କନିଆଁଙ୍କ ହାତରୁ ଖସୁନଥିଲା କଲୀରା ତ ସମସ୍ତଙ୍କ ନଜାରରୁ ବଞ୍ଚି କରିଲେ ଏମିତି କାମ, ଭିଡିଓ ଦେଖି ହସିବାକୁ ଲାଗିଲେ ଲୋକମାନେ

ସୋସିଆଲ ମିଡିଆରେ ଜଣେ କନିଆଁଙ୍କ ଭିଡିଓ (Bride Video) ବହୁତ ଭାଇରାଲ(Viral Video) ହେଉଛି। ଯେଉଁଥିରେ ଜଣେ କନିଆଁ ନିଜ ବନ୍ଧୁଙ୍କ ଉପରେ କଲିରେ ଖସାଇବାରେ ଲାଗିଛନ୍ତି, କିନ୍ତୁ କଲିରେ ଖସୁନାହିଁ। ଏଥିପାଇଁ କନିଆଁ ଚାଲାଖି ଦେଖାଇଥାନ୍ତି।

ଆଜିକା ସମୟରେ ସୋସିଆଲ ମିଡ଼ିଆ ଗୋଟିଏ ଏମିତି ମାଧ୍ୟମ ହୋଇଯାଇଛି, ଯେଉଁଠାରେ ଗୋଟିଏରୁ ବଢି ଆଉ ଗୋଟିଏ ମଜାଦାର ଭିଡିଓ ସେୟାର କରାଯାଇଥାଏ।ଏଥିରୁ କିଛି ଭିଡିଓକୁ ଦେଖି ଲୋକମାନଙ୍କର ହସ ଖେଳି ଯାଇଥାଏ।ତ କିଛି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ। ସେଠାରେ, କିଛି ଭିଡିଓ ଏମିତି ହୋଇଥାଏ ଯାହାକୁ ବାରମ୍ବାର ଦେଖିବା ପାଇଁ ମନ ହୋଇଥାଏ। ଏତିକି ନୁହେଁ ଲୋକମାନେ ଏହି ଭିଡିଓ ଉପରୁ ବହୁ ମାତ୍ରାରେ ମଜା ମଧ୍ୟ ନେବାକୁ ଲାଗିଥାନ୍ତି।ବର୍ତମାନ ସମୟରେ ବାହାଘରର ଗୋଟିଏ ଏମିତି ମଜାଦାର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଛନ୍ତି ଏବଂ ସେମାନଙ୍କୁ ମଜା ମଧ୍ୟ ଲାଗୁଛି।

ଆମେ ସମସ୍ତେ ଜାଣିଛେ କି ବାହାଘର ସମୟରେ ଏମିତି ବହୁତ ଗୁଡ଼ିଏ ବିଧି ଥାଏ, ଯାହାକୁ ଝିଅମାନେ ନିଜ ପରିବାର,ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ସହିତ ସେଲିବ୍ରେଟ କରିଥାନ୍ତି।ଏମାନଙ୍କ ମଧ୍ୟରୁ ଗୋଟିଏ ବିଧି ହେଉଛି, କନିଆଁଙ୍କ କଲିରେ ଖସାଇବା ଭଳି ବିଧି। ସାଧାରଣ ଭାବରେ କନିଆଁଙ୍କର ସବୁ ଭଉଣୀ ଏବଂ ସାଥି (Bridesmaids) ଙ୍କୁ ତାଙ୍କ ଆଖ ପାଖରେ ବସେଇ ଦିଆ ଯାଇଥାଏ। ପୁଣି କନିଆଁ ନିଜ ହାତକୁ ହଲେଇ ତାଙ୍କ ଉପରେ କଲିରେ ପକାଇଥାନ୍ତି। ବିବାହର ଅନେକ ଘରେ ଏବେ ମସ୍ତି ଭାବରେ ମଧ୍ୟ ଏହି ବିଧିକୁ ପାଳନ କରାଯିବାକୁ ଲାଗିଛି।ଏହା ସହିତ ଯୋଡା ଗୋଟିଏ ଭିଡିଓ ସାମ୍ନାକୁ ଆସିଛି।

ଏଠାରେ ଦେଖନ୍ତୁ ଭିଡିଓ

ଭିଡ଼ିଓରେ ଆପଣ ଦେଖିବେ କି ଜଣେ କନିଆଁ ନିଜର ଦୁଇଟି ଯାକ ହାତକୁ ନିଜ ଭିତରେ ବାଡ଼େଇ ଚଉକି ଉପରେ ବସିଥିବା ସାଥିମାନଙ୍କ ଉପରେ କଲିରେ ଖସେଇବା ପାଇଁ ଚେଷ୍ଟା କରିବାରେ ଲାଗିଛନ୍ତି, କିନ୍ତୁ ବହୁତ ଚେଷ୍ଟା ପରେ ଯେତେବେଳେ କଲିରେ ଖସିବା ପାଇଁ ନାମ ହିଁ ନେଇ ନଥାଏ ତ ଏହା ମଧ୍ୟରେ କନିଆଁ ଚାଲାଖି ଦେଖାଇଥାନ୍ତି ଏବଂ ସମସ୍ତଙ୍କ ଠାରୁ ଲୁଚି ନିଜ ହାତର କଲିରେ ନିଜେ ଭାଙ୍ଗି ସେହି ଝିଅଙ୍କ ଉପରେ ପକେଇ ଦେଇଥାନ୍ତି।

କନିଆଁଙ୍କର ଏହି ମଜାଦାର ଭିଡିଓ ୟୁଜର୍ସଙ୍କୁ ବହୁତ ପସନ୍ଦ ଆସୁଛି। ଯେଉଁ କାରଣରୁ ଅନେକ ୟୁଜର ଏହା ଉପରେ କମେଣ୍ଟ ମାଧ୍ୟମରେ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର କହିଛନ୍ତି କି କନିଆଁ ନିଜ ବେଷ୍ଟଫ୍ରେଣ୍ଡଙ୍କୁ ସିଙ୍ଗଲ ଦେଖିବା ପାଇଁ ଚାହୁଁ ନାହାନ୍ତି ଏବଂ ଏଥିପାଇଁ ଏମିତି ହରକତ କରୁଛନ୍ତି। ସେଠାରେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି କି ଝିଅମାନେ ତ ବାସ୍ତବରେ ଝିଅ ହିଁ ହୋଇଥାନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ Dulhaniyaa ନାମକ ପେଜରେ ସେୟାର କରାଯାଇଛି।ଯାହାକୁ ଖବର ଲେଖା ଯିବା ପରଠାରୁ ୨୮ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି।

Leave a Reply

Your email address will not be published. Required fields are marked *