ଭାଇରାଲ ହେଲା କାଜଲ ଅଗ୍ରୱାଲଙ୍କର ମେହେନ୍ଦି ସେରେମନୀର ଫୋଟୋ, ଜଣାନ୍ତୁ କଣ କରନ୍ତି ତାଙ୍କର ଭବିଷ୍ୟତ ସ୍ୱାମୀ

ଦକ୍ଷିଣ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଅଭିନେତ୍ରୀ କାଜଲ ଅଗ୍ରୱାଲ ବର୍ତ୍ତମାନ ନିଜର ବିବାହକୁ ନେଇ ଜବରଦସ୍ତ ଚର୍ଚ୍ଚାରେ ରହିଛନ୍ତି | ସମ୍ପୂର୍ଣ୍ଣ ସୋସିଆଲ ମିଡ଼ିଆ କାଜଲ ଅଗ୍ରୱାଲଙ୍କର ବିବାହ ଖବରରେ ଭରି ଯାଇଛି | କାଜଲ ପ୍ରି-ୱେଡିଙ୍ଗ ଫଙ୍କସନ ଗୁଡିକର ଅନେକ ଫୋଟୋ ନିଜ ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି | ସୂଚନାଯୋଗ୍ୟ ଯେ ଏହି ଫଙ୍କସନ ଗୁଡିକ ପାଇଁ ତାଙ୍କ ନିକଟବର୍ତ୍ତୀ ସମ୍ପର୍କୀୟ ଏବଂ ବନ୍ଧୁ ତାଙ୍କ ଘରେ ପହଞ୍ଚିଥିଲେ | ତେବେ ଗୁରୁବାର ଦିନ କାଜଲଙ୍କର ମେହେନ୍ଦି ଏବଂ ହଳଦୀ ସେରେମନୀର କିଛି ଫୋଟୋ ସାମ୍ନାକୁ ଆସିଛି, ଯେଉଁଥିରେ କାଜଲ ବହୁତ ସୁନ୍ଦର ଲାଗୁଛନ୍ତି |

ଦେଖନ୍ତୁ କାଜଲ ଏବଂ ଗୌତମଙ୍କର ପ୍ରି-ୱେଡିଙ୍ଗ ଫଙ୍କସନର ଫୋଟୋ:

kajal agrawal mehendi ceremony

ତେବେ କାଜଲ ଅଗ୍ରୱାଲ ୩୦ ଅକ୍ଟୋବର ଦିନ ନିଜ ଦୀର୍ଘ ସମୟର ବୟଫ୍ରେଣ୍ଡ ଗୌତମ କିଚଲୂଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି | ଏହି ଅବସରରେ ଉଭୟଙ୍କର ଘରଲୋକ ଏବଂ କିଛି ନିକଟବର୍ତ୍ତୀ ବନ୍ଧୁ ଉପସ୍ଥିତ ରହିବେ | ବିବାହର ଉତ୍ସାହ କାଜଲଙ୍କ ଛଡା ଗୌତମ କିଚଲୁଙ୍କୁ ମଧ୍ୟ ବହୁତ ଅଧିକ ରହିଛି |

ଏହା କାରଣ ଅଟେ ଯେ ଗୌତମ କିଚୁଲ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ପ୍ରସ୍ତୁତିର ଫୋଟୋ ଗୁଡିକ ସେୟାର କରିଛନ୍ତି | ଏଥିମଧ୍ୟରୁ କିଛି ଫୋଟୋ ପୂଜାର ରୀତିନୀତିର ଅଟେ ଏବଂ ଆଉକିଛି ବିବାହ ପ୍ରସ୍ତୁତିର ଫୋଟୋ ଗୁଡିକ ମଧ୍ୟ ରହିଛି | ତେବେ ଆଜି ଆମେ ଏହି ଆର୍ଟିକିଲରେ ତାଙ୍କ ସ୍ୱାମୀ ଗୌତମ କିଚଲୁଙ୍କ ବିଷୟରେ ମଧ୍ୟ କିଛି କୌତୁହଳପୂର୍ଣ୍ଣ କଥା କହିବାକୁ ଯାଉଛୁ |

ଜାଣନ୍ତୁ କଣ କରନ୍ତି କାଜଲଙ୍କର ଭବିଷ୍ୟତ ସ୍ୱାମୀ :

kajal agrawal

ସୂଚନାଯୋଗ୍ୟ ଯେ କାଜଲ ଆଗରୁ ମଧ୍ୟ ଦଶହରାର ଅବସରରେ କିଛି ଫୋଟୋ ଗୌତମ କିଚଲୂଙ୍କ ସହିତ ସେୟାର କରିଥିଲେ, ଯାହା ତାଙ୍କ ପ୍ରଶଂସକମାନଙ୍କୁ ବହୁତ ପସନ୍ଦ ଆସିଥିଲା | ଏହି ଫୋଟୋରେ କାଜଲ ଏବଂ ଗୌତମ କିଚଲୂଙ୍କର ଯୋଡି ବହୁତ ସୁନ୍ଦର ଲାଗୁଥିଲା | କାଜଲ ଅଗ୍ରୱାଲଙ୍କ ବିଷୟରେ ସମସ୍ତେ ଜାଣନ୍ତି ଯେ ସେ ଦକ୍ଷିଣ ଚଳଚ୍ଚିତ୍ର ଜଗତର ଜଣେ ନାମିଦାମୀ ଏବଂ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି | କିନ୍ତୁ ଗୌତମ କିଚଲୂଙ୍କ ବିଷୟରେ ବହୁତ କମ ଲୋକ ଜାଣିଥିବେ | ଗୌତମ କିଚଲୂ ଜଣେ ଇଣ୍ଟରିୟର ଡିଜାଇନର ଅଟନ୍ତି ଏବଂ ତାଙ୍କର ଏକ ଅନଲାଇନ ଷ୍ଟୋର ମଧ୍ୟ ଅଛି |

kajal agrawal

କହି ରଖୁଛୁ ଯେ କାଜଲ ଅଗ୍ରୱାଲଙ୍କ ବିବାହ ମୁମ୍ବାଇରେ ଏକ ସାଧାରଣ ସମାରୋହରେ ହେବ | କରୋନା ମହାମାରୀ କାରଣରୁ ଏହି ବିବାହ ଧୂମଧାମରେ ହେବ ନାହିଁ | ବିବାହରେ ଲୋକଙ୍କର ସଂଖ୍ୟା ମଧ୍ୟ ସୀମିତ ରହିବ |

kajal agrawal and goutam kitchlu

୩୫ ବର୍ଷୀୟ କାଜଲ ଅଗ୍ରୱାଲ ୨୦୦୭ ମସିହାରେ ତେଲେଗୁ ଫିଲ୍ମ ଲକ୍ଷ୍ମୀ କଲ୍ୟାଣମରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ | ଯଦି ତାଙ୍କୁ ଇଣ୍ଡଷ୍ଟ୍ରିରେ ପରିଚୟ ମିଳିଛି ତେବେ ତାହା କେବଳ ଫିଲ୍ମ ଚନ୍ଦାମାମାରୁ ହିଁ ମିଳିଛି | ଏହାପରେ ୨୦୦୯ ମସିହାରେ ରିଲିଜ ହୋଇଥିବା ଫିଲ୍ମ ମାଗଧୀରା କାଜଲ ଅଗ୍ରୱାଲଙ୍କ ପାଇଁ ଏକ ଟର୍ଣ୍ଣିଙ୍ଗ ପଏଣ୍ଟ ଭାବରେ ପ୍ରମାଣିତ ହୋଇଥିଲା | ଏହାପରେ ଅଭିନେତ୍ରୀ କେବେ ପଛକୁ ଫେରି ଦେଖି ନଥିଲେ ଏବଂ ସେ କେବଳ ତେଲୁଗୁ ଫିଲ୍ମରେ ନୁହେଁ ବରଂ ଅନେକ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି |

kajal agrawal

୨୦୧୧ ମସିହାରେ କାଜଲଙ୍କୁ ଅଜୟ ଦେବଗନଙ୍କର ଷ୍ଟାର ଫିଲ୍ମ ସିଙ୍ଘମରେ ଦେଖାଯାଇଛି, ଏହି ଫିଲ୍ମରେ ତାଙ୍କ ଅଭିନୟ ବହୁତ ପ୍ରଶଂସନୀୟ ରହିଥିଲା | ଏହାପରେ ୨୦୧୬ ମସିହାରେ ଆସିଥିବା ଫିଲ୍ମ ସ୍ପେଶାଲ ୨୬ରେ ସେ ଅକ୍ଷୟ କୁମାରଙ୍କ ସହିତ କାମ କରିଥିଲେ | କହି ରଖୁଛୁ ଯେ କାଜଲ ଅଗ୍ରୱାଲ ନିଜର ସୁନ୍ଦରତା ଏବଂ ଜବରଦସ୍ତ ଅଭିନୟ ପାଇଁ ବେଶ ପରିଚିତ | ଗୌତମ କିଚଲୂଙ୍କ ସହିତ ବିବାହ ପରେ ମଧ୍ୟ କାଜଲ ଅଭିନୟ ଜାରି ରଖିବେ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *