କୌଣସିବି ପରିସ୍ଥିତିରେ ସଲମାନ ଐଶ୍ବର୍ୟାଙ୍କୁ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ଏହି କାରଣରୁ ଐଶ୍ବର୍ୟା ବିବାହ କରିବାକୁ ଚାହୁଁନଥିଲେ

ସଲମାନ ଖାନ ୫୫ ବର୍ଷ ବୟସର ହୋଇ ସାରିଲେଣି। ୧୯୬୫ ଡିସେମ୍ବର ୨୭ ଇନଦୋରରେ ଜନ୍ମ ହୋଇଥିବା ସଲମାନ ଖାନ ୩୨ ବର୍ଷ ପୂର୍ବେ ୧୯୮୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ ବିବି ହୋ ତୋ ଏସି ‘ ରୁ ନିଜର କାରିଅର ଆରମ୍ଭ କରିଥିଲେ। କିନ୍ତୁ ତାଙ୍କର ଭଲ ଆକ୍ଟିଙ୍ଗ୍ ‘ ମେନେ ପ୍ୟାର କିୟା ‘ ଫିଲ୍ମ ଥିଲା , ଯେଉଁଥିରେ ହିରୋଇନ ଭାଗ୍ୟଶ୍ରୀ ଥିଲେ। ସଲମାନ ନିଜର ଫିଲ୍ମ ଜଗତ ଏବଂ ନିଜର ପର୍ସନାଲ ଲାଇଫରେ ବହୁତ ଖୁସିରେ ରହିଛନ୍ତି। ଐଶ୍ବର୍ୟା ରାୟଙ୍କ ସହିତ ତାଙ୍କର ଆଫେୟାର ଏବଂ ବ୍ରେକପ୍ ତ ସମସ୍ତଙ୍କ ଠାରୁ ବହୁତ ଚର୍ଚ୍ଚାରେ ରହିଛି। ଅନ୍ୟ କାହା ସହ ଆଫେୟାର ଥିବାର ଐଶ୍ବର୍ୟାଙ୍କୁ ସନ୍ଧେହ କରୁଥିଲେ ସଲମାନ

ବ୍ରେକପ ପରେ କେତେକ ଇନ୍ଟ୍ରବ୍ୟୁରେ ଐଶ୍ବର୍ୟା ଏହାର ଖୁଲାସା କରିଛନ୍ତି କି ସଲମାନ ତାଙ୍କୁ ମାର ପିଟ କରନ୍ତି ବୋଲି। ଏତିକି ହିଁ ନୁହେଁ ଫୋନରେ ମଧ୍ୟ ତାଙ୍କ କଥା ବାର୍ତ୍ତା ଅଜିବ ପ୍ରକାର ଥିଲା। ମୋର ଅନ୍ୟ କାହା ସହ ଆଫେୟାର ଥିବା ସନ୍ଧେହ କରି ସେ କେତେଥର ମୋ ଉପରେ ହାତ ଉଡାଇଛନ୍ତି।

ରାତି ଅଧରେ ଐଶ୍ବର୍ୟାଙ୍କ ଘର ଆଗରେ କଲେ ହଙ୍ଗାମା।

ସେଇଠି ଐଶ୍ବର୍ୟାଙ୍କ ଆରୋପକୁ ମିଛ କହି ସଲମାନ କହିଥିଲେ କି ମୁଁ ତାଙ୍କୁ କୌଣସି ପ୍ରକାରର ମାର ପିଟ କରି ନାହିଁ। କିନ୍ତୁ ସଲମାନ କହିଥିଲେ କି ଦିନେ ସେ ରାତି ଅଧରେ ଐଶ୍ବର୍ୟାଙ୍କ ଘର ଆଗରେ ହଙ୍ଗାମା କରିଥିଲେ।

କାରିଅର ପିକ କରୁଥିବା ସମୟରେ ବିବାହ କରିବାକୁ ଚାହୁଁ ନଥିଲେ ଐଶ୍ବର୍ୟା।

ରିର୍ପୋଟ ଅନୁସାରେ ଗୋଟିଏ ସମୟରେ ସଲମାନ ଐଶ୍ବର୍ୟାଙ୍କ ପ୍ରମରେ ପାଗଳ ଥିଲେ। ସେ କୌଣସି ବି ପରିସ୍ଥିତିରେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏବଂ ସେ ଐଶ୍ବର୍ୟାଙ୍କୁ ପଚାରି ଥିଲେ ମଧ୍ୟ କିନ୍ତୁ ସେ ସମୟରେ ଐଶ୍ବର୍ୟା ନିଜ କାରିଅର ପିକ କରୁଥିଲେ ଏବଂ ସେ ବିବାହ କରିବାକୁ ଚାହୁଁନଥିଲେ।

ଐଶ୍ବର୍ୟାଙ୍କ ଉତ୍ତରରେ ଖୁସି ନଥିଲେ ସଲମାନ।

ସଲମାନ ଐଶ୍ବର୍ୟାଙ୍କ ଉତ୍ତରରେ ବିଲକୁଲ ମଧ୍ୟ ଖୁସି ନଥିଲେ। ୨୦୦୧ ନଭେମ୍ବର ରାତିରେ ଗୋଟିଏ ଦିନ ସଲମାନ ଯାଇ ଐଶ୍ବର୍ୟାଙ୍କ ଆପାର୍ଟମେେଣ୍ଟରେ ଯାଇ ପହଁଚିଥିଲେ ଏବଂ ଅଧ ରାତିରେ ସେ ତାଙ୍କ କବାଟକୁ ଯୋର ଯୋରରେ ପିଟିଥିଲେ। ଐଶ୍ବର୍ୟାଙ୍କ ଆପାର୍ଟମେଣ୍ଟ ୧୭ ଫ୍ଲୋର ଥିଲା।

ସଲମାନ ୧୭ ମହଲାରୁ ଡେଇଁବାର ଧମକ ଦେଇଥିଲେ।

ଯେତେବେଳେ ସଲମାନ ଐଶ୍ବର୍ୟାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ ଏବଂ ଐଶ୍ବର୍ୟା ମନା କରିଦେଇଥିଲେ ସେତେବେଳେ ସଲମାନ ଐଶ୍ବର୍ୟାଙ୍କୁ ୧୭ ମହଲାରୁ ଡେଇଁବାର ଧମକ ଦେଇଥିଲେ। ସଲମାନ ସକାଳ ୩ଟା ପର୍ଯ୍ୟନ୍ତ ଐଶ୍ବର୍ୟାଙ୍କ ଘରର କବାଟ ପିଟିଥିଲେ ଏବଂ ତାଙ୍କ ହାତରୁ ରଙ୍କ ମଧ୍ୟ ବୋହି ଥିଲା। ଏମିତିରେ ଐଶ୍ବର୍ୟାଙ୍କୁ କବାଟ ଖୋଲିବା ବ୍ୟତିତ ଅନ୍ୟ କୌଣସି ବାଟ ନଥିଲା।

ଐଶ୍ବର୍ୟାଙ୍କୁ ହରାଇବା ଡରରେ ସଲମାନ ଭାଇଲେଣ୍ଟ ହୋଇ ଯାଉଥିଲେ।

ଏମିତି କରି ସଲମାନ ଚାହୁଁଥିଲେ କି ଐଶ୍ବର୍ୟା ତାଙ୍କ ସହ ବିବାହ କରିବାକୁ ସପଥ କରନ୍ତୁ ବୋଲି। ଏକ ଇନ୍ଟ୍ରବ୍ୟୁରେ ସଲମାନ କହିଥିଲେ କି ସେ ଐଶ୍ବର୍ୟାଙ୍କୁ ହରେଇବା ଡରରେ ଏମିତି ଭାଇଲେଣ୍ଟ ହୋଇଯାଇଥିଲେ।

୪ ମାସ ପରେ ସଲମାନ ମାନିଥିଲେ ହଙ୍ଗାମାର କଥା।

କେତେକ ମାସ ପର୍ଯ୍ୟନ୍ତ ସଲମାନ ଏବଂ ଐଶ୍ବର୍ୟା ସେହି ଦିନର ହଙ୍ଗାମା କଥାକୁ ଲୁଚେଇ ରଖିଥିଲେ। ୪ ମାସ ପରେ ସଲମାନ ମାନିଥିଲେ କି ସେ ଦିନ ରାତିରେ ଐଶ୍ବର୍ୟାଙ୍କ ଘର ଆଗରେ ହଙ୍ଗାମା କରିଥିଲେ ବୋଲି , କିନ୍ତୁ ମିଡିଆ ଏହାକୁ ବଢେଇ ଚଢେଇ କହିଥିଲା।

ଆପଣ କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ତ ଲଢି ପାରିବେ ନାହିଁ।

୨୦୦୨ ଫେବୃଆରୀରେ ସଲମାନ ଏକ ଇନ୍ଟ୍ରବ୍ୟୁରେ କହିଥିଲେ କି ତାଙ୍କର ଐଶ୍ବର୍ୟାଙ୍କ ସହ ସମ୍ପର୍କ ଅଛି ବୋଲି। ଯଦି ଆପଣ ସମ୍ପର୍କ ଭିତରେ ଝଗଡା କରନ୍ତି ନାହିଁ ତେବେ ଆପଣଙ୍କ ମଧ୍ୟରେ ଭଲ ପାଇବା ନଥାଏ। ମୁଁ ଏକ ଏପରି ଲୋକ ସହ କ’ଣ ପାଇଁ ଝଗଡା କରିବି ଯାହାକୁ ଜାଣି ନାହିଁ। ଆମ ଭିତରେ ଝଗଡା ଏଥିପାଇଁ ହୋଇଥାଏ କାରଣ ଆମେ ପରସ୍ପରକୁ ଭଲ ପାଉଛୁ। ଏବେ ପୋଲିସ ମତେ ସେ ବିଲଡିଙ୍ଗକୁ ଯିବା ପାଇଁ ମନା କରିଛି।

ସଲମାନ ନିଜ ନିଜେ ବୁଝି ପାରିଥିଲେ।

ଏହା ସହିତ ଐଶ୍ବର୍ୟାଙ୍କ ବାପା ସଲମାନଙ୍କ ବିରୋଧରେ ନିଜ ଝିଅକୁ ଅଭଦ୍ରାମି କରୁଥିବାର ଆରୋପ ଲଗେଇଥିଲେ। ସେତେବେଳେ ସଲମାନ କହିଥିଲେ କି ସେ ତାଙ୍କର ଭୁଲ ବୁଝି ପାରିଛନ୍ତି ଏବଂ ଐଶ୍ବର୍ୟାଙ୍କ ବିରୋଧରେ ସେ କିଛି କହିବାକୁ ଚାହୁଁ ନାହାଁନ୍ତି।

ସଲମାନଙ୍କ ବ୍ୟବହାରରେ ବିରକ୍ତି ହୋଇ ଯାଇଥିଲେ ଐଶ୍ବର୍ୟା।

ଗୋଟିଏ ଇନ୍ଟ୍ରବ୍ୟୁରେ ଐଶ୍ବର୍ୟା କହିଥିଲେ କି ସଲମାନଙ୍କର ମଦ ପିଇବାର ଅଭ୍ୟାସ ଏବଂ ତାପରେ କରୁଥିବା ର୍ଦୁବ୍ୟବହାର ପାଇଁ ବିରକ୍ତି ହୋଇ ଯାଇଥିଲି। ସେ ମତେ ଓ୍ବର୍ବଲ , ଫିଜିକାଲ ଏବଂ ଇମୋସନାଲ ଅବ୍ୟୁଜ କରୁଥିଲେ।

ଏହି କାରଣରୁ ସମ୍ପର୍କ ଶେଷ କରିବାକୁ ନିସ୍ପତି ନେଲେ।

ଐଶ୍ବର୍ୟାଙ୍କ ଅନୁସାରେ ସେ କେତେଥର ମୋ ମାନ ସମ୍ମାନ ଏବଂ ଗୁଣ ବିଷୟରେ ଖରାପ କହିଥିଲେ। କୌଣସି ବି ସେଲ୍ଫ ରେସ୍ପେକ୍ଟିଙ୍ଗ ଓ୍ବମେନ ଏହି ପ୍ରକାରର କଥା ସହି ପାରିବେ ନାହିଁ। ଏହି କାରଣରୁ ମୁଁ ସଲମାନ ସହ ସମ୍ପର୍କ କାଟି ଦେବାର ନିସ୍ପତି ନେଇଥିଲି।

ସଲମାନଙ୍କ ବ୍ୟବହାର ପାଇଁ ବ୍ରେକପ।

ସଲମାନ ଏବଂ ଐଶ୍ବର୍ୟା ପ୍ରଥମଥର ଏକା ସହିତ ‘ ହମ ଦିଲ୍ଲ ଦେ ଛୁକେ ସନମ ‘ ଫିଲ୍ମରୁ କାମ କରିଥିଲେ। ଏହି ଫିଲ୍ମ ସେଟରୁ ହିଁ ତାଙ୍କର ଆଫେୟାର ଆରମ୍ଭ ହୋଇଥିଲା। ୧ ରୁ ୨ ବର୍ଷ ପର୍ଯ୍ୟନ୍ତ ତାଙ୍କର ସମ୍ପର୍କ ଭଲ ଥିଲା କିନ୍ତୁ ତା ପରେ ସଲମାନଙ୍କ ପାଗଳାମି ଏବଂ ର୍ଦୁବ୍ୟବହାର ପାଇଁ ବ୍ରେକପ ହୋଇଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *