ଜଣେ ମହିଳାକୁ ନେଇ ଦୁଇ ଘନିଷ୍ଠ ବନ୍ଧୁଙ୍କ ମଧ୍ୟରେ ଝଗଡା,ରାଗରେ ଜଣେ ବନ୍ଧୁ ନେଇଗଲା ଆଉ ଜଣେ ବନ୍ଧୁଙ୍କ ଜୀବନ,ନଜର ପକାନ୍ତୁ ପୁରା ମାମଲା ଉପରେ

ସୁରତରେ ଅବୈଧ ସଂପର୍କ କାରଣରୁ ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି। ଜଣା ଯାଉଛି କି ଜଣେ ବିବାହିତ ମହିଳାଙ୍କ ସହିତ ଦୁଇ ଘନିଷ୍ଠ ବନ୍ଧୁଙ୍କର ଅବୈଧ ସଂପର୍କ ଥିଲା। ସେଥିରୁ ଜଣେ ବନ୍ଧୁ ମହିଳାଙ୍କୁ ଲୁଚାଇ ନେଇଯିବା ପାଇଁ ଚାହୁଁଥିଲେ ଏବଂ ଅନ୍ୟ ଜଣେ ତାଙ୍କ ରାସ୍ତାରେ ପ୍ରତିବନ୍ଧକ ସାଜୁଥିଲା। ଏହି କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ଜଣଙ୍କର ଜୀବନ ଚାଲି ଯାଇଥିଲା। ପୋଲିସ ଦୁଇଜଣ ହତ୍ୟାକାରୀଙ୍କୁ ଗିରଫ କରି ନେଇଛନ୍ତି।

ଗୁଜରାଟର ସୁରତରୁ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ପାଗଳ ପ୍ରେମୀଙ୍କ ନିଜ ପ୍ରେମିକାଙ୍କୁ ପାଇବା ପାଇଁ ଅନ୍ୟଜଣେ ପ୍ରେମୀଙ୍କର ହତ୍ୟା କରିଦେଇଛନ୍ତି। ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛନ୍ତି।

Google

ସୁରତ ସହରରେ ଦୁଇଦିନ ପୂର୍ବରୁ ଜଣେ ଯୁବକଙ୍କର ଶବ ମିଳିଥିଲା। ଏହି ଘଟଣାରେ ପୋଲିସ ଦୁଇ ଆରୋପୀଙ୍କୁ ଗିରଫ କରି ନେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ମୃତକଙ୍କର ଘନିଷ୍ଠ ବନ୍ଧୁ ଥିଲେ। ଦୁଇଜଣ ବନ୍ଧୁଙ୍କର ଜଣେ ବିବାହିତ ମହିଳାଙ୍କ ସହିତ ଅବୈଧ ସଂପର୍କ ଥିଲା। ମୃତକ ଜଣକ ମହିଳାଙ୍କୁ ଲୁଚାଇ ନେଇଯିବାକୁ ଚାହୁଁଥିଲେ। ଏହି ଘଟଣାରେ ଅନ୍ୟ ବନ୍ଧୁ ଜଣଙ୍କ ପ୍ରତିବନ୍ଧକ ସାଜୁଥିଲେ। ପୁଣି ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ।

ଅବୈଧ ସଂପର୍କ ଯୋଗୁଁ ଚାଲିଯାଇଥିଲା ଯୁବକଙ୍କର ଜୀବନ

ଜଣା ଯାଉଛି କି ମୃତକ ୨୬ବର୍ଷୀୟ ପ୍ରଦୀପ ଚୌହାନ ଏବଂ ତାଙ୍କର ୨୪ବର୍ଷୀୟ ବନ୍ଧୁ ଅଭୟଙ୍କର ଏକ ବିବାହିତା ମହିଳାଙ୍କ ସହିତ ଅବୈଧ ସଂପର୍କ ଥିଲା।ଅଭୟ କହୁଥିଲେ କି ମହିଳା ଜଣଙ୍କ ତାଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କ ସହ ଲୁଚି ପଳାଇ ଯିବାପାଇଁ ପ୍ରସ୍ତୁତ ଥିଲେ। ସେହି, ପ୍ରଦୀପ କହୁଥିଲେ କି ମହିଳା ଜଣଙ୍କ ପ୍ରଥମେ ତାଙ୍କୁ ଭଲ ପାଉଥିଲେ। ଏହି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବହୁତ ଥର ଝଗଡ଼ା ହେଉଥିଲା।ଅଭୟ ଚିନ୍ତା କରିଥିଲେ କି ପ୍ରଦୀପ ବଞ୍ଚି ରହିଲେ ମହିଳା ଜଣଙ୍କ ତାଙ୍କ ସହିତ ଲୁଚି ଯାଇପାରିବେ ନାହିଁ। ଏଥିପାଇଁ ସେ ଚିନ୍ତା କରି ଥିଲେ କି ପ୍ରଦୀପଙ୍କୁ ରାସ୍ତାରୁ ହଟାଇ ଦେବା ଉଚିତ ହେବ।

ଏହା ମଧ୍ୟରେ ଅଭୟ ତାଙ୍କର ଅନ୍ୟ ଜଣେ ବନ୍ଧୁ ଅନୀଲ କୁମାରଙ୍କର ସାହାଯ୍ୟ ନେଇଥିଲେ ଏବଂ ଏକ ଜନଶୂନ୍ୟ ସ୍ଥାନକୁ ପ୍ରଦୀପଙ୍କୁ ଡାକି ତାଙ୍କୁ ମାରି ଦେଇଥିଲେ। ମାରିଦେବା ପରେ ଦୁଇଜଣ ପ୍ରଦୀପଙ୍କ ଚେହେରାକୁ ପଥରରେ ଛେଚି ନଷ୍ଟ କରିଦେଇଛନ୍ତି, ଯାହାଦ୍ଵାରା ତାଙ୍କର ଚିହ୍ନଟ ହୋଇପାରିବ ନାହିଁ। ପୋଲିସ ସାମ୍ନାରେ ଅଭୟ ଏବଂ ତାଙ୍କର ବନ୍ଧୁ ଅନୀଲ କୁମାର ନିଜ ଦୋଷକୁ ସ୍ବୀକାର କରିନେଇଛନ୍ତି। ଦୁଇ ଜଣ ‌ହାଜତ ମଧ୍ୟରେ ବନ୍ଦି ହୋଇ ଅଛନ୍ତି।

Leave a Reply

Your email address will not be published. Required fields are marked *