୩୮ତମ ଥର ବର ହୋଇ ବାହାହେବା ପାଇଁ ପହଁଞ୍ଚିଥିଲେ ଯୁବକ, କିନ୍ତୁ ପୁଣି ଥର ପୁଣି କନିଆଁ ବିନା ହିଁ ଫେରାଇ ଦିଆ ଯାଇଥିଲା ବରଯାତ୍ରୀ; ଜାଣନ୍ତୁ ସମ୍ପୂର୍ଣ କାହାଣୀ

ଉତ୍ତର ପ୍ରଦେଶ ଲଖୀମପୁର ଖୀରୀ ଜିଲ୍ଲାର ନରଗଡା ଗାଁର ଜଣେ ବର ଧୁମଧାମରେ ବରଯାତ୍ରୀ ନେଇ ବାହାରିଥିଲେ ଏବଂ ବହୁତ ଭଲରେ କନିଆଁ ପକ୍ଷ ତାଙ୍କର ସ୍ବାଗତ ମଧ୍ୟ କରିଥିଲେ। କିନ୍ତୁ ଫେରାର ବିଧି ହୋଇନଥିଲା ଏବଂ ବରକୁ ବିନା ବାହାଘରରେ ନିଜ ଘରକୁ ଫେରିବାକୁ ପଡ଼ିଥିଲା। ଆ-ଶ୍ଚ-ର୍ଯ୍ୟର କଥା ଏହା ହେଉଛି କି ୩୮ତମ ଥର ବିଶ୍ଵମ୍ଭରଙ୍କ ବରଯାତ୍ରୀ ବିନା କନିଆଁରେ ପୁଣି ଫେରି ଆସିଥିଲେ। ବିଶ୍ଵମ୍ଭରଙ୍କ ପୂର୍ବରୁ ତାଙ୍କ ବଡ଼ଭାଇ ଶ୍ୟାମବିହାରୀଙ୍କ ବରଯାତ୍ରୀ ମଧ୍ୟ ବିନା କନିଆଁରେ ପୁଣିଥରେ ଫେରି ଆସି ସାରିଛି।

ବିଶ୍ଵମ୍ଭର ଦୟାଲ ମିଶ୍ରା ସୋମବାର ଦିନ ୩୮ତମ ଥର ବର ହୋଇଥିଲେ ଏବଂ ନାଚଗୀତର ସହିତ ଘରେ ବାହାଘରର ବିଧିବିଧାନ କରାଯାଇଥିଲା। ହୋଲି ଦିନ ସରବର ବରଯାତ୍ରୀଙ୍କ ଦଳ ଟ୍ରାକ୍ଟରରେ ବସିଥିବା ବରଙ୍କ ସହିତ ଗାଁ ଭିତରୁ ବାହାରିଥିଲା। ବରଯାତ୍ରୀରେ ପାଖାପାଖି ଗାଁର ସମସ୍ତେ ସା-ମିଲ ହୋଇଥିଲେ। ଅଳ୍ପ ଆଗକୁ ଯିବାପରେ ନରଗଡାର ସନ୍ତୋଷ ଅବସ୍ତୀଙ୍କ ଦ୍ଵାରରେ ବରଯାତ୍ରୀ ପହଞ୍ଚିଥିଲା। ସନ୍ତୋଷ ଅବସ୍ତୀ ବରଯାତ୍ରୀଙ୍କର ବହୁତ ଭଲରେ ସ୍ଵାଗତ କରିଥିଲେ ପରମ୍ପରା ଅନୁସାରେ ଏମାନଙ୍କୁ ହାଲ୍କା ଭୋଜନ ମଧ୍ୟ ଖାଇବାକୁ ଦିଆଯାଇଥିଲା।

ସନ୍ତୋଷ ଅବସ୍ତୀଙ୍କ ପରିବାର ଲୋକେ ମଧ୍ୟ ଧୁମଧାମରେ ବରଯାତ୍ରୀଙ୍କର ସ୍ଵାଗତ କରିଥିଲେ ଏବଂ ମଙ୍ଗଳଗୀତ ଗାଇଥିଲେ। ଦ୍ଵାରପୂଜନ ପରେ ବାହାଘରର ବିଧିବିଧାନ ପାଳନ କରାଯାଇଥିଲା। କିନ୍ତୁ ବାହାଘର ହୋଇ ପାରିନଥିଲା ଏବଂ ବରଙ୍କୁ ବିନା କନିଆଁରେ ପୁଣିଥରେ ଫେରି ଆସିବାକୁ ପଡ଼ିଥିଲା। ବାସ୍ତବରେ ପ୍ରତ୍ୟେକ ବର୍ଷ ହୋଲି ଦିନରେ ଇସାନଗର ମଜରା ନରଗଡାରେ ଏହିପରି ଭାବରେ ବରଯାତ୍ରୀ ବାହାରି ଥାଏ। ଏହି ବରଯାତ୍ରୀ ଗୋଟିଏ ପରିବାରର ସଦସ୍ୟଙ୍କ ପାଇଁ ହିଁ ବାହାରିଥାଏ। ଶହେ ବର୍ଷରୁ ଏହି ପରିବାର ସଦସ୍ୟ ବର ହୋଇ ଆସନ୍ତି ଏବଂ ହୋଲି ଦିନ ପୂରା ଗାଁ ଲୋକ ଏହାଙ୍କ ବରଯାତ୍ରୀ ବାହାର କରିଥାନ୍ତି।

ନରଗଡା ନୀବାସି ବୃଦ୍ଧ କନୌଜୀ ମହାରାଜ ଏହି ବିଷୟରେ ସୂ-ଚନା ଦେବା ସମୟରେ କହିଛନ୍ତି କି ଏହି ପରମ୍ପରା ଶହେ ବର୍ଷ ପୂର୍ବରୁ ଚାଲି ଆସୁଛି। ହୋଲି ଦିନ ବରଯାତ୍ରୀ ନେଇ ପୂରା ଗାଁ ଯାଇଥାଏ। ସବୁ ବିଧି ବାହାଘରର ହୋଇଥାଏ। କିନ୍ତୁ ବରଯାତ୍ରୀଙ୍କୁ ବିନା କନିଆଁରେ ହିଁ ବିଦା କରାଯାଇଥାଏ। ଏହି ପରମ୍ପରା ଅନୁସାରେ ହିଁ ଗାଁର ବିଶ୍ଵମ୍ଭର ଦୟାଲ ମିଶ୍ରା ୩୮ତମ ଥର ବର ହୋଇ ସାରିଲେଣି। ବିଶ୍ଵମ୍ଭରଙ୍କ ଶଶୁରଘର ଗାଁରେ ହିଁ ଅଟେ। ହୋଲି ପୂର୍ବରୁ ହିଁ ତାଙ୍କ ସ୍ତ୍ରୀ ମୋହିନୀଙ୍କୁ କିଛିଦିନ ପୂର୍ବରୁ ହିଁ ବାପଘରକୁ ପଠାଇ ଦିଆଯାଇଥାଏ।

ବାହାଘର ପରେ ଯେତେବେଳେ ବରଯାତ୍ରୀ ବିଦାହୋଇ ଆସି ଯାଇଥାନ୍ତି ସେତେବେଳେ ହୋଲାଷ୍ଟକ ଶେ-ଷ ହେବାପରେ ମୋହିନୀଙ୍କୁ ଶଶୁର ଘରକୁ ପୁଣିଥରେ ଡକା ଯାଇଥାଏ। ବିଶ୍ଵମ୍ଭରଙ୍କ ପୂର୍ବରୁ ତାଙ୍କ ବଡ଼ଭାଇ ଶ୍ୟାମବିହାରୀ ଏହିପରି ବର ହେଉଥିଲେ। ୩୫ବର୍ଷ ପର୍ଯ୍ୟନ୍ତ ଶ୍ୟାମବିହାରୀ ବର ହୋଇଥିଲେ ଏବଂ ବଳଦ ଉପରେ ବସି ବରଯାତ୍ରୀ ନେଇ ବାହାରୁଥିଲେ। ଏହି ବାହାଘରକୁ ଦେଖିବା ପାଇଁ ଲୋକମାନେ ଦୂର ଦୂରାନ୍ତରୁ ଆସନ୍ତି।

Leave a Reply

Your email address will not be published. Required fields are marked *