କେବେ ଦେଖିଛନ୍ତି କେମିତି ହୋଇଥାଏ ପ୍ରଜାପତିର ଅପରେସନ? ଜୀବମାନଙ୍କର ଦୁନିଆର ଅଣଦେଖା ଜିନିଷ – ଦେଖନ୍ତୁ video

ବର୍ତମାନ ଗୋଟିଏ ପ୍ରଜାପତି (Butterfly)ର ଭିଡିଓ ବହୁ ମାତ୍ରାରେ ଭାଇରାଲ ହେଉଛି। ଯେଉଁଥିରେ ସୁନ୍ଦର ପ୍ରଜାପତିର ଅପରେସନ ହେଉଥିବାର ଦେଖାଯାଉଛି। ଏହି ଭିଡିଓ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି।

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କର ଲକ୍ଷଲକ୍ଷ ଫଟୋ ଏବଂ ଭିଡିଓ ରହିଛି। ଏହା କହିବାଟା ଭୁଲ ହେବ ନାହିଁ କି ପଶୁପକ୍ଷୀମାନଙ୍କ ସହିତ ଯୋଡା କଣ୍ଟେଣ୍ଟ ଇଣ୍ଟରନେଟରେ ସବୁଠାରୁ ଅଧିକ ଦେଖା ଯାଉଥିବା କଣ୍ଟେଣ୍ଟ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ। ଅନେକ ଥର ପଶୁପକ୍ଷୀମାନଙ୍କୁ ଦେଖି ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ କି ରୋଗରେ ପଡ଼ିଲେ ଏମାନଙ୍କର ଚିକିତ୍ସା କେମିତି ହୋଇଥାଏ? କିମ୍ବା କ୍ଷ-ତ ଲାଗିଲେ ଡାକ୍ତର ଏମାନଙ୍କର ଡ୍ରେସିଂ, ଅପରେସନ କେମିତି କରିଥାନ୍ତି? ତ ଇଣ୍ଟରନେଟରେ ନା କେବଳ ଏହି ପ୍ରଶ୍ନର ଉତ୍ତର ବରଂ ଅନେକ ଭିଡିଓ ମଧ୍ୟ ମହଜୁଦ ରହିଛି।

ବର୍ତମାନ ଗୋଟିଏ ପ୍ରଜାପତି (Butterfly)ର ଭିଡିଓ ବହୁ ମାତ୍ରାରେ ଭାଇରାଲ ହେଉଛି। ଯେଉଁଥିରେ ସୁନ୍ଦର ପ୍ରଜାପତିର ଅପରେସନ ହେଉଥିବାର ଦେଖାଯାଉଛି। ଏହି ଭିଡିଓରେ ଆପଣ ଦେଖି ପାରିବେ କି ପ୍ରଜାପତିକୁ ଟିସୁ ଉପରେ ରଖି ଡାକ୍ତର ତାର ପରକୁ କାଟୁଛନ୍ତି। ପର କାଟିବା ପରେ ପ୍ରଜାପତିକୁ ଜାଲରେ ରଖା ଯାଇଥାଏ। ଯାହାର କିଛି ସମୟ ପରେ ଗୋଟିଏ ମ-ରି ଯାଇଥିବା ପ୍ରଜାପତିର ପରକୁ କାଟି ତାକୁ ଆ-ଘା-ତ ପ୍ରଜାପତିର କଟା ହୋଇଥିବା ପର ଉପରେ ଅଠା ଦ୍ଵାରା ଲଗେଇ ଦିଆ ଯାଇଥାଏ। କିଛିଦିନ ପର୍ଯ୍ୟବେକ୍ଷଣ ଏବଂ ଯତ୍ନରେ ରଖିବା ପରେ ପରିଶେଷରେ ପ୍ରଜାପତିକୁ ଖୋଲା ଆକାଶରେ ଉଡ଼ିବା ପାଇଁ ଛାଡ଼ି ଦିଆ ଯାଇଥାଏ।

ଫେସବୁକର Biólogos De Nacimiento ନାମକ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରାଯାଇଛି। ସୋସିଆଲ ମିଡିଆରେ ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଲୋକମାନେ ନା କେବଳ ଏହାକୁ ପରସ୍ପରଙ୍କ ମଧ୍ୟରେ ସେୟାର କରୁଛନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ୩ମିନିଟର ଏହି ଭିଡିଓ କ୍ଲିପଟିକୁ ଏପର୍ଯ୍ୟନ୍ତ ୧୯ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି। ଅଧିକାଂଶ ଲୋକଙ୍କର କହିବା କଥା ହେଉଛି କି ସେମାନେ ପ୍ରଥମ ଥର କୈାଣସି ପ୍ରଜାପତିର ଅପରେସନ ହେଉଥିବାର ଦେଖୁଛନ୍ତି।

Leave a Reply

Your email address will not be published. Required fields are marked *