଏବେ ଆସନ୍ତୁ ଜାଣିବା ।

ଏହି ଉପଚାରକୁ କେମିତି ବନେଇବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଏହି ଚମତ୍କାରୀ ଉପଚାରକୁ ବନେଇବା ପାଇଁ ଆପଣ ପ୍ରଥମେ ୩୦୦ ଗ୍ରାମ ମାତ୍ରାରେ କ୍ଷୀର ନେଇ ତାହାକୁ ଭଲ ଭାବରେ ଫୁଟେଇ ଦିଅନ୍ତୁ। ଏହା ପରେ ଏହି ଗରମ କ୍ଷୀରରେ ଘର ତିଆରି ହଳଦୀ ଗୁଣ୍ଡ ଅର୍ଥାତ ଆପଣ ମାର୍କେଟରୁ ଖଣ୍ଡ ହଳଦୀ ଆଣି ତାହାକୁ ଗ୍ରାଇଣ୍ଡିଙ୍ଗ କରି ଗୁଣ୍ଡ କରି ନିଅନ୍ତୁ। ତାହା ସମ୍ପୂର୍ଣ ପ୍ରାକୃତିକ ହଳଦୀ ଗୁଣ୍ଡ ହେବ। କିନ୍ତୁ ମାର୍କେଟ ହଳଦୀ ଗୁଣ୍ଡ ପ୍ରୟୋଗ କରିବେ ନାହିଁ। ଆପଣଙ୍କୁ ସମ୍ପୂର୍ଣ୍ଣ ପ୍ରାକୃତିକ ଏବଂ ଘରୋଇ ହଳଦୀ ଗୁଣ୍ଡ ଏଥିରେ ପ୍ରୟୋଗ କରିବାକୁ ହେବ। ଆପଣ ଏହି ଗରମ କ୍ଷୀରରେ ପୁରା ଏକ ଚାମଚ ହଳଦୀ ମିଶାନ୍ତୁ। ଏହା ପରେ ଏଥିରେ ପୁରା ଶୁଦ୍ଧ ଦେଶୀ ଗାଈ ଘିଅ ଏକ ଚାମଚ।

ଏଠାରେ ବି ଆମେ ଆପଣଙ୍କୁ କହି ରଖୁଛୁ ଯେ ମାର୍କେଟ ଘିଅ ନେବେ ନାହିଁ। ସମ୍ପୂର୍ଣ୍ଣ ଦେଶୀ ଗାଈ ଘିଅ ଏଥିରେ ପ୍ରୟୋଗ କରିବେ। ଯଦି ଆପଣଙ୍କ ଘରେ ଗାଈ ଘିଅ ଥାଏ ବହୁତ ଭଲ କଥା। ଏହି ଉପଚାର ପାଇଁ ଏହି କ୍ଷୀର ଏବଂ ହଳଦୀରେ ପୁରା ଫୁଲ ଏକ ଚାମଚ ଗାଈ ଘିଅ ଏଥିରେ ମିଶେଇ ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ। ଏଥିରେ ଯେମିତି କ୍ଷୀରରେ ହଳଦୀ ଏବଂ ଘିଅ ସମ୍ପୂର୍ଣ୍ଣ ଭାବରେ ମିଶିଯିବ। ସେଥିପାଇଁ ଆପଣ ଏହାକୁ ଗାଜି ନିଅନ୍ତୁ। ଆପଣ ଦୁଇଟି ଗ୍ଲାସ ନେଇ ଏହାକୁ ସରବତ କଲା ଭଳି ଗାଜି ନିଅନ୍ତୁ। ଆପଣ ଦେଖିବେ ଏହାକୁ ଗାଜିଲା ପରେ ଏହା ଉପରେ ଫେଣ ଆସିବାକୁ ଆରମ୍ଭ ହେବ। ଫେଣ ଆସିଗଲେ ଆପଣ ଜାଣିଯିବେ ଯେ କ୍ଷୀରରେ ହଳଦୀ ଏବଂ ଘିଅ ଭଲ ଭାବରେ ମିଶି ଯାଇଛି।

ଏବେ ଆସନ୍ତୁ ଜାଣିବା ଏହାର ସେବନ କେମିତି କରାଯାଏ।

ଆପଣ ଏହାର ସେବନ ଠିଆ ହୋଇ କରନ୍ତୁ। ଧ୍ୟାନ ରଖିବେ ଯେତେବେଳେ ବି ଆପଣ ଏହାର ସେବନ କରିବେ ତେବେ ଆପଣ ଠିଆ ହୋଇ ଏହାର ସେବନ କରନ୍ତୁ। କିନ୍ତୁ ପାଣିକୁ ଆପଣ ସର୍ବଦା ବସି କରି ପିଅନ୍ତୁ ଏବଂ କ୍ଷୀର,ହଳଦୀ ଏବଂ ଘିଅର ଏହି ଘରୋଇ ଉପଚାରକୁ ଆପଣ ଠିଆ ହୋଇ ସେବନ କରନ୍ତୁ। ଏହା ସହଜ ଏବଂ ଚମତ୍କାରୀ ଉପଚାର ଅଟେ। ଆପଣ ଏହାର ପ୍ରୟୋଗ ନିହାତି ଭାବରେ କରନ୍ତୁ। ଆପଣଙ୍କର ଆଣ୍ଠୁ ଗଣ୍ଠି ଭଳି ସମସ୍ୟାକୁ ଦୂର କରିବାରେ ଏହା ବହୁ ପରୀକ୍ଷିତ ଉପଚାର ଅଟେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *