ଏହି ଘରୋଇ ଉପଚାରର ପ୍ରୟୋଗ ଦ୍ୱାରା ଗୋଟିଏ ମାସରେ ଦୂର ହୋଇଯିବ ଆପଣଙ୍କ ଥାଇରଏଡ ସମସ୍ୟା।

ଆଜିର ସମୟରେ ଥାଇରଏଡ଼ ପରି ସମସ୍ୟା ପ୍ରାୟ ପ୍ରତ୍ୟେକ ଘରେ ଦେଖିବାକୁ ମିଳିଥାଏ। ଥାଇରଏଡ଼ ରୋଗ ଆଜିକାଲି ପ୍ରାୟତଃ ଅଧିକାଂଶ ଲୋକଙ୍କୁ ଆକ୍ରାନ୍ତ କରୁଅଛି। ବିଶେଷ କରି ମହିଳା ମାନଙ୍କୁ ଥାଇରଏଡ଼ ରୋଗ ଅଧିକ ମାତ୍ରାରେ ହୋଇଥାଏ। ଥାଇରଏଡ଼ ହେବା ଦ୍ୱାରା ବ୍ୟକ୍ତି ମୋଟା ହୋଇଯାଇଥାନ୍ତି କିମ୍ବା କୌଣସି ବ୍ୟକ୍ତି ପତଳା ମଧ୍ୟ ହୋଇଯାଇଥାନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ସେବନ କରିଥାଉ। ତେବେ ଏମିତି ଏକ ଘରୋଇ ଉପଚାର ବିଷୟରେ ଜାଣନ୍ତୁ ଯାହାର କେବଳ ୩୦ ଦିନ ସେବନ ପରେ ଆପଣଙ୍କ ଥାଇରଏଡ଼ ସମ୍ବନ୍ଧିତ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ।

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଦେଢ଼ ଗ୍ଲାସ ପାଣି ନିଅନ୍ତୁ ଏବଂ ପାଣିକୁ ଫୁଟିବା ପାଇଁ ଛାଡ଼ନ୍ତୁ। ଏହାକୁ ବନାଇବା ପାଇଁ ପ୍ରଥମ ସାମଗ୍ରୀ ଆବଶ୍ୟକ ଦୁଇ ଚାମଚ ଧନିଆ ଗୁଣ୍ଡ। ଧନିଆ ଗୁଣ୍ଡ ପରିବର୍ତ୍ତେ ଆପଣ ଗୋଟା ଧନିଆ ମଧ୍ୟ ଏହି ଉପଚାରରେ ବ୍ୟବହାର କରି ପାରିବେ। କିନ୍ତୁ ଗୋଟା ଧନିଆ ସବୁ ସ୍ଥାନରେ ମିଳି ନଥାଏ। ଯଦି କୌଣସି ସ୍ଥାନରୁ ଆପଣଙ୍କୁ ଗୋଟା ଧନିଆ ମିଳି ଯାଉଛି ତେବେ ଏହି ଗୋଟା ଧନିଆକୁ ରାତି ସାରା ପାଣିରେ ଭେଦାଇ ଉପଚାର ପ୍ରସ୍ତୁତିରେ ବ୍ୟବହାର କରନ୍ତୁ। କିନ୍ତୁ ଧନିଆ ଗୁଣ୍ଡ ଅପଣଙ୍କ ନିକଟବର୍ତ୍ତୀ ବଜାରରୁ ସହଜରେ ମିଳିଯିବ। ଯଦି ମିଳେ ନାହିଁ ତେବେ ଆପଣ ଏହାକୁ ଅନଲାଇନ ଅର୍ଡର କରି ମଧ୍ୟ ମଗାଇ ପାରିବେ।

ବହୁ ପୁରାତନ କାଳରୁ ଥାଇରଏଡ଼ ଭଳି ରୋଗକୁ ଦୂର କରିବା ପାଇଁ ଧନିଆର ବ୍ୟବହାର କରାଯାଉ ଅଛି। ଏବେ ଆପଣ ଏହି ଫୁଟୁଥିବା ଗରମ ପାଣିରେ ଦୁଇ ଚାମଚ ଧନିଆ ଗୁଣ୍ଡ ମିଶାଇ ଦିଅନ୍ତୁ।

ଏହି ଉପଚାରକୁ ବନାଇବା ପାଇଁ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀ ଆବଶ୍ୟକ ଜଷ୍ଟି ମଧୁ। ଏକ ଛୋଟ ଖଣ୍ଡ ଜଷ୍ଟିମଧୁ ଆପଣ ଏଥିରେ ବ୍ୟବହାର କରନ୍ତୁ। ଏହି ଜଷ୍ଟିମଧୁ ଆପଣଙ୍କୁ ନିକଟ ବଜାରରେ କୌଣସି ପୁଟୁଳି ବଣିଆ ଦୋକାନରୁ ବହୁତ ସହଜରେ ମିଲିଯିବ। ଯଦି ନମିଳେ ଏହାକୁ ମଧ୍ୟ ଆପଣ ଅନଲାଇନରେ ମଗାଇ ପାରିବେ। ତେବେ ପ୍ରଥମେ ଆପଣ ଏହାକୁ ଛେଚି ନିଅନ୍ତୁ। ଏବେ ଆପଣ ଏହାକୁ ପୂର୍ବରୁ ଫୁଟୁଥିବା ଜିରା ପାଣି ମିଶ୍ରଣରେ ମିଶାଇ ଦିଅନ୍ତୁ।

ଜଷ୍ଟିମଧୁ ଅଆମର ଥାଇରଏଡ଼ ଗ୍ରନ୍ଥିକୁ ନ୍ୟୁଟ୍ରିଲାଇଜଡ଼ କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଜଷ୍ଟିମଧୁର ପ୍ରୟୋଗ ଆପଣ ଏହି ଉପଚାର ବନାଇବା ପାଇଁ ନିହାତି ଭାବରେ କରନ୍ତୁ। କାରଣ ଜଷ୍ଟିମଧୁ ଆପଣଙ୍କ ଥାଇରଏଡ଼ ଗ୍ରନ୍ଥିକୁ ନ୍ୟୁଟ୍ରାଲଲାଇଜ କରି ଆପଣଙ୍କ ଥାଇରଏଡ଼କୁ କମ କରିବାରେ ବହୁତ ଅଧିକ ସହାୟକ ହୋଇଥାଏ। ବର୍ତ୍ତମାନ ଏହି ପାଣିକୁ ସେପର୍ଯ୍ୟନ୍ତ ଫୁଟାନ୍ତୁ ଯେତେପର୍ଯ୍ୟନ୍ତ ଏହି ପାଣି ଫୁଟି ଫୁଟି ଏକ କପ ହୋଇ ନଯାଉଛି।

ପାଖାପାଖି ୧୦ ରୁ ୧୫ ମିନିଟ ଫୁଟିବା ପରେ ଆମେ ଦେଇଥିବା ଦେଢ଼ ଗ୍ଲାସ ପାଣି ଫୁଟି ଫୁଟି ଏକ କପ ରହିଯିବ। ଏବେ ଗ୍ୟାସକୁ ବନ୍ଦ କରି ପାଣିକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଥଣ୍ଡା ହେବା ପରେ ଆପଣ ଏହାକୁ ଗୋଟିଏ ଗ୍ଲାସକୁ ଛାଣି ନିଅନ୍ତୁ। ଏବେ ଉପଚାରଟି ପ୍ରସ୍ତୁତ ହୋଇଯିବ।

ଆପଣ ଏହି ଉପଚାରକୁ ପ୍ରତିଦିନ ସକାଳୁ ଖାଲି ପେଟରେ ସେବନ କରନ୍ତୁ। ଯଦି ଆପଣ ଥାଇରଏଡ ମେଡିସିନ ଗ୍ରହଣ କରିଛନ୍ତି ତେବେ ଥାଇରଏଡ ମେଡିସିନ ଖାଇବାର ଅଧାଘଣ୍ଟା ପରେ ଏହାର ସେବନ କରନ୍ତୁ ଏବଂ ଏହି ଉପଚାର ଖାଇବାର ଅଧଘଣ୍ଟା ପରେ ଜଳଖିଆ କରନ୍ତୁ। ଏହିପରି ଭାବରେ ଏହାକୁ ୩୦ ଦିନ ପର୍ଯ୍ୟନ୍ତ ସେବନ କରିବାକୁ ପଡିବ। ୩୦ ଦିନ ପରେ ନିଜର ଥାଇରଏଡ ପରୀକ୍ଷା କରି ଦେଖନ୍ତୁ ଆପଣଙ୍କ ଥାଇରଏଡ ବହୁତ ପରିମାଣରେ ନର୍ମାଲ ହୋଇଯିବ।

ଏଥିସହିତ ଥାଇରଏଡ ରୋଗୀ ମାନେ ଆଉ ଏକ ଉପଚାରର ସେବନ କରି ପାରିବେ। ଏଥିପାଇଁ ଆବଶ୍ୟକ ଏକ ଗ୍ଲାସ ଉଷୁମ ପାଣି। ଏକ ଗ୍ଲାସ ଉଷୁମ ପାଣିରେ ଆପଣ ସାଧାରଣ ଖାଇବା ଲୁଣ ଏକ ଚାମଚ ମିଶାନ୍ତୁ ଏବଂ ମିଶାଇବା ପରେ ଏହାର ଗାରଗିଲିଙ୍ଗ କରନ୍ତୁ। ଏହାକୁ ଦିନରେ ଦୁଇ ଥର ହିସାବରେ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଗଳାରେ ଥାଇରଏଡ ଦ୍ୱାରା ହୋଇଥିବା ସଂକ୍ରମଣ କମ ହୋଇଯାଇଥାଏ। ଆପଣଙ୍କ କଷ୍ଟ ବହୁତ ପରିମାଣରେ କମ ହୋଇଯାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *