କେବେ ଦେଖିଛନ୍ତି ସିଂହ, ଭାଲୁକୁ ତରଭୁଜ ଖାଉଥିବାର? କ୍ୟୁଟ ଭିଡିଓ ଦେଖି ଆସିଯିବ ଜୀବମାନଙ୍କ ଉପରେ ପ୍ୟାର: ଦେଖନ୍ତୁ video

ଆପଣମାନେ ସିଂହ ଚିତା ଭଳି ଶି-କା-ରୀ ପଶୁମାନଙ୍କୁ ମାଂସ ଖାଉଥିବାର ତ ଅନେକ ଥର ଦେଖିଥିବେ, କିନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଏହି ହିଂସ୍ର ଜନ୍ତୁଙ୍କୁ ତରଭୁଜ (Watermelon) ଖାଉଥିବାର ଦେଖି ପାରିବେ।

ସୋସିଆଲ ମିଡିଆରେ ଜୀବଜନ୍ତୁ ମାନଙ୍କର ଲକ୍ଷଲକ୍ଷ ଫଟୋ ଏବଂ ଭିଡିଓ ରହିଛି। ପଶୁ ମାନଙ୍କର କିଛି ଭିଡିଓ ମଜାଦାର ଏବଂ କ୍ୟୁଟ ହୋଇଥାଏ, ସେଠାରେ କିଛି ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଶିକାରୀ ପଶୁକୁ ପରସ୍ପରଙ୍କ ଉପରେ ହମଲା କରୁଥିବାର, ଜୀବଜନ୍ତୁଙ୍କ ମାଂସ ଖାଉଥିବାର ତ ଆପଣମାନେ ଅନେକ ଥର ଦେଖିଥିବେ, କିନ୍ତୁ କଣ ଆପଣ କେବେ ସିଂହ,ଭାଲୁ ଭଳି ମାଂସାଶୀ ପଶୁକୁ ତରଭୁଜ (Watermelon) ଖାଉଥିବାର ଦେଖିଛନ୍ତି? ଆଜ୍ଞା ହଁ,ଗରମରେ ସମସ୍ତଙ୍କର ପ୍ରିୟ ଏହି ତରଭୁଜ ପଶୁମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଥାଏ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ଆପଣମାନେ ଅନୁମାନ କରି ପାରିବେ।

ଓ୍ବାଇଲ୍ଡଲାଇଫରେ ଆଗ୍ରହ ରଖୁଥିବା ଲୋକମାନେ ଅଧିକାଂଶ ସମୟ ଜଙ୍ଗଲରେ ବିତେଇ ଥାନ୍ତି ଯାହାଦ୍ଵାରା ପଶୁମାନଙ୍କର କୈାଣସି ଭଲ ଫଟୋ କିମ୍ବା କମାଲକର ଭିଡିଓ ମିଳିପାରିବ। ଏମିତି ହିଁ ଅନେକ ଭିଡିଓରେ ଆପଣମାନେ ସିଂହ, ଚିତା,ଭାଲୁ ଭଳି ହିଂସ୍ର ପଶୁମାନଙ୍କୁ ଅନ୍ୟ ପଶୁମାନଙ୍କୁ ନିଜ ଭୋଜନ କରୁଥିବାର ଅନେକ ଥର ଦେଖିଥିବେ। କିନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓରେ ଏସବୁ ପଶୁମାନେ ତରଭୁଜ ଖାଉଛନ୍ତି। ଆଜ୍ଞା ହଁ,ରସାଳୁଆ ମିଠା ତରଭୁଜକୁ ଦେଖି ସେମାନେ ମଧ୍ୟ ନିଜେ ନିଜକୁ ରୋକି ପାରିନଥିଲେ ତାର ମଜା ନେବାକୁ ଲାଗିଥିଲେ। ଏହି ଭିଡିଓରେ ହାତୀ, ସିଂହ,ଭାଲୁ,ଲିମର ଭଳି ପଶୁମାନଙ୍କୁ ତରଭୁଜ ଖାଉଥିବାର ଦେଖିବା ବାସ୍ତବରେ ମଜାଦାର ଅଟେ।

ଦେଖନ୍ତୁ ଭିଡିଓ-

ଟୁଇଟରରେ Oregon Zoo ଏହି ଇଣ୍ଟରେଷ୍ଟିଙ୍ଗ ଭିଡିଓକୁ ପୋଷ୍ଟ କରିଛନ୍ତି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି। ଏପର୍ଯ୍ୟନ୍ତ ଏହାକୁ ୫୭ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଲୋକମାନେ ନାଁ କେବଳ ଏହାକୁ ପରସ୍ପରଙ୍କ ସହିତ ସେୟାର କରୁଛନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଅନେକ ଲୋକଙ୍କୁ ଯେଉଁଠାରେ ଫଳ ଖାଉଥିବା ପଶୁ ବହୁତ କ୍ୟୁଟ ଲାଗୁଛି ତ ସେଠାରେ କିଛି ଲୋକ ଏହାକୁ ଦେଖି ଭଲପାଇବା ଦେଖାଇଛନ୍ତି। ଏହି ସୁନ୍ଦର ଭିଡିଓ ଆପଣଙ୍କ ଦିନକୁ ବନେଇବା ପାଇଁ ଯଥେଷ୍ଟ ଅଟେ।

Leave a Reply

Your email address will not be published. Required fields are marked *