ନାତି ଘରକୁ ନିଜ ବାପା ଙ୍କର କହିଲା ବେଳକୁ , ଜେଜେମା ରାଗରେ ଏପରି ଉତ୍ତର ଦେଲେ , ଦେଖନ୍ତୁ ମଜାଦାର video

ଭାଇରଲ ହେଉଥିବା ଏହି ଭିଡ଼ିଓ ରେ ଜଣେ ନାତି କହି ଦେଇଛି ଯେ ଘର ତା ବାପା ଙ୍କର ଅଟେ , ତେଣୁ ଜେଜେମା ରାଗିଯାଇ ଯେଉଁ ଉତ୍ତର ଦେଇଛନ୍ତି , ତାହା ଶୁଣି ଆପଣ ମଧ୍ୟ ହସିବାକୁ ଲାଗିବେ ।

ସୋସିଆଲ ମିଡିଆରେ ପ୍ରାୟ ସବୁବେଳେ ଅନେକ ପ୍ରକାରର ଭିଡ଼ିଓ ଭାଇରଲ ହୋଇଥାଏ । କିଛି ଭିଡ଼ିଓ ଯେଉଁଠି ଇମୋସନାଲ ହୋଇଥାଏ ଆଉ କିଛି ଭିଡ଼ିଓ ଏପରି ହୋଇଥାଏ ଯାହାକୁ ଦେଖି ଆପଣଙ୍କ ମୁଁହରେ ହସ ଆସି ଯାଇଥାଏ । ଇଣ୍ଟରନେଟ ରେ କେବେ , କଣ ଟ୍ରେଣ୍ଡ କରିଯିବ ତାହା କୁହାଯାଇ ପାରିବ ନାହିଁ । ଏହିପରି ହିଁ ଏକ ଭିଡ଼ିଓ ଜେଜେମା ଏବଂ ନାତି ର ମଜାଦାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ହସି ହସି ଗଡ଼ିଯିବେ ।

ଭାଇରଲ ହେଉଥିବା ଏହି ଭିଡ଼ିଓ ରେ ଜଣେ ନାତି ମଜାରେ କହିଦେଇଛି ଯେ ଘର ତାର ଏବଂ ତା ବାପା ଙ୍କର ବୋଲି । ସେଥିରେ ଜେଜେମା ରାଗିଯାଇ ଯେଉଁ ଉତ୍ତର ଦେଇଛନ୍ତି, ତାହା ଶୁଣି ଆପଣ ହସିବେ । ଭିଡ଼ିଓ ରେ ନାତି କହିଥାଏ ଯେ, ‘ ଜେଜେମା ଆପଣଙ୍କୁ ଜଣା ଅଛି ଯେ ମୁଁ ତୁମ ନାତି । ‘ ଯେଉଁଥିରେ ଜେଜେମା କହନ୍ତି ଯେ , ‘ ତାହା ତ ମୋତେ ଜଣା ଅଛି , କିନ୍ତୁ ତୁ ଚାହୁଁଛୁ କଣ । ନାତି କହିଥାଏ ଯେ ଏହି ଘର ମୋର ଏବଂ ବାପା ଙ୍କର ଅଟେ । ଯେଉଁଥିରେ ଜେଜେମା ରାଗିଯାଇ କହନ୍ତି , ‘ ବାପା ତ ପରେ ଆସିଲା ନା , ତିଆରି ତ କରିଛି ମୁଁ । ଘର ମୋର ଅଟେ । ତୁମେ ଏଠାରୁ ଯାଅ । ‘ ନାତି ତାଙ୍କୁ ପଚାରିଥାଏ ଯେ ଜେଜେମା ଆମେ କୁଆଡ଼େ ଯିବୁ ? ପୁଣି ଜେଜେମା କହନ୍ତି , ‘ ବାସ ତାହାଲେ ଘରେ ପଡ଼ି ରୁହ । ‘

ସୋସିଆଲ ମିଡିଆରେ ଏହି ଭିଡ଼ିଓ ଲୋକଙ୍କୁ ଖୁବ ପସନ୍ଦ ଆସୁଛି । ଲୋକେ ନା କେବଳ ଏହାକୁ ପରସ୍ପର ମଧ୍ୟରେ ସେୟାର କରିଛନ୍ତି ବରଂ ଏଥିରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଏବେ ସୁଦ୍ଧା ଭିଡ଼ିଓ କୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ , ‘ ବିନ୍ଦାସ ଜେଜେମା । ‘ ପୁଣି କିଏ ଲେଖିଛି , ‘ ଆପଣଙ୍କ ଜେଜେମା ଙ୍କୁ ଦେଖି ମୋତେ ମୋ ଜେଜେମା ଙ୍କ କଥା ମନେ ପଡ଼ିଗଲା । ‘ ପୁଣି ଜଣେ ବ୍ୟକ୍ତି କହିଛନ୍ତି ଯେ ଜେଜେମା ତୁମେ ବହୁତ କ୍ୟୁଟ ।

Leave a Reply

Your email address will not be published. Required fields are marked *