ହନିମୁନର ଦୁଇ ସପ୍ତାହ ପରେ ଧୋକା ଦେଲେ ସ୍ୱାମୀ, ଗୋଟିଏ ଚାବିରୁ ଖୋଲିଲା ରହସ୍ୟ

ଜଣେ ମହିଳା ନିଜର ପ୍ରେମ ଏବଂ ଧୋକାର କାହାଣୀ ଏକ ରିଲେସନସିପ ପୋର୍ଟାଲରେ ସେୟାର କରି କହିଛନ୍ତି ଯେ କିପରି ଭାବରେ କାହା ଉପରେ ମଧ୍ୟ ସହଜରେ ବିଶ୍ୱାସ କରିବା ଉଚିତ ନୁହେଁ | ମହିଳା ଜଣକ ପୂର୍ବରୁ ବିବାହିତା ଥିଲେ ଏବଂ ନିକଟରେ ହିଁ ତାଙ୍କର ଛାଡପତ୍ର ହୋଇଥିଲା | ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ଥିଲା | ଛାଡପତ୍ରର କିଛିଦିନ ପରେ ବ୍ରେଣ୍ଡନ ଦେଖିବାକୁ ବହୁତ ଆକର୍ଷକ ଥିଲା |

ମହିଳା ଜଣକ ଲେଖିଥିଲେ ଯେ ବ୍ରେଣ୍ଡନ ବହୁତ ଧନୀ ଏବଂ ସ୍ମାର୍ଟ ଥିଲେ ଏଥିସହିତ ମୋତେ ଜଣେ ରାଜକୁମାରୀ ପରି ରଖୁଥିଲେ ସେ ମୋତେ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ମୁଁ ଛାଡପତ୍ର ପରେ ନୂତନ ସମ୍ପର୍କରେ ଆରମ୍ଭକୁ ନେଇ କୌଣସି ପ୍ରକାରର ଶୀଘ୍ରତା କରିବାକୁ ଚାହୁଁ ନଥିଲି | ମୁଁ ତାଙ୍କୁ ଗୋଟିଏ ବର୍ଷ ପରେ ବିବାହ କରିବାକୁ କହିଥିଲି | ପ୍ରଥମ ବିବାହରେ ମିଳିଥିବା ଧୋକା କାରଣରୁ ମୁଁ ବହୁତ ଅଧିକ ସତର୍କ ଥିଲି |

ମହିଳା ଜଣକ କହିଲେ ଯେ ଏକ ବର୍ଷ ବିତିଯିବା ପରେ ବ୍ରେଣ୍ଡନ ପୁଣିଥରେ ନିର୍ବନ୍ଧ କଥା କହିଥିଲେ | ସମୟ ବିତିବା ସହିତ ସେ ବାରମ୍ବାର ମୋ ଉପରେ ବିବାହର ଚାପି ପ୍ରୟୋଗ କରିବାକୁ ଲାଗିଲେ | ମହିଳା ଜଣକ କହିଥିଲେ ଯେ ବ୍ରେଣ୍ଡନ ତାଙ୍କ ଝିଅର ମଧ୍ୟ ବହୁତ ଯତ୍ନ ନେଇଥିଲେ ଏବଂ ସେ ଦୁଇଜଣ ତାଙ୍କର ବହୁତ ନିକଟବର୍ତ୍ତୀ ଥିଲେ | ସମସ୍ତ ଜିନିଷ ବହୁତ ସଠିକ ଭାବରେ ଚାଲୁଥିଲା କିନ୍ତୁ ଲୋକଙ୍କ ମଧ୍ୟରେ ବ୍ରେଣ୍ଡନଙ୍କ ଚିତ୍ର ଜଣେ ପ୍ଲେ ବୟ ଭାବରେ ଥିଲା |

ମହିଳା ଜଣକ ଲେଖିଥିଲେ ଯେ କିଛି ସାଧାରଣ ବନ୍ଧୁ ଥିଲେ ଏବଂ ସେମାନେ ମୋତେ ସବୁବେଳେ ବ୍ରେଣ୍ଡନଙ୍କ ଠାରୁ ସତର୍କ ରହିବା ପାଇଁ ଉପଦେଶ ଦେଉଥିଲେ | ତାଙ୍କର ପ୍ଲେ ବୟ ଛବୀ କାରଣରୁ କାହାରିକୁ ଲାଗୁ ନଥିଲା ଯେ ବ୍ରେଣ୍ଡନ ବିବାହ ବନ୍ଧନରେ ବାନ୍ଧି ହୋଇ ରହି ପାରିବେ ତେବେ ମୋତେ ଲାଗୁଥିଲା ଯେ ମୋ ସହ ଭେଟିବା ପରେ ସେ ବଦଳି ଯାଇଛନ୍ତି |

ମହିଳା ଜଣକ କହିଲେ ଯେ ତାଙ୍କ ୩୫ତମ ଜନ୍ମଦିନ ଅବସରରେ ବ୍ରେଣ୍ଡନ ତାଙ୍କୁ ସିଙ୍ଗାପୁରରେ ଛୁଟି ବିତାଇବା ପାଇଁ ନେଇ ଯାଇଥିଲେ ଏବଂ ସେଠାରେ ତାଙ୍କୁ ବିବାହ କରିବା ପାଇଁ ପ୍ରପୋଜ କରିଥିଲେ | ଶେଷରେ ସେ ମଧ୍ୟ ବିବାହ ପାଇଁ ରାଜି ହୋଇଯାଇଥିଲେ | ମହିଳା ଜଣକ ଲେଖିଥିଲେ ଯେ ପରିବାରର କିଛି ସଦସ୍ୟଙ୍କ ଉପସ୍ଥିତିରେ ମୁଁ ବିବାହ କରି ନେଇଥିଲେ | ମୁଁ ଖୁସିରେ କାନ୍ଦୁଥିଲି | ଏହି ଦିନ ମୋ ଜୀବନରେ ସବୁଠୁ ଅଧିକ ସୁନ୍ଦର ଦିନ ଥିଲା |

ହନିମୁନର ଦୁଇ ସପ୍ତାହ ପରେ ବ୍ରେଣ୍ଡନ କହିଥିଲେ ଯେ ତାଙ୍କୁ କାମ ପାଇଁ ସହର ବାହାରକୁ ଯିବାର ଅଛି ଏବଂ ସେ କିଛିଦିନ ପାଇଁ ଘରକୁ ଆସି ପାରିବେ ନାହିଁ | ମହିଳା ଜଣକ କହିଥିଲେ ଯେ ବିବାହ ପରେ ମୁଁ ତାଙ୍କୁ ଆହୁରି ଅଧିକ ପ୍ରେମ କରିବାକୁ ଲାଗିଥିଲି ଏବଂ ତାଙ୍କୁ ଦୂରକୁ ପଠାଇବାକୁ ଚାହୁଁନଥିଲି କିନ୍ତୁ ଜରୁରୀ କାମ ରହିଥିବାରୁ ମୁଁ ତାଙ୍କୁ ଅଟକାଇ ନଥିଲି |

କିଛିଦିନ ପରେ ବ୍ରେଣ୍ଡନ କାମ ସାରି ଫେରି ଆସିଥିଲେ | ସେ ମୋ ପାଇଁ ସୁନ୍ଦର ଫୁଲ ଏବଂ ଏକ ସୁନ୍ଦର ନେକଲେସ ନେଇକରି ଆସିଥିଲେ | ଯେତେବେଳେ ସେ ଗାଧୋଇବା ପାଇଁ ବାଥରୁମ ଯାଇଥିଲେ ସେତେବେଳେ ମୁଁ ତାଙ୍କର ଜିନିଷ ଠିକ କରିବାକୁ ଲାଗିପଡ଼ିଲି | କପଡା ସବୁ ଠିକ କରି ରଖିବା ସମୟରେ ଅଚାନକ ତାଙ୍କ ଜାକେଟ ପାକେଟରୁ ଏକ ହୋଟେଲର ଛବୀ ତଳେ ପଡି ଯାଇଥିଲା | ମୋତେ ଲାଗିଲା ଯେ ଯେଉଁ ହୋଟେଲରେ ସେ ରହିଥିଲେ ଏହା ସେହି ହୋଟେଲର ଚାବିକାଠି ହୋଇଥିବ |

ଯେତେବେଳେ ସେ ଗାଧୋଇ ଆସିଲେ ସେତେବେଳେ ମୁଁ ତାଙ୍କୁ ବହୁତ ସହଜର ସହିତ ତାଙ୍କୁ ଚାବିକାଠି ବିଷୟରେ ପଚାରିଲି କିନ୍ତୁ ଯେଉଁ କଥାକୁ ମୁଁ ଏତେ ଛୋଟ ଭାବୁଥିଲି ବାସ୍ତବରେ ତାହା ଏତେ ଛୋଟ ନଥିଲା | ସବୁଠୁ ଆଶ୍ଚର୍ଯ୍ୟଜନକ ବ୍ରେଣ୍ଡନଙ୍କର ମନୋଭାବ ଥିଲା | ସେ ବହୁତ ସହଜରେ କହିଦେଇଥିଲେ ଯେ,”ତାହେଲେ ତୁମେ ମୋତେ ଧରିନେଲ |” ମୁଁ ଏସବୁ ଜିନିଷ ପାଇଁ ପ୍ରସ୍ତୁତ ହିଁ ନଥିଲି | ମୁଁ ଭାବି ହିଁ ନଥିଲି ଯେ ଏକ ଛୋଟ ଚାବିକାଠି ପଛରେ ଏପରି କୌଣସି କାହାଣୀ ରହିଥିବ |

ବ୍ରେଣ୍ଡନ କହିଥିଲେ ଯେ ହୋଟେଲରେ ସେ ଜଣେ ମହିଳାଙ୍କୁ ଭେଟିବାକୁ ଯାଇଥିଲେ ଏବଂ ଘରକୁ ଫେରିବା ପୂର୍ବରୁ ହିଁ ତାଙ୍କୁ ଭେଟିଥିଲେ | ମହିଳା ଜଣକ ଆଗକୁ କହିଲେ ଯେ କହିବା ଏବଂ ଶୁଣିବା ପାଇଁ ଆଉ କିଛି ନଥିଲା | ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି | ହୋଟେଲର ସେହି ଚାବିକାଠି ମୋ ବିବାହକୁ ନଷ୍ଟ କରିଦେଇଥିଲା | ମୁଁ ତାଙ୍କୁ ଘରୁ ବାହାରକୁ ବାହାର କରିଦେଇଥିଲି |

ମହିଳା ଜଣକ ଲେଖିଥିଲେ ଯେ ମୋ ଝିଅ ବ୍ରେଣ୍ଡନଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କ ଯିବା ପରେ ବହୁତ ଦୁଃଖିତ ହୋଇଯାଇଥିଲେ | ମୋତେ ବିଶ୍ୱାସ ରହିଥିଲା ଯେ ଏଠାରୁ ବାହାର କରିଦିଆଯିବା ପରେ ସେ ସିଧାସଳଖ ସେହି ମହିଳାଙ୍କ ପାଖକୁ ଯାଇଥିବେ | ମହିଳା ଜଣକ କହିଥିଲେ ଯେ ବ୍ରେଣ୍ଡନ ମୋର ପ୍ରଥମ ସ୍ୱାମୀଙ୍କ ଠାରୁ ମଧ୍ୟ ବଡ ଧୋକାବାଜ ଥିଲେ | ମୁଁ ନିଜକୁ ଗଲି ଦେଉଥିଲି ଯେ ନିଜ ବନ୍ଧୁଙ୍କ କଥା କାହିଁକି ପୂର୍ବରୁ ମାନୁ ନଥିଲି | ଏହି ସମ୍ପର୍କ ମଧ୍ୟ ମୋତେ ଖୁସି ନୁହେଁ ଶିକ୍ଷା ଦେଇଗଲା |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *