ଗଣ୍ଠିର କଷ୍ଟ ଯୋଗୁଁ ଚାଲି ପାରୁନଥିଲା କଇଁଛ, ଚିଡିୟାଘର କରିଲା ଏମିତି Jugaad, ଭାଇରାଲ ହେଲା Video

ହେଲ୍ମଥ ନାମକ ଗୋଟିଏ ଆଫ୍ରିକି ସ୍ପର କଇଁଛ (African spur tortoise)ର ଏହି ଭିଡିଓ ନିଶ୍ଚିତ ଦେଖନ୍ତୁ। ଏହି କଇଁଛର ଏହି ଭିଡିଓ ଫେସବୁକ (Facebook)ରେ ସେୟାର କରାଯାଇଛି, ଭିଡିଓରେ ଦେଖା ଯାଇଛି କି ଗୋଟିଏ ୧୦୦କିଲୋ ଓଜନର କଇଁଛ ଚିଡିୟାଘର ଭିତରେ ସ୍କେଟ ବୋର୍ଡରେ ଚାଲୁଛି।

ଯଦି ଆପଣ ଇଣ୍ଟରନେଟରେ କୈାଣସି ଏମିତି କଣ୍ଟେଣ୍ଟ ଖୋଜୁଛନ୍ତି, ଯାହାକୁ ଦେଖି ଆପଣଙ୍କ ମନ ଖୁସି ହୋଇଯିବ। ତାହେଲେ ଆପଣ ହେଲ୍ମଥ ନାମକ ଗୋଟିଏ ଆଫ୍ରିକି ସ୍ପର କଇଁଛ (African spur tortoise)ର ଏହି ଭିଡିଓ ନିଶ୍ଚିତ ଦେଖନ୍ତୁ।ଏହି କଇଁଛର ଏହି ଭିଡିଓ ଫେସବୁକ (Facebook)ରେ ଜୁମ ଏର୍ଲେବିନସ୍ଵେଲ ଗେଲସେକିର୍ନ(Zoom Erlebniswelt Gelsenkirchen) ନାମକ ପେଜରେ ସେୟାର କରାଯାଇଛି, ଭିଡିଓରେ ଦେଖା ଯାଇଛି କି ଗୋଟିଏ ୧୦୦କିଲୋ ଓଜନର କଇଁଛ ଚିଡିୟାଘର ଭିତରେ ସ୍କେଟ ବୋର୍ଡ(Skate Board)ରେ ଚାଲୁଛି।

ଭିଡିଓ ସେୟାର କରିବା ସମୟରେ ପୋଷ୍ଟ ସହିତ ଲେଖିଛନ୍ତି, “ସ୍ପର କଇଁଛ ହେଲ୍ମଥ ବର୍ତ୍ତମାନ ପ୍ରତିଦିନ ଫିଜିୟୋଥେରେପୀ ନେଉଛନ୍ତି। ୧୦୦କିଲୋ ଓଜନର ଏହି ଜୀବକୁ ଦୁଇ ମଜବୁତ କର୍ମଚାରୀଙ୍କ ଦ୍ଵାରା ରୋଲର ବୋର୍ଡ (Roller Board)ରେ ରଖାଯାଇଛି, ଯାହା ନିଜେ ନିଜେ ଚାଲୁଛି। ଗଣ୍ଠିରେ କଷ୍ଟ ଯୋଗୁଁ ସେ ଚାଲିପାରୁ ନାହିଁ। ଦୁର୍ବଳତା କାରଣରୁ,ସେ ବୋଧହୁଏ ଉପଶମ ମୁଦ୍ରାରେ ରହୁଥିଲା ଏବଂ ସେ କେବଳ ନିଜ ସାମ୍ନାର ଡାହାଣ ପାଦର ଉପଯୋଗ ହିଁ କରିଥାଏ। ଯାହାଦ୍ଵାରା ସେ ସବୁ ପାଦର ମାଂସପେଶୀକୁ ହରେଇବ ନାହିଁ ଏବଂ ବର୍ତ୍ତମାନ ମଧ୍ୟ ନିଜ କବଚକୁ ସ୍ବତନ୍ତ୍ର ରୂପରେ ଉଠାଇବାରେ ସକ୍ଷମ ଅଟେ, ସେ ବର୍ତ୍ତମାନ ରୋଲର ବୋର୍ଡ ସାହାଯ୍ୟରେ ନିୟମିତ ରୂପରେ ଚାଲୁଛି। ହେଲ୍ମଥ ପାଇଁ ଚିକିତ୍ସା ଏବଂ ଔଷଧ ସରୀସୃପ ବିଶେଷଜ୍ଞଙ୍କ ପରାମର୍ଶରେ ବିକଶିତ କରା ଯାଇଥିଲା ଏବଂ ଆମର ବିଶ୍ବାସ ରହିଛି କି ନିକଟ ଭବିଷ୍ୟତରେ ସେ ଠିକ ହୋଇଯିବ।”

ଏହି ଭିଡିଓକୁ ୨ଅପ୍ରେଲରେ ସେୟାର କରାଯାଇଛି। ଏହି ଭିଡିଓ ଉପରେ ଏପର୍ଯ୍ୟନ୍ତ ପାଖାପାଖି ୨ହଜାର ପ୍ରତିକ୍ରିୟା ଆସି ସାରିଛି। ଲୋକମାନେ କଇଁଛକୁ ଏହିପରି ରୋଲର ବୋର୍ଡ଼ରେ ଚାଲୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ସେ ବହୁତ ଶୀଘ୍ର ଠିକ ହେବାର କାମନା କରୁଛନ୍ତି। ଅନେକ ଲୋକ କମେଣ୍ଟରେ ଚିଡିୟା଼ଘର ଦ୍ଵାରା କଇଁଛ ପାଇଁ କରା ଯାଇଥିବା ଏହି ସାହାଯ୍ୟର ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *