ଯେତେବେଳେ ଏହି ବ୍ୟକ୍ତିଙ୍କ ସ୍ତ୍ରୀ ସଞ୍ଜୟ ଦତ୍ତଙ୍କ ଅଭିନେତ୍ରୀଙ୍କୁ ମାରିଲେ ଚାପୁଡ଼ା, ପୁଣି ଯାହା ହୋଇଥିଲା ତାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ ଥିଲା

ମୁମ୍ବାଇ: ନିଜ ଶୈଳୀରେ ସମସ୍ତଙ୍କୁ ଦିୱାନା ବନାଉଥିବା ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର (Urmila Matondkar) ୪୭ବର୍ଷର ହୋଇସାରିଲେଣି। ତାଙ୍କ ଜନ୍ମ ୪ଫେବୃଆରୀ,୧୯୭୪ରେ ମୁମ୍ବାଇରେ ହୋଇଥିଲା। ଉର୍ମିଳା ଶିଶୁ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ହିଟ ସିନେମାରେ କାମ କରିଛନ୍ତି। ଉର୍ମିଳା ଇଣ୍ଡଷ୍ଟ୍ରିର ତିନି ଖାନ ବା ସଲମାନ ଖାନ, ଅମୀର ଖାନ ଏବଂ ଶାହାଋଖ ଖାନଙ୍କ ସହିତ ସ୍କ୍ରିନ ଶେୟାର କରିଛନ୍ତି। ଅଭିନେତ୍ରୀ ଭାବରେ ଉର୍ମିଳାଙ୍କ ପ୍ରଥମ ସିନେମା ନରସିମ୍ହା ଥିଲା।, କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ ରାମଗୋପାଳ ବର୍ମା (ram gopal Verma)ଙ୍କ ସିନେମା ରଙ୍ଗୀଲାରୁ ମିଳିଥିଲା।

ରଙ୍ଗୀଲାରେ କାମ କରିବା ପରେ ଉର୍ମିଳା ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ ହୋଇଯାଇଥିଲେ। ରାମଗୋପାଳ ଉର୍ମିଳାଙ୍କ ସହିତ ଅନେକ ସିନେମାରେ କାମ କରିଛନ୍ତି। କୁହାଯାଉଛି କି ଏକ ସମୟ ଥିଲା ଯେତେବେଳେ ଉର୍ମିଳା, ରାମ ଗୋପାଳଙ୍କ ସଙ୍ଗଠନ ହୋଇ ଯାଇଥିଲା। ଏଥିପାଇଁ ସେ ତାଙ୍କୁ ନିଜର ପ୍ରତ୍ୟେକ ସିନେମାରେ ନେଉଥିଲେ। ପୁଣି ଗୋଟିଏ ଦିନ ଏମିତି କିଛି ହୋଇଥିଲା, ଯାହାକୁ ଶୁଣି ସମସ୍ତେ ଚକିତ ହୋଇଯାଇଥିଲେ।

ଉର୍ମିଳା ରାମୁଙ୍କୁ ନିଜର ମେଣ୍ଟର ମାନିବା ଆରମ୍ଭ କରିଦେଇଥିଲେ। ରଙ୍ଗୀଲା ପରେ ଉର୍ମିଳାଙ୍କୁ ଜୁଦାଇ ମିଳିଥିଲା। ଜୁଦାଇରେ ଉର୍ମିଳା ଶ୍ରୀଦେବୀଙ୍କ ସହିତ କାମ କରିଥିଲେ। ହେଲେ, ପ୍ରଥମେ ଉର୍ମିଳାଙ୍କ ଚରିତ୍ରଟି କରିଶ୍ମା କପୂରଙ୍କୁ ମିଳିଥିଲା। କିନ୍ତୁ ଉର୍ମିଳାଙ୍କ ପ୍ରସିଦ୍ଧିକୁ ଦେଖି ଏହି ଚରିତ୍ର ତାଙ୍କ ପାଖକୁ ଯାଇଥିଲା।

ପୁଣି ଉର୍ମିଳା ରାମୁଙ୍କ ସହିତ ମଧ୍ୟ କାମ କରିଥିଲେ। ଚାଇନା ଗେଟ ସିନେମାର ଗୀତ ଛମ୍ମା ଛମ୍ମାରେ ମଧ୍ୟ ଉର୍ମିଳା ବହୁତ ପ୍ରସିଦ୍ଧି ଅର୍ଜନ କରିଥିଲେ। ଗୋଟିଏ ପରେ ଗୋଟିଏ ରାମୁ ନିଜ ସିନେମାରେ ଉର୍ମିଳାଙ୍କୁ କେଉଁଠି ନା କେଉଁଠି ଫିଟ କରି ଦେଉଥିଲେ। ଏହା ଭିତରେ ଦୁଇଜଣଙ୍କ ଆଫେୟାରର ଖବର ମଧ୍ୟ ବୀ-ଟାଉନ ଗଳିରେ ଚର୍ଚ୍ଚା ହେବାକୁ ଲାଗିଥିଲା। ସେଠାର ଏହି ବିଷୟରେ ରାମୁଙ୍କ ସ୍ତ୍ରୀଙ୍କୁ ମଧ୍ୟ ଜଣା ପଡିଥିଲା। ହେଲେ ଉର୍ମିଳା ଆଫେୟାର କଥାକୁ କେବେବି ସ୍ବୀକାର କରିନଥିଲେ।

କୁହାଯାଉଛି କି ଏସବୁ କଥା ଶୁଣି ରାମଙ୍କ ସ୍ତ୍ରୀ ରାଗି ଯାଇଥିଲେ ଏବଂ ସେ ଉର୍ମିଳାଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ। ରିପୋର୍ଟ ମୁତାବକ ଏହାପରେ ରାମୁ ଏ ସବୁକୁ ସହ୍ୟ କରି ପାରିନଥିଲେ ଏବଂ ସେ ନିଜ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। ବଲିଉଡ ଗଳିରେ ଏମିତି କୁହା ଯାଉଥିଲା କି ରାମୁ ଏବଂ ତାଙ୍କ ସ୍ତ୍ରୀଙ୍କ ଛାଡ଼ପତ୍ର ଉର୍ମିଳାଙ୍କ କାରଣରୁ ହିଁ ହୋଇଥିଲା।

ରାମୁଙ୍କ ସିନେମାରେ କାମ କରିବା କାରଣରୁ ଉର୍ମିଳା ଅନ୍ୟ ନିର୍ଦ୍ଦେଶକମାନଙ୍କ ସହିତ କାମ କରିବା ପାଇଁ ମନା କରିବାକୁ ଲାଗିଥିଲେ। କାରଣ ଇଣ୍ଡଷ୍ଟ୍ରିରେ ରାମଗୋପାଳ ବର୍ମାଙ୍କର ଅନେକ ଲୋକଙ୍କ ସହିତ ପଡୁନଥିଲା, ଏହି କାରଣରୁ ଅନେକ ଡାଇରେକ୍ଟର ଉର୍ମିଳାଙ୍କୁ ସିନେମାରେ ନେବା ବନ୍ଦ କରି ଦେଇଥିଲେ। ଧୀରେ-ଧୀରେ ଉର୍ମିଳାଙ୍କୁ ସିନେମା ମିଳିବା ମଧ୍ୟ ବନ୍ଦ ହୋଇ ଯାଇଥିଲା ଏବଂ ତାଙ୍କ କ୍ୟାରିୟର ତଳକୁ ଖସି ଯାଇଥିଲା।

ରିପୋର୍ଟ ମୁତାବକ, ଗୋଟିଏ ଥର ତ ଉର୍ମିଳାଙ୍କ ଖାତିରିରେ ରାମୁ ମାଧୁରୀ ଦୀକ୍ଷିତଙ୍କୁ ସିନେମାରୁ ହଟାଇ ଦେଇଥିଲେ। ପରେ ଯେତେବେଳେ ରହସ୍ୟ ଖୋଲିଥିଲା ତ ଜଣା ପଡିଥିଲା କି ରାମୁ ଉର୍ମିଳାଙ୍କୁ ବହୁତ ଭଲ ପାଆନ୍ତି, ଏହି କାରଣରୁ ସେ ଉର୍ମିଳାଙ୍କୁ ସିନେମାରେ ନେଉଥିଲେ। ଯେତେବେଳେ ଏହିକଥା ଉର୍ମିଳାଙ୍କୁ ଜଣା ପଡିଥିଲା ତ ସେ ରାମଗୋପାଳ ବର୍ମାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। କେବଳ ଏତିକି ନୁହେଁ, ଉର୍ମିଳା ରାମୁଙ୍କ ସହିତ ସିନେମା କରିବା ମଧ୍ୟ ବନ୍ଦ କରି ଦେଇଥିଲେ।

ଉର୍ମିଳା ବହୁ ଦିନରୁ ସିନେମା ଠାରୁ ଦୂରରେ ଅଛନ୍ତି। ସେ ଶେଷଥର ୨୦୧୮ରେ ଆସିଥିବା ସିନେମା ‘ବ୍ଲାକମେଲ’ରେ ଆଇଟମ ନମ୍ବର କରିଥିବାର ନଜର ଆସିଥିଲେ। ଉର୍ମିଳା ବଡ଼େ ଘରକି ବେଟି, ଡକୈତ, ଚମତ୍କାର, ଦ୍ରୋହୀ, କାନୁନ,ରଙ୍ଗୀଲା, ଜୁଦାଇ, ଦୌଡ଼, ସତ୍ୟା, ମସ୍ତ, ଜଙ୍ଗଲୀ, ତହଜୀବ, ଏକ ହସୀନା ଥୀ, ସ୍ପୀଡ ଭଳି ଅନେକ ସିନେମାରେ କାମ କରିଛନ୍ତି।

ଉର୍ମିଳା ୨୦୧୬ରେ ନିଜଠାରୁ ୯ବର୍ଷ ଛୋଟ କଶ୍ମୀରୀ ବିଜନେସମ୍ୟାନ ମୋହସିନ ଅଖ୍ତର ମୀରଙ୍କ ସହିତ ବାହା ହୋଇଥିଲେ। ମୋହସିନ, ଜୋୟା ଅଖ୍ତରଙ୍କ ନିର୍ଦ୍ଦେଶନାରେ ନିର୍ମିତ ସିନେମା ‘ଲକ ବାୟ ଚାଂସ’ରେ କାମ କରିଛନ୍ତି। ଏଥିରେ ସେ ଫରହାନ ଅଖ୍ତରଙ୍କ ସହିତ ମଡେଲିଙ୍ଗ କରୁଥିବାର ଦେଖିବାକୁ ମିଳିଥିଲେ।ମୋହସିନ, କାଶ୍ମୀରର ବ୍ୟବସାୟୀ ପରିବାରର ଅଟନ୍ତି। କିନ୍ତୁ ସେ ସବୁବେଳେ ମଡେଲ ହେବାର ସ୍ବପ୍ନ ଦେଖୁଛନ୍ତି। ସୌରଭ ସ୍ନେହଗୁପ୍ତାଙ୍କ ସିନେମା ‘ଇଟ୍ସ ମୈନ୍ସ ବର୍ଲ୍ଡ’ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରି ସାରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *