“ଗୁଣ୍ଡେ” ସିନେମା ପରି ପ୍ରେମ କଲେ ଦୁଇ ବନ୍ଧୁ! ଦୁଇ ସାଙ୍ଗ ଜଣେ ମହିଳାଙ୍କ ସହିତ ଛୁଆ ଜନ୍ମ କରିବା ପାଇଁ ‌ପ୍ରସ୍ତୁତ

ବ୍ରାଜିଲର ଦୁଇ ପ୍ରିୟ ବନ୍ଧୁ ଜଣେ ମହିଳାଙ୍କ ପ୍ରେମରେ ପଡି ଯାଇଛନ୍ତି ଏବଂ ପୂର୍ବ ଦେଢ଼ ବର୍ଷରୁ ତିନିଜଣ ଯାକ ଜଣେ ଅନ୍ୟ ଜଣଙ୍କୁ ଡେଟ କରୁଛନ୍ତି। ଏହି ତିନିଜଣ ପାରମ୍ପରିକ କପଲ୍ସଙ୍କ ପରି ରେଷ୍ଟୁରାଣ୍ଟ ଏବଂ ଡେଟରେ ଯାଉଛନ୍ତି। ହେଲେ ଏମାନଙ୍କୁ ଅଜବ ପ୍ରକାର ପ୍ରତିକ୍ରିୟାର ସାମ୍ନା କରିବାକୁ ପଡୁଛି କିନ୍ତୁ ଏହି ତିନିଜଣ ଭବିଷ୍ୟତକୁ ନେଇ ବହୁତ ଯୋଜନା କରୁଛନ୍ତି।

୩୦ବର୍ଷର ଡିନୋ ଡିସୁଜା ଏବଂ ସାଲୋ ଗୋମ୍ସ ବ୍ରାଜିଲର ଅଟନ୍ତି ଏବଂ ସେ ପୂର୍ବ ବର୍ଷ ସ୍ପେନର ବାର୍ସିଲୋନାରେ ଛୁଟି କଟାଇବା ସମୟରେ ବେଲାଋଷର ଏକ ବାରକୁ ଯାଇଥିଲେ। ଯେଉଁଠାରେ ଏମାନଙ୍କର ଦେଖା ୨୭ବର୍ଷର ଓଲ୍ଗାଙ୍କ ସହିତ ହୋଇଥିଲା ଯିଏ ତାଙ୍କ ବନ୍ଧୁମାନଙ୍କ ସହିତ ଥିଲେ।ଡିନୋ ଏବଂ ସାଲୋ ସାଥିହୋଇ ଏହି ମହିଳାଙ୍କୁ ଅଟକାଇ ଥିଲେ ଏବଂ ତିନିଜଣ ସାଥିହୋଇ ଡେଟରେ ଯିବାକୁ ଲାଗିଲେ।

ଡିନୋ ଏହି ବିଷୟରେ କଥା ହେବା ସମୟରେ କହିଥିଲେ-ସାଲୋ ଏବଂ ମୁଁ ବାର୍ସିଲୋନା ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିଲୁ ଏବଂ ସେଠାରେ ଆମକୁ ଓଲ୍ଗା ମିଳିଥିଲେ।ଆମେ ତାଙ୍କୁ ଡ୍ରିଙ୍କସ ପାଇଁ ବାଧ୍ୟ କରିଥିଲୁ ଏବଂ ସେଠାରୁ ଆମ କାହାଣୀ ଆରମ୍ଭ ହୋଇଥିଲା।ଆମ ପାଇଁ ଏହା ଜରୁରୀ ନୁହେଁ କି ଆମେ ତିନିଜଣ ସଂପର୍କରେ ରହିଛୁ ଆମ ପାଇଁ ଅଧିକ ଜରୁରୀ କେମେଷ୍ଟ୍ରୀ ଅଟେ।ଆମ ମାନଙ୍କ ମଧ୍ୟରେ ବହୁତ ଦୃଢ଼ କେମେଷ୍ଟ୍ରୀ ରହିଛି।

ଡିନୋ କହିଥିଲେ କି ଆରମ୍ଭରେ ଆମକୁ ପରିବାର ଏବଂ ବନ୍ଧୁମାନଙ୍କ ଠାରୁ କେତେ ପ୍ରକାର ମେସେଜ ମିଳୁଥିଲା କାରଣ ସେମାନେ ବୁଝିବାକୁ ଚାହୁଁଥିଲେ କି ବାସ୍ତବରେ ଆମ ମାନଙ୍କ ମଧ୍ୟରେ କଣ ଚାଲିଛି କାରଣ ଏମିତି ଘଟଣା ସାମାନ୍ୟ ଠାରୁ ଟିକେ ଅଲଗା ଥିଲା।ଆମେ ବହୁତ ସହଜରେ ନିଜ ପରିବାର ଏବଂ ବନ୍ଧୁମାନଙ୍କୁ ଓଲ୍ଗାଙ୍କ ବିଷୟରେ ଜଣାଇଥିଲୁ ଏବଂ ଏମିତି ଚାଲିବା ଦ୍ଵାରା ଲୋକମାନଙ୍କ ମତ ଆମ ପ୍ରତି ବଦଳିଛି ଏବଂ ଏବେ ଲୋକମାନେ ବହୁତ ସମର୍ଥନ କରୁଛନ୍ତି।

ଡିନୋ, ଓଲ୍ଗା ଏବଂ ସାଲୋ ପୂର୍ବ ଦେଢ଼ ବର୍ଷରୁ ଜଣେ ଅନ୍ୟ ଜଣଙ୍କୁ ଡେଟ କରୁଛନ୍ତି ଏବଂ ପରିଶେଷରେ ତିନିଜଣ ଯାକ ଫ୍ରାନ୍ସରେ ହିଁ ରହୁଛନ୍ତି ଏବଂ ସାଥିହୋଇ ଛୁଆ ଜନ୍ମ କରିବାକୁ ଚାହୁଁଛନ୍ତି।ଡିନୋ କହିଛନ୍ତି କି ଆମେ ପୂରା ଦୁନିଆ ବୁଲିବାକୁ ଚାହୁଁଛୁ ଏବଂ ନିଜର ବ୍ୟବସାୟ ବଢାଇବାକୁ ଚାହୁଁଛୁ ଏବଂ ଜୀବନକୁ ବହୁତ ସଫଳ ଭାବରେ ବଞ୍ଚିବାକୁ ଚାହିଁଛୁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *