ଘରେ କ୍ୟାଲେଣ୍ଡର ଲଗାଉଥିଲେ ଏହିସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ , ନଚେତ ଜୀବନ ସାରା ଉନ୍ନତି ଏବଂ ସମୃଦ୍ଧି ଭୁଲି ଯାଆନ୍ତୁ…

ଆପଣ ମାନେ ବର୍ଷର ପ୍ରାରମ୍ଭରେ କ୍ୟାଲେଣ୍ଡର ଘରେ ଲଗାଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି କ୍ୟାଲେଣ୍ଡର ରଖିବା ଏବଂ ଘରେ ଲଗାଇବା ରେ ଅନେକ ନିୟମ ରହିଛି ଯାହାକି ବାସ୍ତୁ ଶାସ୍ତ୍ର ଅନୁଯାୟୀ ଠିକ ଭାବରେ ମାନିବା ଉଚିତ । ନଚେତ ଅନେକ ସମସ୍ୟା ଦେଖାଦେଇ ପାରେ । ତେଣୁ ଆଜି ଆମେ କ୍ୟାଲେଣ୍ଡର ସହିତ ଜଡ଼ିତ ସେହି ସବୁ ନିୟମ ସମ୍ବନ୍ଧରେ କହିବୁ । ଧ୍ୟାନ ରଖିବେ ଯଦି ଆପଣ ଆମେ କହୁଥିବା କିଛି ଭୁଲ କରନ୍ତି ତେବେ ଆପଣଙ୍କ ଘରକୁ କେବେ ଖୁସି ଆସିବ ନାହିଁ ।

୧ . ପୁରୁଣା କ୍ୟାଲେଣ୍ଡର :-

ସାଧରଣତଃ ଲୋକେ ନୂଆବର୍ଷ ଅବସରରେ ଘରେ ପୁରୁଣା କ୍ୟାଲେଣ୍ଡର କୁ ହଟାଇ ନୂଆ କ୍ୟାଲେଣ୍ଡର ଲଗାଇ ଥାନ୍ତି । କିନ୍ତୁ ପୁରୁଣା କ୍ୟାଲେଣ୍ଡର କୁ ସେହିପରି ଭାବରେ ଘରର କୌଣସି ସ୍ଥାନରେ ରଖି ଦିଅନ୍ତି । ଯାହାକି ଆପଣଙ୍କ ଜୀବନର ଅବନତି ର କାରଣ ଅଟେ । ତେଣୁ ଯଦି ଆପଣ ପୁରୁଣା କ୍ୟାଲେଣ୍ଡର କୁ ବାହାର କରୁଛନ୍ତି ତେବେ ତାହାକୁ କୌଣସି ପୋଖରୀ କିମ୍ବା ନଦୀ ରେ ଭସାଇ ଦିଅନ୍ତୁ । ତାପରେ ଆପଣ ଧ୍ୟାନ କରିବେ ଯେ ଆପଣଙ୍କ ପରିବାରରେ ଉନ୍ନତି ଦେଖା ଦେବା ସହିତ ସବୁ କାର୍ଯ୍ୟରେ ସଫଳତା ମଧ୍ୟ ମିଳିବ ।

୨ . କ୍ୟାଲେଣ୍ଡର ଲଗାଇବାର ଉପଯୁକ୍ତ ସ୍ଥାନ :-

ସାଧରଣତଃ ଲୋକେ କ୍ୟାଲେଣ୍ଡର କୁ ଘରର କାନ୍ଥ କିମ୍ବା ଟେବୁଲ ଉପରେ ଛୋଟ ଷ୍ଟାଣ୍ଡ କ୍ୟାଲେଣ୍ଡର ରଖିଥାନ୍ତି । କିନ୍ତୁ କ୍ୟାଲେଣ୍ଡର ଲଗାଇବାର ଏକ ଉପଯୁକ୍ତ ସ୍ଥାନ ରହିଛି ଯାହାକୁ ଯଦି ଆପଣ ନକରନ୍ତି ତେବେ ଜୀବନରେ ସବୁବେଳେ ସମସ୍ୟା ଦେଖା ଦେବ ଏବଂ ଆପଣ କେବେ ସଫଳତା ହାସଲ କରି ପାରିବେ ନାହିଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପୂର୍ବ , ପଶ୍ଚିମ ଏବଂ ଉତ୍ତର ଦିଗରେ କ୍ୟାଲେଣ୍ଡର ଲଗାଇବା ଶୁଭ ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏପରି କୁହାଯାଏ ଯେ ପୂର୍ବ ଦିଗରେ କ୍ୟାଲେଣ୍ଡର ଲଗାଇଲେ ଆପଣଙ୍କ ଜୀବନରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ଭଲ ରହିଥାଏ ଏବଂ ଆପଣଙ୍କୁ ବେଶ ଉନ୍ନତି ମିଳିଥାଏ । ସେହିପରି ପଶ୍ଚିମ ଦିଗରେ କ୍ୟାଲେଣ୍ଡର ଲଗାଇଲେ ଆପଣଙ୍କ ଜୀବନରେ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ଉତ୍ତର ଦିଗରେ ଯଦି ଆପଣ କ୍ୟାଲେଣ୍ଡର ଲଗାନ୍ତି ତେବେ ଆପଣଙ୍କର ଅଟକି ରହିଥିବା ପୁରୁଣା କାର୍ଯ୍ୟ ସଫଳ ହେବ । କିନ୍ତୁ ଭୁଲରେ ବି ଆପଣ କେବେବି ଦକ୍ଷିଣ ଦିଗରେ କ୍ୟାଲେଣ୍ଡର ଲଗାଇବା ଉଚିତ ନୁହେଁ କାରଣ ଏହା କେବେବି ଆପଣଙ୍କ ସମୃଦ୍ଧି ବୃଦ୍ଧି ହେବାକୁ ଦେଇ ନଥାଏ । ଏହାସହିତ ଘରର ଉନ୍ନତି ନହୋଇ ବରଂ ଅବନତି ହୋଇଥାଏ । କାର୍ଯ୍ୟରେ ବିଫଳତା ମଧ୍ୟ ମିଳିଥାଏ ।

୩ . କ୍ୟାଲେଣ୍ଡର ଛବି ମଧ୍ୟ ନିର୍ଦିଷ୍ଟ ଭାବରେ ଏହା ରହିବା ଉଚିତ :-

ଆଜିକାଲି ଲୋକେ ବିଭିନ୍ନ ଆକାରରେ ଭିନ୍ନ ଭିନ୍ନ ଡିଜାଇନ ଥିବା କ୍ୟାଲେଣ୍ଡର ଆଣିଥାନ୍ତି । କିନ୍ତୁ ତାହା ଆଣିଲେ ଜୀବନରେ ଉନ୍ନତି ହେବା ବଦଳରେ ବରଂ ଅବନତି ହୋଇଥାଏ ତେବେ ଯଦି ଆପଣ ଯେଉଁ କ୍ୟାଲେଣ୍ଡର ଆଣୁଛନ୍ତି ସେଥିରେ ଭଗବାନ ଙ୍କ ଫୋଟ ରହିଛି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ତାହା ବ୍ୟତୀତ କ୍ୟାଲେଣ୍ଡର ରେ ଯଦି ଯୁଗଳ ପକ୍ଷୀ ଚିତ୍ର ଥାଏ ତାହା ଉନ୍ନତି ର ପ୍ରତୀକ ହୋଇଥାଏ । କିନ୍ତୁ ଯଦି ସେଥିରେ ଅନ୍ୟ ଭୟଙ୍କର ପଶୁ ପକ୍ଷୀଙ୍କ ଚିତ୍ର ଥାଏ ତେବେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ1 । ତେଣୁ କ୍ୟାଲେଣ୍ଡର ଆଣିବା ଏବଂ ଘରେ ଲଗାଇବା ସମୟରେ ଏହିସବୁ କଥା ପ୍ରତି ନିଶ୍ଚିତ ରୂପରେ ଧ୍ୟାନ ଦେବେ ।

Leave a Reply

Your email address will not be published. Required fields are marked *