ଆଜି ଆସନ୍ତୁ ଜାଣିବା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ଆଶ୍ଚର୍ଯ୍ୟଜନକ ରହସ୍ୟ କଥା।

ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଭଗବାନ ତାଙ୍କ ଭକ୍ତକୁ ସବୁବେଳେ ରକ୍ଷା କରିଥାନ୍ତି। କିନ୍ତୁ ଆପଣଙ୍କୁ ଏହା ଜଣା ନଥିବ କେବେ କେବେ ଭଗବାନ ନିଜ ଭକ୍ତଙ୍କୁ ଫସେଇ ଦିଅନ୍ତି। ହଁ ସେ ଏହିଭଳି ଫସେଇ ଦିଅନ୍ତି ଯାହା ଦ୍ୱାରା ବିଚରା ଭକ୍ତ କିଛି କହି ପରିନଥାଏ। ଠିକ ସେହିଭଳି ଯେପରି ଭଗବାନ ଶ୍ରୀକୃଷ୍ଣ ପିଲା ବେଳେ ଲହୁଣୀ ଚୋରି କରିବା ବେଳେ ଗୋପାଳ ମାନଙ୍କ ସହ ଖେଳିବା ପାଇଁ ପୋଳୁଥିଲେ। କିନ୍ତୁ ହଁ ଏହା ସତ୍ୟ ଅଟେ କି ଯେବେ ଭଗବାନ ନିଜ ଭକ୍ତକୁ ଫସେଇ ଥାଆନ୍ତି ସେଥିରେ ବି ଭଗବାନ ତାଙ୍କ ଭକ୍ତ ମଧ୍ୟରେ ଗୋଟିଏ ମଧୁର ସୁଖର ଆଦାନ ପ୍ରଦାନ ହୋଇଥାଏ। ତାହା କେବଳ ଭଗବାନ ଆଉ ତାଙ୍କର ଭକ୍ତ ହିଁ ବୁଝି ପାରିବେ। କିନ୍ତୁ ଆପଣ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ କି ଏହି ଭଳି ନଟ ଖଟ ଲୀଳା କେବଳ ଭଗବାନ ଶ୍ରୀକୃଷ୍ଣ ହିଁ କରୁନାହାନ୍ତି ଏମିତି କାମ ଆମ ଜଗତର ନାଥ ପ୍ରଭୁ ଜଗନ୍ନାଥ କରିବାରେ ପୋଛଉ ନାହାନ୍ତି। କଣ ଆପଣ ତାଙ୍କର ଏମିତି କୌଣସି ଲୀଳା ବିଷୟରେ ଜାଣିଛନ୍ତି କେବେ ଶୁଣିଛନ୍ତି?ତେବେ ଆସନ୍ତୁ ଆଜି ଆମେ ଆପଣ ମାନଙ୍କୁ ଭଗବାନ ଜଗନ୍ନାଥଙ୍କ ଏମିତି ଏକ ସତ୍ୟ ଘଟଣା ମିଠା ରସରେ ଭରା ଓ ଲୀଳା ବିଷୟରେ ଜଣେଇବୁ ଯାହାକୁ ଶୁଣି ଆପଣଙ୍କର ହୃଦୟ ଭକ୍ତି ରସରେ ଭରିଯିବ। ତେବେ ଏବେ ଆସନ୍ତୁ ଜାଣିବା।

ଏହି ସତ୍ୟ ଘଟଣା ଏମିତି ଏକ ଭକ୍ତଙ୍କର ଅଟେ ଯିଏ ରହିଥାନ୍ତି ପ୍ରଭୁ ଜଗନ୍ନାଥଙ୍କ ପୁରୀ ଧାମରେ। କିନ୍ତୁ ଭଗବାନ ଜଗନ୍ନାଥଙ୍କ ସହ ତାଙ୍କର ପରିଚୟ ଗୋଟେ ମିତ୍ର ରୂପରେ ରହିଥିଲା। ତାଙ୍କ ସହିତ ଭଗବାନ ଜଗନ୍ନାଥ ବାଳକ ରୂପରେ ଖେଳିବାକୁ ଆସୁଥିଲେ। ଏବଂ କେବେ କେବେ ତାଙ୍କର ସେବା କରିବା ପାଇଁ ମଧ୍ୟ ଆସିଥାନ୍ତି। ହଁ ବନ୍ଧୁଗଣ ଆମେ କଥା ହେଉଛୁ ଭଗବାନ ଜଗନ୍ନାଥଙ୍କ ପରମ ଭକ୍ତ ରଘୁଦାସଙ୍କ ବିଷୟରେ। ରଘୁଦାସ ଜଣେ ସାଧାରଣ ଏବଂ ବାଳକ ସମାନ ସ୍ୱଭାବର ଭକ୍ତ ଥିଲେ। ସେ ପୁରୀର ସିଂହ ଦ୍ୱାର ପାଖରେ ରହିଥାନ୍ତି। ତାଙ୍କର ଭକ୍ତି ଏବଂ ଭଗବାନ ଜଗନ୍ନାଥଙ୍କ ସହ ତାଙ୍କର ସାକ୍ଷ ଭାବରେ ଆଦାନ ପ୍ରଦାନ ବିଷୟରେ ସବୁ ଲୋକ ଜାଣିଥାନ୍ତି। ନଗରର ସବୁ ଲୋକ ତାଙ୍କୁ ଆଦର ଏବଂ ସମ୍ମାନ ଦେଇଥାଆନ୍ତି। କିନ୍ତୁ ରଘୁଦାସଙ୍କୁ ଏଥିରେ କିଛି ବି ଫରକ ପଡୁନଥିଲା। ତାଙ୍କ ପାଇଁ ତାଙ୍କର ଦୁନିଆ ବାସ କେବଳ ଭଗବାନ ଜଗନ୍ନାଥଙ୍କ ପର୍ଯ୍ୟନ୍ତ ସୀମିତ ଥିଲା। ଗୋଟେ ଦିନ ଏମିତି ହିଁ ହେଲା ଦିନେ ରାତି ସମୟରେ ଭଗବାନ ଜଗନ୍ନାଥ ରଘୁଦାସଙ୍କ ପାଖକୁ ଆସିଲେ ଏବଂ କହିଲେ ରଘୁ ଚାଲ ଆଜି ଆମେ ରାଜାଙ୍କ ବଗିଚାରୁ ପାଚିଲା ପଣସ ଚୋରାଇବା। ତା ପରେ ଆମେ ଦୁଇଜଣ ସେହି ପଣସର ଅଶ୍ଵଦନ କରିବା। ଭଗବାନ ଜଗନ୍ନାଥଙ୍କ କଥା ଶୁଣି ରଘୁଦାସ କହିଲେ କିନ୍ତୁ ଆପଣଙ୍କୁ କୌଣସି ଚୋରି କରିବା କଣ ଆବଶ୍ୟକ। ଯଦି ଆପଣଙ୍କୁ ପଣସ ଖାଇବାର ଅଛି ତାହେଲେ ମୁଁ ଆପଣଙ୍କ ପାଇଁ ଗୋଟେ ବଡ଼ ପାଚିଲା ପଣସର ଫଳ ନେଇ ଆସିବି। ରଘୁଦାସଙ୍କ ଏହି କଥା ଶୁଣି ଭଗବାନ ଜଗନ୍ନାଥ କହିଲେ ଆରେ ନାଇଁ ନାଇଁ ଏମିତି ତ ପ୍ରତିଦିନ ମତେ ସବୁପ୍ରକାର ଜିନିଷ ମିଳୁଛି ମତେ ଆଉ କିଛି ଜିନିଷର ଆବଶ୍ୟକ ନାହିଁ।

ବାସ୍ତବରେ ମୋ ପାଖରେ ସବୁକିଛି ଅଛି। ମୋ ଯଶୋଦା ମା ମତେ ବହୁତ ଶ୍ରଦ୍ଧାରେ ଦିନସାରା ଖାଇବା ପାଇଁ ଲହୁଣୀ ଦେଉଥିଲେ। ହେଲେ ମଧ୍ୟ ମୁଁ ଅନ୍ୟ ଘରୁ ଲହୁଣୀ ଚୋରି କରିବାକୁ ଯାଉଥିଲି। ଜାଣିଛ କଣ ପାଇଁ। କାରଣ ଚୋରି କରି ଖାଇଲେ ଯେଉଁ ଆନନ୍ଦ ମିଳିଥାଏ ସେହି ଆନନ୍ଦ ଅତି ସହଜରେ ଅନ୍ୟ କେଉଁଠି ମିଳିନଥାଏ। ସେଥିପାଇଁ ମୁଁ ଚାହୁଁଛି ଆଜି ତୁମକୁ ବି ଏହି ଆନନ୍ଦର ଅନୁଭୂତି କରାଇବି। ରଘୁଦାସ କହିଲେ ନାଇଁ ନାଇଁ ମତେ ଏମିତି କିଛି ବି ଅନୁଭୂତି କରାଇବାର ନାହିଁ। ଯଦି ରାଜାଙ୍କୁ ଏହି କଥା ଜଣା ପଡିଯିବ ତେବେ ସେ ଆପଣଙ୍କୁ କିଛିବି କରିବେ ନାହିଁ କିନ୍ତୁ ମୋର କଣ ହେବ ଏହା ଭାବିଛନ୍ତି ଆପଣ। ଏହିପରି ରଘୁଦାସ ବାରମ୍ବାର ମନା କରିବା ସତେ ମଧ୍ୟ ଭଗବାନ ଜଗନ୍ନାଥ ବାରମ୍ବାର ପଣସ ଚୋରି କରିବା ପାଇଁ କହିଥିଲେ। ଶେଷରେ ବିଚରା ରଘୁଦାସ କଣ କରିବେ। ଭଗବାନ ଜଗନ୍ନାଥଙ୍କ କଥା ମାନିବାକୁ ପଡିଲା। ଭଗବାନ ଜଗନ୍ନାଥ ଏବଂ ରଘୁଦାସ ପଣସ ଚୋରି କରିବା ପାଇଁ ରାଜାଙ୍କ ବଗିଚାକୁ ଚାଲିଲେ। ଏବେ ଦୁଇ ଜଣ ବଗିଚାରେ ପହଁଚିଲେ। ଆପଣ ତ ଜାଣିଛନ୍ତି ଆମର ଜଗା ପୁରୁଣା ଖେଳାଳି ଅଟନ୍ତି। କେଉଁଠି ବି କିଛି ବି ସୁଯୋଗ ଛାଡ଼ନ୍ତି ନାହିଁ।ଭଗବାନ ଜଗନ୍ନାଥ ରଘୁଦାସଙ୍କୁ କହିଲେ ଦେଖ ରଘୁ ଏହି ପଣସ ଗଛଟି ବହୁତ ବଡ଼ ଅଟେ।ଆଉ ଏହା ଉପରେ ବଡ଼ ବଡ଼ ଫଳ ଅଛି। ଏମିତିରେ ତମେ ଏହି ଗଛ ଉପରେ ଚଢିଯାଅ। ମୁଁ ଏଠି ତଳେ ଛିଡା ହୋଇଛି। ତମେ ଗଛ ଉପରକୁ ଯାଇ ବଡ଼ ପଣସଟେ ତୋଳି ତଳକୁ ପକେଇ ଦିଅ। ମୁଁ ତଳେ ରହି ସେହି ପଣସକୁ ଧରିନେବି। ତାପରେ ତୁମେ ତଳକୁ ଆସିଯିବ। ଏବଂ ଯେମିତି ଲୁଚି ଲୁଚି ବଗିଚାକୁ ଆସିଥିଲେ ଠିକ ସେମିତି ଲୁଚି ଲୁଚି ଏଠାରୁ ଆଣେ ପଳାଇବା। ରଘୁଦାସ ଆଉ କଣ କହିବେ। ଭଗବାନ ଜଗନ୍ନାଥଙ୍କ ରଣ ନୀତିକୁ ପ୍ରଣାମ କରି ସେ ଚଢ଼ିଗଲେ ପଣସ ଗଛ ଉପରେ। ଗଛ ଉପରେ ଗୋଟେ ଭଲ ଏବଂ ବଡ଼ ପଣସକୁ ତୋଳିଲେ ତାପରେ ତଳକୁ ଆବାଜ ଦେଲେ। ଜଗନ୍ନାଥ କଣ ଆପଣ ପ୍ରସ୍ତୁତ ଅଛନ୍ତି ମୁଁ ପଣସର ଫଳ ତଳକୁ ଫିଙ୍ଗୁଛି ତାକୁ ଧରି ନେବେ। ଭଗବାନ ଜଗନ୍ନାଥ କହିଲେ ହଁ ହଁ ମୁଁ ମୁଁ ଏଠାରେ ହିଁ ଅଛି ତମେ ସେହି ପଣସକୁ ତଳକୁ ଫୋପାଡ଼ି ଦିଅ। ଏହା ଶୁଣି ରଘୁଦାସ ପଣସକୁ ତଳକୁ ଫୋପାଡ଼ି ଦେଲେ। ଏବଂ ଭାବିଲେ ତଳେ ଜଗନ୍ନାଥ ପଣସକୁ ଧରି ନେବେ। କିନ୍ତୁ ଏହା କଣ ହେଲା। କେଉଁଠି ଅଛନ୍ତି ଭଗବାନ ଜଗନ୍ନାଥ। ଭଗବାନଙ୍କ ଲୀଳା ଅତି ସୁନ୍ଦର। ସେ ସଠାରୁ ମାୟା ହୋଇଗଲେ। ପଣସଟି ଜୋରରେ ତଳେ ପଡ଼ିଲା ଆଉ ଚାରିଆଡେ କମ୍ପି ଉଠିଲା। ପଣସଟି ତଳେ ପଡି ଦୁଇଫାଳ ହୋଇଗଲା। ଯେତେବେଳେ ରାଜାଙ୍କ ସିମ୍ପାହି ମାନେ ଏହି ଶବ୍ଦକୁ ଶୁଣିଲେ ସେମାନେ ଜାଣିପାରିଲେ କିଏ ଜଣେ ପଣସ ବଗିଚାକୁ ଆସିଛି ପଣସ ଚୋରି କରିବା ପାଇଁ। ସିମ୍ପାହି ମାନେ ଦୌଡ଼ି ଦୌଡ଼ି ସେଠାରେ ପହଁଚି ଗଲେ। ସେମାନେ ସେଠାରେ ଦୃଶ୍ୟ ଦେଖି ସେମାନଙ୍କୁ ବିଶ୍ୱାସ ହେଲା ନାହିଁ। ସେମାନେ ଦେଖିଲେ ବଡ଼ ପଣସଟିଏ ମାଟିରେ ପଡିଛି।

ଆଉ ଗଛ ଉପରେ ରଘୁଦାସ ବସିଛନ୍ତି। ସିମ୍ପାହି ମାନେ ତୁରନ୍ତ ରାଜାଙ୍କ ଯାଇ କହିଲେ ହେ ରାଜା ଆଶ୍ଚର୍ଯ୍ୟର ସହିତ ଆମେ ଆପଣଙ୍କୁ ସୂଚିତ କରିବାକୁ ଯାଉଛୁ ଆଜି ଆପଣଙ୍କର ପଣସ ବଗିଚାରେ ରଘୁଦାସ ପଣସ ଚୋରି କରିବା ପାଇଁ ଆସିଥିଲେ। ଆଉ ଏବେବି ସେ ସେହି ଗଛ ଉପରେ ବସିଛନ୍ତି। ଏହା ଶୁଣି ରାଜାବି ଆଶ୍ଚର୍ଯ୍ୟ ହୋଇଗଲେ। ରାଜା ଭାବିକେ ରଘୁଦାସ ପଣସ ଚୋରି କରିବାକୁ କାହିଁକି ଆସିଲେ। ଏହା ଭାବି ଭାବି ରାଜା ସେହି ବଗିଚାରେ ପହଁଚି ଗଲେ। ସେଠାକୁ ଯାଇ ସେ ଦେଖିଲେ ସତରେ ରଘୁଦାସ ଏବେବି ସେହି ଗଛ ଉପରେ ବସିଛନ୍ତି। ଆଉ ଗଛ ତଳେ ପଣସଟି ପଡି ଦୁଇ ଫାଳ ହୋଇଯାଇଛି। ରାଜା ରଘୁଦାସଙ୍କୁ ଗଛ ତଳକୁ ଆସିବା ପାଇଁ କହିଲେ ଯେତେବେଳେ ରଘୁଦାସ ଗଛ ତଳକୁ ଆସିଲେ ରାଜା ତାଙ୍କୁ କହିଲେ ହେ ମୋର ପ୍ରିୟ ରଘୁଦାସ ଯଦି ଆପଣଙ୍କର ପଣସ ଖାଇବାର ଇଛା ଥିଲା ତାହେଲେ ଆପଣ ଏତେ ରାତିରେ ଏଠାକୁ ମୋ ବଗିଚାକୁ ଆସିବାର କଷ୍ଟ କାହିଁକି କରିଲେ। ଯଦି ଆପଣ ମତେ କହିଥାନ୍ତେ ଏହି ପଣସକୁ ମୁଁ ଆପଣଙ୍କ ଘରକୁ ପଠେଇ ଦେଇଥାନ୍ତି। ଏବେ ରଘୁଦାସ କଣ ଉତ୍ତର ଦେବେ। ରଘୁଦାସ ଭଗବାନ ଜଗନ୍ନାଥଙ୍କ ସବୁ କଥା କହିଲେ ଯେଉଁ ଭଳି ଭଗବାନ ତାଙ୍କୁ ଚୋରି କରିବାକୁ କହିଥିଲେ। ଆଉ ସେ ଏଠାରୁ ମାୟା ହୋଇଗଲେ। ଏହା ଶୁଣି ରାଜା ଆଉ ସିମ୍ପାହି ମାନେ ହସିବାକୁ ଲାଗିଲେ। ସବୁ ଲୋକେ ରଘୁଦାସଙ୍କ ସହ ଭଗବାନ ଜଗନ୍ନାଥଙ୍କ ଏହି ମଧୁର ଲୀଳାର ଆନନ୍ଦ ନେଲେ। ଏବେ ଅନେକ ଦିନ ପର୍ଯ୍ୟନ୍ତ ଭଗବାନଙ୍କ ଚୋରିର ଏହି କଥାର ଚର୍ଚ୍ଚା ନଗରରେ ହେବାକୁ ଲାଗିଲା।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ରଘୁଦାସଙ୍କ ଆଉ ଗୋଟେ ସତ୍ୟ ଘଟଣା ବିଷୟରେ।

ଥରେ ରଘୁଦାସ ଅତ୍ୟନ୍ତ ବୀମାର ହୋଇଗଲେ। ତାଙ୍କର ସ୍ଥିତି ଏହି ଭଳି ବିଗିଡି ଗୋଲା ସେ ତାଙ୍କ ଶେଯରୁ ଉଠି ପାରିଲେ ନାହିଁ। ସେଠି ହିଁ ତାଙ୍କୁ ମଳ ମୂତ୍ର ତ୍ୟାଗ କରିବାକୁ ପଡିଲା। ଏହି କାରଣ ଯୋଗୁ ପାଖାପାଖି ସ୍ଥାନ ଅତ୍ୟନ୍ତ ଦୁର୍ଗନ୍ଧ ମୟ ହୋଇଗଲା। ରଘୁଦାସ ତାଙ୍କର ଏହି ଭଳି ଅସହାୟ ଏବଂ ବିମାରି ଯୋଗୁ ସବୁବେଳେ ଶେଯରେ ହିଁ ଶୋଇ ରହୁଥିଲେ। ସେହି ସମୟରେ ଗୋଟେ ଛୋଟ ପିଲା ତାଙ୍କର ସେବା କରିବାକୁ ଆସେ। ସେ ରଘୁଦାସଙ୍କର ପାଖାପାଖି ସ୍ଥାନକୁ ଆଉ ତାଙ୍କ ଶରୀରକୁ ସଫା କରୁଥାଏ। ଏବଂ ତାଙ୍କ ଦେହରେ ଚନ୍ଦନ ଆଉ ଅନ୍ୟ ସୁଗଦ୍ଧିତ ଦ୍ରବ୍ୟ ଲଗେଇ ଦେଉଥିଲେ। କିଛି ଦିନ ପରେ ଯେବେ ରଘୁଦାସ ଚେତନାରେ ଆସିଲେ ତାଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା। କାରଣ ଏହିପରି ଦୁର୍ଦଶାରେ ତାଙ୍କର ସେବା କରୁଥିବା ସେହି ବାଳକ ଆଉ କେହି ନୁହନ୍ତି ସ୍ୱୟଂ ଭଗବାନ ଜଗନ୍ନାଥ ଥିଲେ। ଏହା ଦେଖି ରଘୁଦାସ କହିଲେ ହେ ମୋର ପ୍ରିୟ ପ୍ରଭୁ ଏହା ଆପଣ କଣ କରିଲେ। ମୋ ଭଳି ତୁଚ୍ଛ ଜୀବର ସେବା କରି ଆପଣ ମତେ ଅପରାଧୀ ବନେଇ ଦେଲେ। ଆପଣଙ୍କ ସେବା ନେଇ ଆଜି ମୁଁ ଅଧିକ ପାପୀ ହୋଇଗଲି। ଆପଣ ତ ସମ୍ପୂର୍ଣ ଜଗତର ନାଥ ଅଟନ୍ତି। ଯଦି ଆପଣ ଚାହିଁଥିଲେ ଗୋଟେ କ୍ଷଣରେ ମୋର ଏହି ବିମାରକୁ ଭଲ କରିଦେଇ ଥାନ୍ତେ। କିନ୍ତୁ ଆପଣ ମତେ ଠିକ କରିବା ଜାଗାରେ ମୋର ସେବା କାହିଁକି ଆପଣ କରୁଥିଲେ ମୋର ପ୍ରିୟ ପ୍ରଭୁ। ଭଗବାନ କହିଲେ ହଁ ମୁଁ ତୁମକୁ ଅବଶ୍ୟ ଠିକ କରିପାରିଥାନ୍ତି କିନ୍ତୁ ମୁଁ ଚାହୁଁଥିଲି ତମର ସମସ୍ତ ପ୍ରାଣତ କର୍ମ ଏହି ଜନ୍ମରେ ଶେଷ ହୋଇଯାଉ। ଯାହା ଦ୍ୱାରା ଏହି ଶରୀର ତ୍ୟାଗ କରିବା ପରେ ତମେ ସିଧା ମୋ ପାଖକୁ ବା ମୋ ଧାମକୁ ଆସିପାରିବ। ଯେଉଁ ପ୍ରକାର ମୋର ଭକ୍ତଙ୍କୁ ମୋର ସେବା କରିବାରେ ଆନନ୍ଦ ଆସିଥାଏ ସେହି ପ୍ରକାରରେ ମୋତେ ବି ମୋର ଭକ୍ତ ମାନଙ୍କର ସେବା କରିବାରେ ଅତ୍ୟନ୍ତ ଆନନ୍ଦ ମିଳିଥାଏ।ଆଉ ଏହି ପ୍ରକାରରେ ଭଗବାନ ଜଗନ୍ନାଥ ଏବଂ ରଘୁଦାସଙ୍କ ମଧ୍ୟରେ ମଧୁର ଲୀଳା ଚାଲିଥାଏ।ଏଥିପାଇଁ ଭଗବାନ ଓ ତାଙ୍କର ପ୍ରିୟ ଭକ୍ତଙ୍କର ଏହି ପରି ରସରେ ବୁଡି ହୋଇ ରହିଥିବା କଥା ବିଷୟରେ ଜାଣିଲେ।

Leave a Reply

Your email address will not be published. Required fields are marked *