‘ଗୁରୁଜୀ’ଙ୍କ କାହାଣୀ ଶୁଣି ଖୋଜୁଥିଲେ ଧନ , ୮୦ଫୁଟ ସୁଡ଼ଙ୍ଗ ଖୋଳି ସାରିଥିଲେ ତାପରେ ହେଲା ଏମିତି…

ସଞ୍ଚିତ ଧନରାଶି ଖୋଜିବା ସହଜ କାମ ନୁହେଁ, କିନ୍ତୁ ପୁଣି ମଧ୍ୟ ସାରା ଦୁନିଆରେ ଲୋକମାନେ ମାଟିରେ ଗାତ ଖୋଳି ଧନ ଖୋଜିବା ଚକରରେ ଲାଗି ରହିଥାନ୍ତି। ଅନେକଙ୍କ ହାତରେ ଧନ ମଧ୍ୟ ଲାଗି ଯାଇଥାଏ, ଯାହାଙ୍କ କାହାଣୀ ଅନ୍ୟ ମାନଙ୍କୁ ଏମିତି ଅମୂଲ୍ୟ ପଦାର୍ଥ ଖୋଜିବା ପାଇଁ ପ୍ରୋତ୍ସାହିତ କରିଥାଏ! ତାଜା ଘଟଣା ତିରୁପତିର ମଙ୍ଗଳମ ଅଞ୍ଚଳର ଅଟେ ଯେଉଁଠାରେ ରବିବାର ଡେରି ରାତିରେ ପୋ-ଲି-ସ ଜଣେ ୪୦ବର୍ଷିୟ ଟ୍ରେଜର ହଣ୍ଟର(ଧନ ଖୋଜୁଥିବା ବ୍ୟକ୍ତି)ଙ୍କୁ ତାଙ୍କର ୬ଜଣ ମଜୁରିଆଙ୍କ ସହିତ ଗି-ର-ଫ କରିଥିଲେ। ସେ ଅଣ-ଆଇନ ଭାବରେ ପ୍ରାଚୀନ ଧନରାଶି ଖୋଜିବା ପାଇଁ ବୀଟୀଆର କଲୋନୀ ପାଖରେ ସ୍ଥିତ ଶେଷଚଲମର ପାହାଡ଼ରେ ଗୋଟିଏ ସୁଡ଼ଙ୍ଗ ଖୋଳୁଥିଲେ।

କରିବାର ଥିଲା ୧୨୦ଫୁଟର ଗାତ

Alipiri ସର୍କଲ ଇନ୍ସପେକ୍ଟର ବୀ. ଦେବେନ୍ଦ୍ର କୁମାର କହିଛନ୍ତି, ‘ଲୁଚିଥିବା ଧନରାଶି ଖୋଜିବା ପାଇଁ ଟ୍ରେଜର ହଣ୍ଟର ମଂକୁ ନାୟଡୁ ମଜୁରିଆଙ୍କ ସାହାଯ୍ୟରେ ବୀଟୀଆର କଲୋନୀରୁ ପାଖାପାଖି ତିନି କିଲୋମିଟର ଦୂର ଜଙ୍ଗଲରେ ସ୍ଥିତ ଶେଷଚଲମର ପାହାଡ଼ରେ ୮୦ଫୁଟ ଲମ୍ବା ସୁଡଙ୍ଗ ଖୋଳି ଦେଇଥିଲେ। ଏହି କାମ ସେ ପୂର୍ବରୁ କରୁଥିଲେ। ଜଣା ଯାଉଛି କି ଧନ ପାଇଁ ନାୟଡୁଙ୍କୁ ମାଟିରେ ପାଖାପାଖି ୧୨୦ଫୁଟ ଗାତ ଖୋଳିବା ପାଇଁ କୁହାଯାଇଥିଲା।

କଲୋନୀବାଲା ଦେଲେ ପୋ-ଲି-ସ-ଙ୍କୁ ସୂଚନା

ରିପୋର୍ଟ ମୁତାବକ, ରବିବାର ଡେ-ରି ରାତିରେ କଲୋନୀର ଲୋକମାନେ ଦେଖିଥିଲେ କି କିଛି ଅଜଣା ଲୋକ ପାହାଡ଼ ଆଡ଼କୁ ଯାଉଛନ୍ତି।ଘଟଣା ଗଡବଡ ଲାଗିବାରୁ ସେମାନେ Alipiri ପୋ-ଲି-ସ-କୁ ଏହାର ସୂଚନା ଦେଇଥିଲେ। ଇନ୍ସପେକ୍ଟର କହିଛନ୍ତି, ‘ଆମେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲୁ ଏବଂ ଆ-ରୋ-ପୀ-ମା-ନ-ଙ୍କୁ ଗି-ର-ଫ କରି ନେଇଥିଲୁ। ଆମେ ସୁଡ଼ଙ୍ଗର ମଧ୍ୟ ନିରିକ୍ଷଣ କରିଥିଲୁ ଏବଂ ଅନେକ ପ୍ରମାଣ ଜୁଟାଇଥିଲୁ।

ଗୁରୁଜୀ କହିଥିଲେ ସଞ୍ଚିତ ଧନର କାହାଣୀ

ନାୟଡୁ ବର୍ଷ୨୦୧୪ରେ ଅନାକାପଲ୍ଲେରୁ ତିରୁପତିକୁ ସିପ୍ଟ ହୋଇଥିଲେ। ଏଠାରେ ସେ ପେଣ୍ଟିଂ କାମ କରୁଥିଲେ। ପରେ, ତାଙ୍କ ଦେଖା ସ୍ଵୟଂଭୂ ଗୁରୁଜୀ,ରମୈୟା ସ୍ବାମୀଙ୍କ ସହିତ ହୋଇଥିଲା। ସେ ନାୟଡୁଙ୍କୁ ପାହାଡ଼ରେ ଲୁଚି ରହିଥିବା ସଞ୍ଚିତ ଧନ ବିଷୟରେ କହିଥିଲେ।ନାୟଡୁ କାହାଣୀ ଉପରେ ଭରଷା କରି ପୂର୍ବ ବର୍ଷ ହିଁ ଗୁରୁଜୀଙ୍କ ସହିତ ମିଶି ବି-ସ୍ଫୋ-ଟକରେ ସୁଡ଼ଙ୍ଗ ଖୋଳିବାକୁ ଲାଗିଥିଲେ। ହେଲେ,ଛଅମାସ ପୂର୍ବରୁ ‘ଗୁରୁଜୀ’ଙ୍କ ମୃ-ତ୍ୟୁ ହୋଇ ଯାଇଥିଲା। କିନ୍ତୁ ନାୟଡୁ ନିଜ ଖୋଜ ଜାରି ରଖିଥିଲେ।

Leave a Reply

Your email address will not be published. Required fields are marked *