ଅଦ୍ଭୁତ love story : ଦିଲ୍ଲୀରେ ପ୍ରଥମ ଦେଖାରେ ପ୍ରେମ ହୋଇଥିଲା, ବିଦେଶରେ ସହମତ ଏବଂ ପରେ ଆସିଲା Twist

ସମଲିଙ୍ଗୀ ଦମ୍ପତି ନିକଟରେ ଭାରତୀୟ ରୀତିନୀତି ଅନୁସାରେ ବିବାହ କରିଥିଲେ । କପଲଙ୍କ ମଧ୍ୟରୁ ଜଣେ ଭାରତୀୟ , ଥିବା ବେଳେ ଅନ୍ୟଜଣେ ପୋଲାଣ୍ଡର ବାସିନ୍ଦା ଅଟନ୍ତି । ପ୍ରକୃତ ପ୍ରେମ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ମିଳିପାରିବ । ଏହାର ଏକ ଉଦାହରଣ ଏହି ଖବରରୁ ଆପଣଙ୍କୁ ମିଳିଯିବ। ଦିଲ୍ଲୀର ଗୌରବ ଅରୋଡ଼ା ଓରଫ ଗେରୀ ଏବଂ ପୋଲାଣ୍ଡର ପ୍ରେଜମେକ ପାଉଲକ୍କି ଓରଫ ପ୍ରଣୟ , ଯିଏ ହୋଜ ଖାସ ଗ୍ରାମରେ ପ୍ରଥମଥର ପରସ୍ପରକୁ ଭେଟିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଏବଂ ଦୁହେଁ ସମ୍ପର୍କରେ ବାନ୍ଧିହେବାକୁ ଯାଉଛନ୍ତି ।

ଦୁଇଜଣଙ୍କ ମଧ୍ୟରେ ଏପରି ପ୍ରେମ ହୋଇଥିଲା ଏବଂ ପରେ ବିବାହ ହୋଇଥିଲା :

ୱେଡିଙ୍ଗସୂତ୍ର ଅନୁସାରେ , ଦୁହେଁ ପରସ୍ପରକୁ ଡେଟିଙ୍ଗ ଆପ ଜରିଆରେ ଭେଟିଥିଲେ ଏବଂ ତାଙ୍କର ଏହି ଯାତ୍ରା ନୂଆଦିଲ୍ଲୀରୁ ଆରମ୍ଭ ହୋଇଥିଲା । ଯେଉଁଠାରେ ସେମାନେ ହୋଜ ଖାସ ଗ୍ରାମରେ ପ୍ରଥମ ‘ date ‘ ପାଇଁ ଭେଟିଥିଲେ । ପ୍ରଣୟ କହିଥିଲା ଯେ , ‘ ସେ ପୋଲାଣ୍ଡ ୱାର୍ସର ବାସିନ୍ଦା ଅଟନ୍ତି । ସେ ବୁଲୁଥିବା ସମୟରେ ଡେଟିଙ୍ଗ ଆପରେ ତାଙ୍କୁ ଗେରୀର profile ମିଳିଥିଲା । ସେ ତୁରନ୍ତ ତାଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ।

ଏପରି ଭାବରେ ଦୁହେଁ ନିକଟତର ହୋଇଥିଲେ :

 

View this post on Instagram

 

A post shared by _ℙ (@garry_pranay)

ଗେରୀ କହିଥିଲେ , ‘ ସେମାନେ ତୁରନ୍ତ ସଂଯୋଗ କରି ପରସ୍ପରକୁ ସାକ୍ଷାତ କରିଥିଲେ । କିଛିଦିନ ପର୍ଯ୍ୟନ୍ତ ଏକାଠି ରହିଥିଲେ ଏବଂ ପରେ ଦୁହେଁ ପ୍ରେମରେ ପଡିଥିଲେ । ଯେତେବେଳେ ପ୍ରଣୟଙ୍କ ଯିବାର ସମୟ ଆସିଥିଲା ତେବେ ସେ ଗେରୀକୁ christmas ପାଇଁ ପୋଲାଣ୍ଡ ଆସିବା ଏବଂ ପରିବାର ସହ ସାକ୍ଷାତ କରିବାର ନିମନ୍ତ୍ରଣ କରିଥିଲେ । ଏହାପରେ ଦୁହେଁ ସବୁଦିନ ପାଇଁ ଯୋଡିହେଲେ ।

 

View this post on Instagram

 

A post shared by _ℙ (@garry_pranay)

ଦେଶୀ ଶୈଳୀରେ ଦୁହେଁ ବିବାହ କରିଥିଲେ :

 

View this post on Instagram

 

A post shared by _ℙ (@garry_pranay)

ଦୁହେଁ ଏକାଠି ରହିବାକୁ ଲାଗିଲେ ଏବଂ 4 ବର୍ଷ ପୋଲାଣ୍ଡରେ ରହିଥିଲେ , ପରେ ସେ ଏମଷ୍ଟାର୍ଡ଼ମ ଚାଲି ଯାଇଥିଲେ । ପ୍ରଣୟ valentine ସପ୍ତାହ ସମୟରେ ଗେରୀଙ୍କୁ ନିଜ ହୋମଟାଉନ ୱାରସା ଯିବା ସମୟରେ ଟ୍ରେନରେ ପ୍ରପୋଜ କରିଥିଲେ । ସେ ଉତ୍ତରରେ ହଁ କହିଥିଲେ। ଦୁହେଁ ଦେଶୀ ଶୈଳୀରେ ବିବାହ କରିବାକୁ ଇଚ୍ଛା କରିଥିଲେ । ମେହେନ୍ଦୀ ଆୟୋଜନ ଠାରୁ ଆରମ୍ଭ କରି ହଳଦୀ ଏବଂ ସେରୱାଣୀ ପିନ୍ଧିବା ପର୍ଯ୍ୟନ୍ତ ସବୁ ଫୋଟୋରେ ଜଣାପଡୁଛି ଯେ ଦୁହେଁ ବହୁତ ଆଗ୍ରହୀ ଥିଲେ ।

Leave a Reply

Your email address will not be published. Required fields are marked *