ପ୍ରେମିକଙ୍କୁ ଦେଖି Doggy ହୋଇଯାଆନ୍ତି ଏହି ମହିଳା , ଚାରିଗୋଡ଼ରେ ଡି-ଆଁ ମାରି ଭୁକିବା ସହ ହାଡ଼ ମଧ୍ୟ ମାଗିଥାଏ

ପ୍ରେମରେ ଆପଣ ବିଭିନ୍ନ ରୂପ ଦେଖିଥିବେ । ପ୍ରେମରେ କିଛି ଲୋକ ଅଧିକ ବାଟ ଅତିକ୍ରମ କରିଯାନ୍ତି । କିଛି ଲୋକମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରନ୍ତି । କିନ୍ତୁ କିଛି ଲୋକମାନଙ୍କର ପ୍ରେମ ଅଦ୍ଭୁତ ପଦ୍ଧତି ପାଇଁ ଲୋକପ୍ରିୟ ହୋଇଯାଏ । ବର୍ତ୍ତମାନ ଏରିଜୋନାର ଟକସନରେ ରହୁଥିବା 26 ବର୍ଷିୟ ଧାନି ଏବଂ ତାଙ୍କ ସାଥି 31 ବର୍ଷିୟ ଜ୍ୟାକଙ୍କ ରୋମାନ୍ସର ବିଷୟରେ ଚର୍ଚ୍ଚା ହେଉଛି । ଉଭୟ କପଲ ଯେତେବେଳେ ବୁଲିବାକୁ ଯାଆନ୍ତି ସମସ୍ତେ ଉଭୟଙ୍କୁ ଚାହିଁ ରହନ୍ତି । ଧାନିଙ୍କୁ କୁକୁର ଭଳି ରହିବା ଭଲ ଲାଗେ । ଜ୍ୟାକଙ୍କ ସାଥି 24 ଘଣ୍ଟା ଚାରିଗୋଡ଼ରେ ଚାଲନ୍ତି । ତାଙ୍କ ବେକରେ ଏକ ବେଲ୍ଟ ବନ୍ଧା ହୋଇଥାଏ । ଜ୍ୟାକ ଯେତେବେଳେ ନିଜ ସାଥି ସହ ବୁଲିବାକୁ ଯାଆନ୍ତି ତେବେ ସେ ତାଙ୍କୁ ଚେନରେ ବାନ୍ଧି ନିଅନ୍ତି । ଧାନି କୁକୁର ଭଳି ଭୋକିବାକୁ ଲାଗେ ଏବଂ ଡି-ଆଁମାରି ନିଜ ସାଥୀ ସହ ଖେଳିଥାଏ ।

କୁକୁର ପରି ବ୍ୟବହାର କରେ :

ଧାନି ଜ୍ୟାକଙ୍କ ସହ କୁକୁର 24 ଘଣ୍ଟା କୁକୁର ଭଳି ରହିଥାଏ । ସେ ଚାରି ଗୋଡ଼ରେ ଚାଲେ ଏବଂ ସବୁବେଳେ କୁକୁର ଭଳି ଭୋକେ । ସେ କୁକୁର ଭଳି ବ୍ୟବହାର କରି ଜ୍ୟାକ ସହ ଘରେ ରହିଥାଏ । ବିଶେଷ କଥା ଯେ ଜ୍ୟାକ ନିଜ ସାଥୀ ବେକରେ ବେଲ୍ଟ ବାନ୍ଧି ତାଙ୍କୁ ବାହାରକୁ ବୁଲିବାକୁ ନେଇ ଯାଇଥାଏ । ବାହାରେ ମଧ୍ୟ ସେ ଚାରି ଗୋଡ଼ରେ ଚାଲନ୍ତି ।

ପୋଷାକ ପରିବର୍ତ୍ତେ ବେଲ୍ଟ ପସନ୍ଦ କରନ୍ତି :

ଧାନିଙ୍କୁ କୁକୁର ଭଳି ରହିବା ଭଲ ଲାଗେ । ସେ ନିଜ ବେକରେ ସର୍ବଦା ବେଲ୍ଟ ବାନ୍ଧି ରୁହନ୍ତି । ଯେଉଁଭଳି ଅନ୍ୟ ମହିଳା ପୋଷାକ ଏବଂ ଗହଣାରେ ଆଗ୍ରହ ପ୍ରକାଶ କରନ୍ତି , ସେହିଭଳି ଧାନିଙ୍କୁ ଲୁହା ଚେନ ଏବଂ ରଙ୍ଗୀନ ଷ୍ଟ୍ରିପ୍ସକୁ ଭଲ ପାଆନ୍ତି । ଜ୍ୟାକ ଏଥିରେ ତାଙ୍କୁ ବାନ୍ଧି ବାହାରକୁ ବୁଲାଇବାକୁ ନିଅନ୍ତି ।

ସୋସିଆଲ ମିଡିଆରେ ଲୋକପ୍ରିୟ ଅଛନ୍ତି :

ଏହି କପଲ ନିଜ ଟିକଟକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଛନ୍ତି । ଏଥିରେ ଧାନିଙ୍କୁ ଖାଦ୍ୟ ଖୁଆଇବା ଠାରୁ ଆରମ୍ଭ କରି କୁକୁର ଭଳି ବୁଲାଇବା ପର୍ଯ୍ୟନ୍ତ ଜ୍ୟାକଙ୍କୁ ଦେଖିବାକୁ ମିଳିବ । କିନ୍ତୁ ଏହି କପଲଙ୍କୁ ଲୋକମାନଙ୍କ ଠାରୁ ନେଗେଟିଭ କମେଣ୍ଟ ଶୁଣିବାକୁ ମିଳୁଛି । କିଛି ଲୋକ ଉଭୟଙ୍କୁ ବିଚାର କରୁଛନ୍ତି । କିନ୍ତୁ ଏହି ବିଷୟରେ ସେମାନଙ୍କୁ କିଛି ଅସୁବିଧା ନାହିଁ । ଜ୍ୟାକଙ୍କ କହିବା ଅନୁସାରେ ଧାନିଙ୍କୁ ଏହିଭଳି ରୋମାନ୍ସ କରିବା ଏବଂ ବଞ୍ଚିବା ଭଲ ଲାଗେ । ତାଙ୍କ ସାଥି ହୋଇଥିବାରୁ ଧାନିଙ୍କ ଇଚ୍ଛା ପୁରାଣ କରିବା ତାଙ୍କ କର୍ତ୍ତବ୍ୟ ।

Leave a Reply

Your email address will not be published. Required fields are marked *