୩୫୦କୋଟି ସମ୍ପତ୍ତିର ମାଲିକ ଅଟନ୍ତି ସାଉଥର ଏହି ସୁପରଷ୍ଟାର, ଏକ୍ଟର ନୁହଁନ୍ତି ଶୁଟର,ରେସର ଏବଂ ପାଇଲଟ ମଧ୍ୟ ଅଟନ୍ତି।

ବଲିଉଡ ତାରକା ମାନଙ୍କ ପରି ହିଁ ଦକ୍ଷିଣ ଭାରତୀୟ ସିନେମାର ତାରକା ମଧ୍ୟ ସାରା ଦେଶରେ ନିଜର ପରିଚୟ ରଖିଛନ୍ତି।ସାଉଥରେ ଏମିତି ଅନେକ ତାରକା ଅଛନ୍ତି ଯେଉଁମାନେ କଳାକାର ସହିତ ହିଁ ପ୍ରତିଟି ଘଟଣାରେ ବଲିଉଡ ଷ୍ଟାରଙ୍କୁ ଟକ୍କର ଦେବାର ଲାଗିଥାନ୍ତି। ଏମିତି ହିଁ ଜଣେ ସାଉଥ ସୁପରଷ୍ଟାର ଅଟନ୍ତି ଅଜିତ କୁମାର।ଅଜିତ କୁମାର ଦକ୍ଷିଣ ଭାରତୀୟ ସିନେମାର ଜଣେ ଜଣାଶୁଣା ନାମ ଅଟନ୍ତି।

ଅଜିତ କୁମାର ତମଲ ସିନେମାର ସବୁଠାରୁ ସଫଳ କଳାକାର ମାନଙ୍କ ମଧ୍ୟରେ ଜଣେ ବୋଲି ଜଣା ଯାଇଥାନ୍ତି।ଗତ ୩୦ବର୍ଷରୁ ସେ ସିନେମା ଇଣ୍ଡଷ୍ଟ୍ରି ସହିତ ଯୋଡି ହୋଇ ରହିଛନ୍ତି। ଜଣା ଯାଉଛି କି,ଅଜିତ କୁମାରଙ୍କ ସିନେମା କ୍ୟାରିୟରର ଆରମ୍ଭ ବର୍ଷ ୧୯୯୦ରେ‌ ଗୋଟିଏ ତମିଲ ସିନେମା ମାଧ୍ୟମରେ ହୋଇଥିଲା। ସିନେମାରେ ତାଙ୍କର ଗୋଟିଏ ବହୁତ ଛୋଟ ଚରିତ୍ର ଥିଲା। ଏହାପରେ ଆଗକୁ ଯାଇ ସେ ନିଜର ବହୁତ ଭଲ କାମ ଦ୍ଵାରା ସୁପରଷ୍ଟାରର ଆଖ୍ୟା ପାଇବାରେ ସଫଳ ହୋଇଥିଲେ। ଆସନ୍ତୁ ଆଜି ଆପଣଙ୍କୁ କୈାଣସି ଏକ୍ଟରଙ୍କ ସହିତ ଯୋଡା କିଛି ଖାସ କଥା ବିଷୟରେ ଜଣାଇବୁ…

Google

ଅଜିତ କୁମାରଙ୍କ ଜନ୍ମ ୧ମଇ ୧୯୭୧ରେ ତେଲେଙ୍ଗାନାର ସିକନ୍ଦରାବାଦ ରେ ହୋଇଥିଲା। ତାଙ୍କ ବାପାଙ୍କ ନାମ ପୀ. ସୁବ୍ରହ୍ମଣିୟମ ଯେତେବେଳେ କି ମାଆଙ୍କ ନାମ ମୋହିନୀ ଅଟେ। ସାଉଥରେ ଅଜିତ କୁମାରଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ଭଲ ଅଟନ୍ତି ଏବଂ ଫ୍ୟାନ ତାଙ୍କୁ ପ୍ରେମରେ ‘ଥାଲା’ ଡାକିଥାନ୍ତି।ଅଜିତ ସେହି ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ତାରକା ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ଯାହାକୁ ବଲିଉଡରେ ମଧ୍ୟ ଜଣା ଯାଇଥାଏ।

ଆପଣ ଏହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କି, ଅଜିତ କୁମାର ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ ପଢି ନାହାନ୍ତି।ଯେତେବେଳେ ସେ ୧୦ମ ଶ୍ରେଣୀରେ ପଢ଼ୁଥିଲେ,ସେବେଠାରୁ ସେ ସ୍କୁଲ ଛାଡ଼ି ଦେଇଥିଲେ ଏବଂ ସେ ପୁଣି ଜଣେ ମେକାନିକ ରୂପରେ କାମ କରିବାକୁ ଲାଗିଥିଲେ।ଏହା ସହିତ ଅଜିତ ସେହି ସମୟରେ ଏକ୍ସପୋର୍ଟ ହାଉସରେ ଚାକିରି କରିଥିଲେ।ଯେତେବେଳେ କି ଅଜିତ ବିଜିନେସ‌ ଡେବଲପରର ଚାକିରି ମଧ୍ୟ କରିଥିଲେ।

ବହୁମୁଖୀ ପ୍ରତିଭାର ଧନୀ ଅଟନ୍ତି ଅଜିତ କୁମାର…

ଅଜିତ କୁମାର ବହୁମୁଖୀ ପ୍ରତିଭାର ଧନୀ ଅଟନ୍ତି। ବୃତ୍ତିରେ ତ ସେ ଜଣେ ସିନେମା ଅଭିନେତା ଅଟନ୍ତି, ହେଲେ ଜଣେ ବହୁତ ଭଲ ଅଭିନେତା ହେବା ସହିତ ହିଁ ସେ ଫର୍ମୁଲା କାର ରେସର, ଶୁଟର ଏବଂ ପାଇଲଟ ମଧ୍ୟ ଅଟନ୍ତି।ଗୌରବର କଥା ହେଉଛି କି,ଅଜିତ ୨୦୦୪ରେ ବ୍ରିଟେନରେ ଆୟୋଜିତ ହୋଇଥିବା ଫର୍ମୁଲା ସୀଜନ 3ରେ ଫର୍ମୁଲା 2 ରେସର ଭାବରେ ଭାଗ ନେଇ ସାରିଛନ୍ତି। ଏହି କାମରୁ ସେ ଦକ୍ଷତା ହାସଲ କରିଥିଲେ।

Google

ଶୁ-ଟି-ଙ୍ଗ ଚାମ୍ପିଅନସିପରେ ଜିତିଛନ୍ତି ୪ଗୋଲ୍ଡ ଏବଂ ୨ସିଲଭର ମଡେଲ…

ଶୁ-ଟି-ଙ୍ଗ ଅଜିତ କୁମାରଙ୍କ ବ୍ୟକ୍ତିତ୍ଵରେ ଚାର ଚାନ୍ଦ ଲଗେଇ ଦେଇଥାଏ।ଜଣେ ବହୁତ ଭଲ ଅଭିନେତା ଏବଂ ଫର୍ମୁଲା କାର ରେସର ହେବା ସହିତ ହିଁ ସେ ଜଣେ ବହୁତ ଭଲ ଶୁ-ଟର ମଧ୍ୟ ଅଟନ୍ତି।ଏହାର ଅନୁମାନ ଆପଣ ଏହି କଥାରୁ ହିଁ ଲଗେଇ ପାରିବେ କି, ବର୍ତ୍ତମାନ ଯେତେବେଳେ ୪୬ତମ ତାମିଲନାଡୁ ଷ୍ଟେଟ ସୁ-ଟିଂ ଚାମ୍ପିଅନସିପର ଆୟୋଜନ ହୋଇଥିଲା ତ ଅଜିତ କୁମାର ୪ଗୋଲ୍ଡ ଏବଂ ୨ସିଲ୍ବର ମଡେଲ ନିଜ ନାମରେ କରିଥିଲେ।

ପାଇଲଟ ମଧ୍ୟ ଅଟନ୍ତି ଅଜିତ କୁମାର…

ଅଜିତ କୁମାରଙ୍କ ପାଇଲଟ ହେବା ମଧ୍ୟ ତାଙ୍କୁ ଅନ୍ୟ ସବୁ ଅଭିନେତାମାନଙ୍କ ଠାରୁ ଖାସ ଏବଂ ଅଲଗା କରିଥାଏ।ଅଜିତ କୁମାର ଫାଇଟର ଜେଟ ସହିତ ମଧ୍ୟ ଉଡି ପାରିବେ। ଜଣା ଯାଉଛି କି, ବୋଧହୁଏ ଅଜିତ କୁମାର ଘରେ ହିଁ ପ୍ଲେନର ମଡେଲ ପ୍ରସ୍ତୁତ କରୁଛନ୍ତି

ଅଜିତ କୁମାରଙ୍କ ନିଜ ଜୀବନର କଥା କୁହାଯିବ ତ ସେ ବର୍ଷ୨୦୦୦ରେ ଅଭିନେତ୍ରୀ ଶାଲିନୀଙ୍କୁ ବାହା ହୋଇଥିଲେ।ଏହା ପୂର୍ବରୁ ଦୁଇଜଣ ସମ୍ପର୍କରେ ଥିଲେ।ଅଜିତ କୁମାର ଏବଂ ଶାଲିନୀ ଦୁଇଜଣ ଛୁଆ ଅନୁଷ୍କା କୁମାର ଏବଂ ଆଦ୍ବିକ କୁମାରଙ୍କ ବାପା-ମାଆ ଅଟନ୍ତି

Google

୩୫୦କୋଟି ସମ୍ପତ୍ତିର ମାଲିକ ଅଟନ୍ତି ଅଜିତ କୁମାର…

ଅଜିତ କୁମାର ରୋଜଗାର ଘଟଣାରେ ମଧ୍ୟ ସମସ୍ତଙ୍କୁ ଟକ୍କର ଦେଇଥାନ୍ତି। ମିଡ଼ିଆ ରିପୋର୍ଟ ମୁତାବକ ଅଜିତ କୁମାର ପାଖାପାଖି ୩୫୦କୋଟି ସମ୍ପତ୍ତିର ମାଲିକ ଅଟନ୍ତି।ଜଣା ଯାଉଛି କି, ସେ ଗୋଟିଏ ସିନେମା ପାଇଁ ୨୫ ରୁ ୩୦କୋଟି ଟଙ୍କା ନେଇଥାନ୍ତି। ଅଜିତ କୁମାରଙ୍କ ଗଣତି ଦକ୍ଷିଣ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ତାରକାମାନଙ୍କ ମଧ୍ୟରେ ହୋଇଥାଏ।

ଅଜିତ କୁମାରଙ୍କ କାର୍ଯ୍ୟ କ୍ଷେତ୍ରରେ କଥା କୁହାଯିବ ତ ତାଙ୍କ ଆଗାମୀ ସିନେମା ‘ବଲିମଇ’ ଅଟେ।ବର୍ତମାନ ଏହାର ପୋଷ୍ଟର ଅଜିତଙ୍କ ଜନ୍ମଦିନରେ ଜା-ରି ହେବାର ଥିଲା, କିନ୍ତୁ କୋରୋନା କାରଣରୁ ଏହାକୁ ଟାଳି ଦିଆଯାଇଥିଲା। ଜଣା ଯାଉଛି କି, ଏହି ସିନେମାକୁ ବଲିଉଡ ନିର୍ମାତା ବୋନୀ କପୂର ପ୍ରୋଡ୍ୟୁସ କରୁଛନ୍ତି।

Leave a Reply

Your email address will not be published. Required fields are marked *