Vegetarian ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ରୋଗ ମାନଙ୍କରୁ ପାରିବେ ବଞ୍ଚି

ନୂଆ ଦିଲ୍ଲୀ: ଭଲ ସ୍ଵାସ୍ଥ୍ୟ, ଫିଟନେସ ଏବଂ ଶକ୍ତି ପାଇଁ ବହୁତ ଲୋକ ମାଂସହାର (Non Vegetarian Food)ର ସେବନ କରିଥାନ୍ତି। ଯଦି ଆପଣଙ୍କୁ ମଧ୍ୟ ଲାଗୁଛି କି ମାଂସହାର ଖାଇଲେ ହିଁ ଆପଣ ସୁସ୍ଥ ଏବଂ ସୁନ୍ଦର ରହିପାରିବେ ତାହେଲେ ଚିନ୍ତା କରିବାର ଅନ୍ଦାଜ ବଦଳାଇବାର ସମୟ ଆସି ଯାଇଛି। ବାସ୍ତବରେ, ମାଂସ (Meat) ଖାଇବା କାରଣରୁ ଆପଣଙ୍କ ସ୍ଵାସ୍ଥ୍ୟ(Health)କୁ କ୍ଷତି ପହଞ୍ଚୁ ଥାଏ, ନିଶ୍ଵାସ ନେବାରେ କେତେ ପ୍ରକାରର ସଂକ୍ରମଣ ହେଉଥାଏ। ଯାହା ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ଯଦି ଆପଣ ନନ ଭେଜିଟେରିୟାନ ଖାଦ୍ୟ-ପାନ ଛାଡି (Quit Non Veg) ଶାକାହାରୀ ହେବାପାଇଁ ଚାହୁଁଛନ୍ତି ତା’ହେଲେ ଜାଣି ନିଅନ୍ତୁ ଶାକାହାର(Vegetarianism)ର ଏହା ସବୁଠାରୁ ବଡ଼ ଲାଭ।

ଶାକାହାରୀ ହେବାର ବିଶେଷ ଲାଭ

ଶାକାହାରୀ ଖାଦ୍ୟ(Vegetarian Diet) ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଆପଣଙ୍କ ଜୀବନ ପ୍ରଥମ ଠାରୁ ମଧ୍ୟ ଅଧିକ ଭଲ ହୋଇ ପାରିବ। ଜାଣନ୍ତୁ ଶାକାହାରୀ ଖାଦ୍ୟ ଖାଇବାର ଉପାଦେୟତା(Vegetarian Diet Benefits)।

ଶାକାହାରୀ ଖାଦ୍ୟରେ କମିଥାଏ ଓଜନ

୨୦୧୬ରେ ହୋଇଥିବା ଏକ ରିର୍ସଚ(Research)ରୁ ସାମ୍ନାକୁ ଆସିଛି କି ଶାକାହାରୀ ଖାଦ୍ୟ(Vegetarian Food) ଖାଇବା ଦ୍ଵାରା ଓଜନ ଶୀଘ୍ର କମିଥାଏ(Weight Loss)। ବାସ୍ତବରେ ଶାକାହାରୀ ଭୋଜନରୁ କମ ଫ୍ୟାଟ ମିଳିଥାଏ। ଏହା ସହିତ ଶାକାହାରୀ ଖାଦ୍ୟ ମେଟାବଲିଜମ(Metabolism)କୁ ବଢାଇ ଓଜନ କମାଇବାରେ ସାହାଯ୍ୟକର ବୋଲି ପ୍ରମାଣିତ ହୋଇଛି। ଏହା ବ୍ୟତୀତ ଶାକାହାରୀ ଲୋକ ମାଂସହାରୀ ମାନଙ୍କ ତୁଳନାରେ ଅଧିକ କ୍ୟାଲୋରୀ(Calories) ମଧ୍ୟ ଉତ୍ପନ୍ନ କରିଥାନ୍ତି।

ଡାଇବେଟିସ ଠାରୁ ହୋଇଥାଏ ରକ୍ଷା

ଶାକାହାରୀ ଖାଦ୍ୟ (Vegetarian Diet)ରେ ଶସ୍ୟ,ସବୁଜ ପନିପରିବା,ଫଳ ଏବଂ ମଞ୍ଜି ସାମିଲ ହୋଇଥାଏ। ଏହି ଖାଦ୍ୟ ପଦାର୍ଥରେ ଗ୍ଲାଇସେମିକ ଇଣ୍ଡେକ୍ସ(Glycaemic Index) ବହୁତ କମ ରହିଥାଏ। ଏହି କାରଣରୁ ସୁଗାର ଲେବଲ(Sugar Level) ନିୟନ୍ତ୍ରଣରେ ରହିଥାଏ।ଏହା ବ୍ୟତୀତ ମାଂସାହାରୀ ମାନଙ୍କ ତୁଳନାରେ ଶାକାହାରୀମାନଙ୍କ ପାଖରେ ଡାଇବେଟିସ(Diabetes) ହେବାର ଆଶଙ୍କା ପଚାଶ ଶତକଡା ପର୍ଯ୍ୟନ୍ତ କମ ହୋଇଥାଏ।

ନିୟନ୍ତ୍ରଣରେ ରହିଥାଏ ରକ୍ତଚାପ

କେମ୍ବ୍ରିଜ ୟୁନିଭରର୍ସିଟି ପ୍ରେସ ଦ୍ଵାରା ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଶାକାହାରୀ ଲୋକମାନଙ୍କୁ ମାଂସାଶୀ ଲୋକଙ୍କ ତୁଳନାରେ ରକ୍ତଚାପ(Blood pressure) କମ ହୋଇଥାଏ। ବାସ୍ତବରେ,ଚାରା ଉପରେ ଆଧାରିତ ଖାଦ୍ୟ ପଦାର୍ଥରେ ଫ୍ୟାଟ,ସୋଡିୟମ ଏବଂ କୋଲେଷ୍ଟ୍ରଲ କମ ମାତ୍ରାରେ ରହିଥାଏ। ଏହି କାରଣରୁ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

ହାର୍ଟ ରହିଥାଏ ସୁସ୍ଥ

ଆମେରିକାନ ଜର୍ନଲ ଅଫ କ୍ଲିନିକାଲ ୟୁଟ୍ରିଶନ ଅନୁସାରେ, ଶାକାହାରୀ ମାନଙ୍କ ଠାରେ ମାଂସାହାରୀ ମାନଙ୍କ ତୁଳନାରେ ହାର୍ଟ(Heart) ର ସମସ୍ୟା ଏକ ଶତକଡା କମ ହୋଇଥାଏ। ଷ୍ଟଡି ଅନୁସାରେ,ମାଂସାହାରୀ ଲୋକ ମାନଙ୍କଠାରେ କୋଲେଷ୍ଟ୍ରଲର ସ୍ତର ବହୁତ ଅଧିକ ମିଳିଥାଏ,ଯାହା ହାର୍ଟର ଧମନୀମାନଙ୍କୁ ଅବଋଦ୍ଧ କରି ଦେଇଥାଏ। ଏହି କାରଣରୁ ହାର୍ଟ ସମସ୍ୟା(Heart Problem)ର ଆଶଙ୍କା ବଢି ଯାଇଥାଏ।

କ୍ୟାନସରର ଆଶଙ୍କା ହୋଇଥାଏ କମ

କ୍ୟାନସର ଏପିଡେମିୟୋଲୋଜି,ବାୟୋମାର୍କର ଆଣ୍ଡ ପ୍ରିଭେନ୍ସନ ନାମକ ମାଗାଜିନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ,ପରିବା ଏବଂ ଫଳକୁ ଖାଇବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି(Immunity) ବଢ଼ିଥାଏ। ଏହାଦ୍ଵାରା ମାଂସାହାରୀ ମାନଙ୍କ ତୁଳନାରେ ଶାକାହାରୀ ମାନଙ୍କୁ କ୍ୟାନସର(Cancer)ର ହେବାର ଆଶଙ୍କା କମ ହୋଇଥାଏ।

କମାଇଥାଏ ଅସ୍ଥମାର ବିପଦ

ସ୍ବୀଡିଶ ଅଧ୍ୟୟନ ମୁତାବକ, ଶାକାହାରୀ ଲୋକମାନଙ୍କ ଠାରେ ଅସ୍ଥମା(Asthma)ର ବିପଦ ମଧ୍ୟ କମ ହୋଇଥାଏ। ସେଠାରେ ମାଂସାହାରୀ ମାନଙ୍କୁ ଅସ୍ଥମା ହେବାର ବିପଦ ଲାଗି ରହିଥାଏ।

ସେ-କ୍ସ ଲାଇଫ ହୋଇଥାଏ ସୁନ୍ଦର

ୟୁନାଇଟେଡ଼ କିଙ୍ଗଡମରେ ହୋଇଥିବା ଏକ ଶୋଧ (Research) ଅନୁସାରେ,ମାଂସାହାରୀ ଲୋକମାନଙ୍କ ସେ-କ୍ସ ଲାଇଫ(Se-x Life) ଶାକାହାରୀମାନଙ୍କ ତୁଳନାରେ ବେକାର ହୋଇଥାଏ। ମାଂସାହାରୀ ଲୋକ ନିଜ ସେ-କ୍ସ ଲାଇଫକୁ ନେଇ ଖୁସି ହୋଇନଥାନ୍ତି। ଶୋଧ ଅନୁସାରେ,୫୭ଶତକଡା ଶାକାହାରୀ ସପ୍ତାହରେ ୩-୪ଥର ସେ-କ୍ସ(S-ex) କରିଥାନ୍ତି, ସେଠାରେ ୪୯ଶତକଡା ମାଂସାହାରୀ ଲୋକ ସପ୍ତାହରେ ମାତ୍ର ଥରେ କିମ୍ବା ଦୁଇଥର ହିଁ ସେ-କ୍ସ କରିଥାନ୍ତି। ଶୋଧରେ ୯୫ଶତକଡା ଶାକାହାରୀ ମାନିଛନ୍ତି କି ସେମାନେ ନିଜ ସେ-କ୍ସ ଲାଇଫରେ ଖୁସିରେ ଅଛନ୍ତି।

Leave a Reply

Your email address will not be published. Required fields are marked *