ହାତରେ ହଜାରେ ସୁଡଙ୍ଗ ଖୋଳିଖୋଳି ଶୁଖିଯାଇଥିବା ଗାଁରେ ପହଞ୍ଚାଇଛନ୍ତି ପାଣି,ବୀର କୃଷକର ଚିନ୍ତା ଧାରାକୁ ଆପଣ ବି କରିବେ ସମ୍ନାନ।

କରିୟର ଡେସ୍କ.ବନ୍ଧୁ ଆମେ ସମସ୍ତେ ବିହାରର ‘ମାଉଣ୍ଟେନ ମୈନ’ ଦଶରଥ ମାଝିଙ୍କ କାହାଣୀ ତ ଶୁଣିଛେ।ସେ କେମିତି ହାତରେ ହାତୁଡି ଏବଂ ଛେଣି ନେଇ ପୂରା ପାହାଡକୁ କାଟି ଦେଇଥିଲେ। ଏମିତି ହିଁ ଆଉଜଣେ ବୀର ମଣିଷଙ୍କର ପ୍ରେରଣା ଭରା କାହାଣୀ ସାମ୍ନାକୁ ଆସିଛି। ଏହି କାହାଣୀ କେରଳର କାସରଗୋଡରେ ରହୁଥିବା ୬୭ବର୍ଷର କୁଞ୍ଜବୁଙ୍କର ଅଟେ ଯିଏ ୧୪ବର୍ଷ ବୟସରେ ସୁଡ଼ଙ୍ଗ ଖୋଳିବା ଆରମ୍ଭ କରିଥିଲେ। ଦେଶରେ ଏବେ ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁମାନେ ଜଳ ଥିବା ସୁଡ଼ଙ୍ଗ ଖୋଳିବାରେ ପାରଙ୍ଗମ ଅଟନ୍ତି।କୁଞ୍ଜବୁଙ୍କ ଦାବି ହେଉଛି କି ସେ ଆଜି ପର୍ଯ୍ୟନ୍ତ ୧୦୦୦ ସୁଡ଼ଙ୍ଗ ଖୋଳି ପାଣି ବାହାର କରିଛନ୍ତି। ଯାହାର ଫଳ ସ୍ୱରୂପ ଆଜି ଗାଁର ଲୋକମାନଙ୍କୁ ଜଳ ପାଇଁ କୈାଣସି ନଳକୂପ ଉପରେ ନିର୍ଭର କରିବାକୁ ପଡୁନାହିଁ।କୁଞ୍ଜବୁଙ୍କ ବଳ ଏବଂ ଇଛାଶକ୍ତିର ଏହି କାହାଣୀ ଆପଣଙ୍କୁ ଚକିତ କରିଦେବ ଏବଂ ଆପଣ ତାଙ୍କୁ ସଲାମ ନକରି ରହିପାରିବେନି।

କୁଞ୍ଜବୁ ୧୦୦୦ରୁ ଅଧିକ ଗୁମ୍ଫା ଖୋଳିଛନ୍ତି ଯାହାଦ୍ଵାରା ବହୁତ ଗାଁରେ ପାଣି ପହଞ୍ଚି ପାରିଛି। ଏହି ସୁଡ଼ଙ୍ଗ ଗୁମ୍ଫା କୂଅ, ଉତ୍ତର କେରଳ ଏବଂ କର୍ଣ୍ଣାଟକ କ୍ଷେତ୍ରର ସବୁଠାରୁ ପୁରୁଣା ଜଳ ସଞ୍ଚୟନ ପ୍ରଣାଳୀ ରୂପେ ପ୍ରଚଳିତ ହେଉଛି। କନ୍ନଡ଼ରେ ସୁଡ଼ଙ୍ଗ ଏବଂ ମାଲୟଲାମରେ ଥୁରଙ୍ଗମ,ଏକ ଗୁମ୍ଫା ସରଂଞ୍ଚନା ହୋଇଛି, ଯାହାକୁ ପାହାଡ଼ ମାନଙ୍କୁ ଖୋଳି ସୃଷ୍ଟି କରାଯାଇଛି। ଏହି ଗୁମ୍ଫା ୨.୫ଫୁଟ ଚଉଡାର ହୋଇଛି, ଯାହାର ଲମ୍ବା ୩୦୦ମିଟର ପର୍ଯ୍ୟନ୍ତ ହୋଇଥାଏ,ଯେ ପର୍ଯ୍ୟନ୍ତ ଜଳର ସ୍ରୋତ ନ ମିଳିଥାଏ।ଏହାକୁ ଏହି କ୍ଷେତ୍ରରେ ସବୁଠାରୁ ସ୍ଥାୟୀ ଜଳ ଉପଯୋଗର ମାଧ୍ୟମ ବୋଲି ଧରାଯାଇଥାଏ।

କୁଞ୍ଜବୁ ଜଣାଇଛନ୍ତି କି,”ଏହି କାର୍ଯ୍ୟପାଇଁ ବହୁତ ଶକ୍ତି ଏବଂ ଦୃଢ଼ ସଂକଳ୍ପର ଆବଶ୍ୟକତା ରହିଛି। ମୁଁ ସବୁବେଳେ ଏକ କୋଦାଳ ଏବଂ ଏକ ମହମବତୀ ସହିତ ସଂପୂର୍ଣ୍ଣ ଖୋଳିବାର ଉଦେଶ୍ୟ ନେଇ ଯାଇଥାଏ।”

ସେ ଜଣାଇଛନ୍ତି କି,”ଯେବେ ଆପଣ ୩୦୦ ମିଟର ଲମ୍ବା ଗୁମ୍ଫାକୁ ଖୋଳୁଛନ୍ତି,ତ ଏହା ମଧ୍ୟରେ ଅମ୍ଳଜାନର ସ୍ତର ବହୁତ କମି ଯାଇଥାଏ। ଏହି ସ୍ଥିତିରେ, ପ୍ରାଣ ଚାଲିଯିବା ପରି ସ୍ଥିତିରୁ ବଞ୍ଚିବା ପାଇଁ ହେଲେ ମୁଁ ଏକ ଦିଆସିଲି ଏବଂ ଏକ ମହମବତୀ ନିଜ ସାଥିରେ ନେଇ ଯାଇଥାଏ।ଯଦି ମୋତେ ଦିଆସିଲି ଜଳାଇବାରେ କୈାଣସି ଅସୁବିଧା ହୋଇଥାଏ, ତ ଏହାର ଅର୍ଥ ହେଉଛି କି ସେହି ଜାଗାରେ ଅମ୍ଳଜାନର ସ୍ତର ବହୁତ କମ ଅଛି ଏବଂ ମୁଁ ସେଠାରୁ ସଙ୍ଗେ ସଙ୍ଗେ ବାହାରକୁ ବାହାରି ଯାଇଥାଏ।

ଖୋଳିବା କାର୍ଯ୍ୟ ପାଇଁ ସଠିକ ସ୍ଥାନ ଖୋଳିବା ଠାରୁ ଆରମ୍ଭ କରି,ଏ‌ହାକୁ ସମାପ୍ତ କରିବା ପର୍ଯ୍ୟନ୍ତ ଗୁମ୍ଫା ଖଣ୍ଡ ଖଣ୍ଡ ହୋଇନଥାଏ,କୁଞ୍ଜୁବୁ ପ୍ରକୃତି ନିୟମର ଅନୁକୂଳ ଉପାୟରେ ହିଁ ସୁଡ଼ଙ୍ଗ ଖୋଳିବା କାର୍ଯ୍ୟ କରି ଥାନ୍ତି।

“ସେ ଜଣାଇଛନ୍ତି କି, ମୁଁ ଖୋଳିବା ପାଇଁ ସଠିକ ସ୍ଥାନକୁ ଖୋଜିଥାଏ,ତା ଆଖପାଖରେ ଥିବା ଗଛସବୁକୁ ଦେଖିଥାଏ। ଯଦି ସେହି ଗଛରେ ଫଳ-ଫୁଲ ଲାଗିଛି,ତ ଏହାର ଅର୍ଥ ହେଉଛି କି ସେଠାକାର ମାଟି ଓଦାଳିଆ ଅଛି ଏବଂଏହା ମୋ ପାଇଁ ଏକ ଉପଯୁକ୍ତ ସ୍ଥାନ ଅଟେ। ଏହି ଜ୍ଞାନକୁ କେବଳ ବର୍ଷାର ଅନୁଭବ ଆଧାରରେ ପ୍ରାପ୍ତ କରାଯାଇପାରେ।

କୁଞ୍ଜବୁ କହିଛନ୍ତି,”ଯେବେ ମୁଁ ସୁଡ଼ଙ୍ଗ ପ୍ରଣାଳୀକୁ ବିକଶିତ କରିବା ଆରମ୍ଭ କରିଥିଲି,ତ ଏହା ସେହି ସମୟରେ ମୋ ଜୀବନର ଏକ ଜରୁରୀ ଲକ୍ଷ ଥିଲା, ବିଶେଷ କରି କୃଷି ଉଦେଶ୍ୟ ପାଇଁ। କିନ୍ତୁ,ସମୟ ସହିତ, ଜଳସେଚନ ପମ୍ପ ଚାଲିବା ବଢି ଯାଇଛି ଏବଂ ସୁଡ଼ଙ୍ଗ ଖୋଳିବା କାର୍ଯ୍ୟ କମି ଯାଇଛ।

କୁବଞ୍ଜୁ କହିଛନ୍ତି,”ଜଳସେଚନ ପମ୍ପ ସଂସ୍କୃତି,ଆମ ପ୍ରକୃତି ପାଇଁ ବହୁତ ହାନିକାରକ ଅଟେ। ଯେତେବେଳେ ଆପଣ ‌ଜଳସେଚନ ପମ୍ପର ଖନନ କରୁଛନ୍ତି,ତ ଆପଣ ଧରିତ୍ରୀର ହୃଦୟ ଉପରେ ପ୍ରହାର କରୁଛନ୍ତି। ଏଥିପାଇଁ ଆଜି ଭୂତଳ ଜଳ ସଙ୍କଟର ସମସ୍ୟା ବଢି ଯାଇଛି। ଏହା ସହିତ ଭୂକଂପ ସମସ୍ୟା ବି ବଢ଼ି ଯାଇଛି,କାରଣ ଏହାଦ୍ବାରା ପ୍ରକୃତିର ନିୟମରେ ବାଧା ସୃଷ୍ଟି ହୋଇଥାଏ।

ଆଜି କାସରଗୋଡ ଜିଲ୍ଲାରେ ଏମିତି ୫,୦୦୦ରୁ ଅଧିକ ସୁଡ଼ଙ୍ଗ ଅଛି, କିନ୍ତୁ ଲୋକପ୍ରିୟତାର କମି କାରଣରୁ ଅଧିକାଂଶ ପ୍ରଭାବହୀନ ହୋଇଯାଇଛି। କିନ୍ତୁ କୁଞ୍ଜବୁ ଭଳି ଲୋକ ଆଜି ପର୍ଯ୍ୟନ୍ତ ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି।

କୁଞ୍ଜବୁ କହିଛନ୍ତି-ସୁଡଙ୍ଗ ପ୍ରଣାଳୀ ଧିରେଧିରେ ପ୍ରଭାବହୀନ ହୋଇଯାଉଛି, କିନ୍ତୁ ଯେଉଁ ପର୍ଯ୍ୟନ୍ତ ସାମର୍ଥ୍ୟ ଅଛି ମୁଁ ମୋର ଏହି ଯାତ୍ରାକୁ ଚାଲୁ ରଖିବାକୁ ଚାହୁଁଛି।ମୋର ବିଶ୍ବାସ ଅଛି କି ଏହି ପ୍ରଣାଳୀକୁ ପୁଣି ପୁନର୍ବାର ଜୀବିତ କରାଯାଇପାରେ।

Leave a Reply

Your email address will not be published. Required fields are marked *