ମଲାଇକା ଅରୋଡ଼ା କହିଛନ୍ତି ଅନୁଲୋମ ବିଲୋମ ଦ୍ୱାରା ଫୁସଫୁସ କୁ କରନ୍ତୁ ମଜବୁତ , ଦେଖନ୍ତୁ ଭିଡ଼ିଓ

ମଲାଇକା ଅରୋଡ଼ା ଫିଟନେସ କୁ ନେଇ ନିଜେ ମଧ୍ୟ ଖୁବ ସଜାଗ ରହନ୍ତି ଏବଂ ସମସ୍ତଙ୍କୁ ଫିଟ ରହିବାର ବାର୍ତ୍ତା ମଧ୍ୟ ଦିଅନ୍ତି । କରୋନା କାଳରେ ସେ ଏକ ଜରୁରୀ ଭିଡ଼ିଓ ସେୟାର କରିଛନ୍ତି ଯାହାକୁ ଆପଣାଇଲେ ଆପଣ ଙ୍କୁ ଫାଇଦା ହେବ ।

କରୋନା ର ଦ୍ୱିତୀୟ ୱେବ ରେ ତମାମ ଲୋକ ଶ୍ୱାସ ସମ୍ବନ୍ଧିତ ସମସ୍ୟା କୁ ସାମ୍ନା କରୁଛନ୍ତି । ଆଗାମୀ ଦିନରେ ଲୋକେ ଅକ୍ସୀଜେନ ସିଲିଣ୍ଡର ପାଇଁ ମାରା ମାରି କରୁଥିବାର ନଜର ଆସୁଛନ୍ତି । ଅନେକ ପୀଡ଼ିତ ଏହା ଅଭାବରୁ ପ୍ରାଣ ତ୍ୟାଗ କରୁଛନ୍ତି । ଏପରି ସ୍ଥିତିରେ ଅସହାୟ ହେବା ପରିବର୍ତ୍ତେ ସବୁ ଲୋକ ଯଦି ଯୋଗ କରିବେ ତେବେ ଏହି ସମସ୍ୟାର ସମାଧାନ ମିଳି ପାରିବ । ମଡେଲ ଅଭିନେତ୍ରୀ ମଲାଇକା ଅରୋଡ଼ା ମଧ୍ୟ ଏହା ଶିଖାଇବାକୁ ଚେଷ୍ଟା କରିଛନ୍ତି ।

ମଲାଇକା ଅରୋଡ଼ା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ଯୋଗ କରିବାର ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓ ରେ ମଲାଇକା ଅରୋଡ଼ା ଅନୁଲୋଗ ବିଲୋମ କରି ନିଜର ଭିଡ଼ିଓ ସେୟାର କରିଛନ୍ତି । ମଲାଇକା କହିଛନ୍ତି ଯେ ଶ୍ୱାସ ପ୍ରକ୍ରିୟା କୁ କେବଳ ଯୋଗଭ୍ୟାସ ଦ୍ୱାରା ହିଁ ନିୟ-ନ୍ତ୍ରଣ କରାଯାଇ ପାରିବ । ସେ ଶ୍ୱାସ ପ୍ରକ୍ରିୟାର ହେଲଦି ଟେକନିକ କରି ଦେଖାଇଛନ୍ତି । ତାସହିତ ଏହାକୁ କେତେଥର ଏବଂ କେତେ ସମୟ ଅବଧି ରେ କରିବା ଉଚିତ ଏହାର ସୂଚନା ମଧ୍ୟ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି । ଏହା ସହିତ ସେ ପୋଷ୍ଟ ରେ ଲେଖିଛନ୍ତି ଯେ – ‘ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରାଣାୟାମ କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହା ଆମ ଜୀବନର ଏକ ଅଂଶ ହେବା ଉଚିତ । ଅନୁଲୋମ ବିଲୋମ ପ୍ରାଣାୟାମ ର ସହଜ ଉପାୟ ଏହିକି ଯେ ଏହା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ଏବଂ ଫୁସଫୁସ ର କ୍ଷମତା କୁ ଦୃଢ଼ ରଖିବାରେ ସାହାଯ୍ୟ କରିଥାଏ । ଅନୁଲୋମ ବିଲୋମ ର ୬ ରାଉଣ୍ଡ ଆରମ୍ଭ କରନ୍ତୁ । ଏହାକୁ ଖାଇବା ପୂର୍ବରୁ ଏବଂ ପରେ ପ୍ରତି ଦିନ ୨ ଘଣ୍ଟା ଅବଧି ରେ କରିବା ଉଚିତ । ଆପଣ ୨୧ ରାଉଣ୍ଡ ପର୍ଯ୍ୟନ୍ତ ଯାଇ ପାରିବେ ।

 

View this post on Instagram

 

A post shared by Malaika Arora (@malaikaaroraofficial)

ମଲାଇକା ଅରୋଡ଼ା ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟାୟାମ ଏବଂ ଯୋଗ ଭିଡ଼ିଓ ରେ ପୁରି ରହିଛି । ମଲାଇକା ନିୟମରେ ୱର୍କଆଉଟ ଏବଂ ଯୋଗସନ କରନ୍ତି । ଏହା ବ୍ୟତୀତ ମଲାଇକା ନିଜର ଖାଦ୍ୟଭ୍ୟାସ ର ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ରଖନ୍ତି । ଏହାର ଫଳ ସ୍ୱରୂପ ଅଭିନେତ୍ରୀ ନିଜର ଉଜ୍ଜ୍ୱଳ ତ୍ୱଚା , ଟୋନଡ଼ ବୋଡି କାରଣରୁ ଖୁବ କମ ବୟସର ଅଭିନେତ୍ରୀ ଙ୍କୁ ପଛରେ ପକାଇ ଦିଅନ୍ତି । କରୋନା ଭୂତାଣୁ ସଂକ୍ରମଣ ର କୌଣସି ପ୍ରଭାବୀ ଉପାୟ ଏବେ ପର୍ଯ୍ୟନ୍ତ ଆବିଷ୍କାର କରାଯାଇ ନାହିଁ । ଏଥିପାଇଁ ନିଜ ସ୍ୱାସ୍ଥ୍ୟ କୁ ନେଇ ସବୁ ଲୋକଙ୍କୁ ସଜାଗ ରହିବା ଉଚିତ । ତେଣୁ ଏମିତିରେ ଅଭିନେତ୍ରୀଙ୍କର ଏହି ଭିଡ଼ିଓ ଖୁବ ପ୍ରଭାବଶାଳୀ ହୋଇଛି ।

Leave a Reply

Your email address will not be published. Required fields are marked *