ସ୍ତ୍ରୀର ଖୁସି ପାଇଁ ସ୍ବାମୀ ଖୋଳିଲେ ୩୧ ଫୁଟର ଗଭୀର କୂଅ ଏବଂ ତା ପରେ ସେଥିରେ…

ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ଭାନପୁରା ବାବା ଗାଁରେ ରହୁଥିବା ଭାରତ ସିଂହ ନିଜ ସ୍ତ୍ରୀକୁ ଏତେ ଭଲ ପାଅନ୍ତି ଯେ ତାଙ୍କ ପାଇଁ ଏକ କୂଅ ଖୋଳିଦେଲେ। ଯେମିତି ପାଣି ଆଣିବା ପାଇଁ ସ୍ତ୍ରୀକୁ ଦୂର ଗାଁକୁ ନ ଯିବେ। ଆଶ୍ଚର୍ଯ୍ୟକର କଥା ଏହାକି କୂଅ ଖୋଳିବା ପାଇଁ ଭାରତ ସିଂହ କାହାର ସାହାର୍ଯ୍ୟ ନେଇ ନଥିଲେ ଏବଂ ନିଜେ ଏକା କୂଅ ଖୋଳିଥିଲେ। ସାରା ମଧ୍ୟପ୍ରଦେଶରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲା କଲେକ୍ଟର ମଧ୍ୟ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

୪୬ ବର୍ଷିୟ ଭାରତ ସିଂହଙ୍କ ଅନୁସାରେ ତାଙ୍କ ସ୍ତ୍ରୀ ପାଣି ଆଣିବା ପାଇଁ ବହୁତ ଦୂରକୁ ଯିବାକୁ ପଡୁଥିଲା ଏବଂ ଏଇଟା ତାଙ୍କୁ ଭଲ ଲାଗେ ନାହିଁ। ସେଥିପାଇଁ ସେ ଭାବିଲେ ଘର ପାଖରେ କୂଅ ଖୋଳିବା ପାଇଁ। ଯାହା ଦ୍ବାରା ସ୍ତ୍ରୀ ଘର ପାଖରୁ ପାଣି ଆଣି ପାରିବେ ଯେମିତି ତାଙ୍କୁ ଦୂରକୁ ଯିବାକୁ ପଡିବ ନାହିଁ ପାଣି ଆଣିବା ପାଇଁ।

ଭାରତ ସିଂହଙ୍କ ସ୍ତ୍ରୀଙ୍କର ବୟସ ୩୯ ବର୍ଷ। ଯେବେଠାରୁ ତାଙ୍କର ବିବାହ ହୋଇଛି ସେବେଠାରୁ ତାଙ୍କ ସ୍ତ୍ରୀ ଅଧା କିଲୋ ମିଟର ଦୂରକୁ ଯାଇ ହ୍ୟାଣ୍ଡପମ୍ପରୁ ପାଣି ଆଣନ୍ତି। ପାଣି ଆଣିବାକୁ ତାଙ୍କ ସ୍ତ୍ରୀକୁ ବହୁତ ସମୟ ଲାଗେ ଏବଂ ସେ ବହୁତ ଥକି ଯାନ୍ତି। ଏଥିପାଇଁ ଭାରତ ସିଂହ ଘରେ କୂଅ ଖୋଳିବାର ନିସ୍ପତି ନେଇଥିଲେ ଏବଂ ୩୧ ଫୁଟର କୂଅ ସେ ନିଜେ ଖୋଳିଥିଲେ।

ଞ୍ଚାଚୌଡା ଜନପଦର ଭାନପୁରା ବାବା ଗାଁରେ ରହୁଥିବା ଭାରତ ସିଂହଙ୍କ ସ୍ତ୍ରୀ ସୁଶୀଳା ବାଈଙ୍କୁ ପାଖାପାଖି ୫୦୦ ମିଟର ଦୂରକୁ ଯାଇ ହ୍ୟାଣ୍ଡ ପମ୍ପରୁ ପାଣି ଆଣିବାକୁ ପଡୁଥିଲା। ହ୍ୟାଣ୍ଡ ପମ୍ପର ବରମ୍ବାର ଚେନ ଖସି ଯାଏ , ଯାହାପାଇଁ ସ୍ତ୍ରୀ ଚିନ୍ତିତ ହୋଇଯାନ୍ତି। ଏଥିପାଇଁ ସେ କେତେଥର ପାଣି ନ ଆଣି ଫେରି ଆସନ୍ତି। ଏହା ଦେଖି ଭାରତ ସିଂହ ଦୁଇ ମାସ ପୂର୍ବରୁ ଭାବି ନେଇଥିଲେ ଯେ ଘର ପାଖରେ କୂଅ ଖୋଳିବେ ବୋଲି।

ଭାରତ ସିଂହ ୧୫ ଦିନରେ ୨୧ ହାତ ଗଭୀର ଏବଂ ସାଢେ ଚାରି ଫୁଟ ଚୌଡା କୂଅ ଖୋଳିଥିଲେ। ଏତିକି ହିଁ ନୁହେଁ ଗୋଟିଏ ମାସରେ କୂଅ ପକ୍କା କରି ଦେଇଥିଲେ। ଭାରତ ସିଂହ କହିଛନ୍ତି – ଯେତେବେଳେ ମୁଁ ଘର ବାହାରେ କୂଅ ଖୋଳିବା ଆରମ୍ଭ କରିଥିଲେ ,ସେତେବେଳେ ମୋ ସ୍ତ୍ରୀ ଏହି କଥାକୁ ମଜାକ ଭାବି ବହୁତ ହସୁଥିଲେ। ଯେତେବେଳେ ସେ ଦେଖିଲେ କି ସତରେ କୂଅ ଖୋଳା ହେଉଛି ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ କହୁଥିଲେ କି ମୁଁ କୂଅ ଖୋଳି ପାରିବି ନାହିଁ। ସ୍ତ୍ରୀଙ୍କ ଏହି କଥାକୁ ଶୁଣି ମୁଁ ବହୁତ ତୀବ୍ରରେ କୂଅ ଖୋଳିଲି। ପାଞ୍ଚ ଦିନ ଭିତରେ ମୁଁ ୧୨ ହାତ କୂଅ ଖୋଳିଥିଲି।

କଲେକ୍ଟର ପୁରୂଷୋତ୍ତମଙ୍କୁ ଯେତେବେଳେ ଏହି ଖବର ମିଳିଲା ସେତେବେଳେ ସେ ବହୁତ ଖୁସି ହୋଇଥିଲେ। ସେ କହିଥିଲେ କି ଭାରତ ସିଂହ ଏବଂ ତାଙ୍କୁ ପିଏମ ଆବାଶ ମିଳିବ। ଏହା ସହିତ ଶାସନ ଯୋଜନାର ସୁବିଧା ମଧ୍ୟ ମିଳିବ। ଭାରତ ସିଂହ ଙ୍କ ସ୍ତ୍ରୀ ସେତେବେଳେ କହିଥିଲେ କି ଜୀବନରେ ପଇସା ସବୁ କିଛି ନୁହେଁ , ଏମିତି ପ୍ରେମ କରୁଥିବା ସ୍ବାମୀ ଭାଗ୍ୟବାନ ଙ୍କୁ ମିଳିଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *