ଦେଖନ୍ତୁ ଭିଡ଼ିଓ:- ମନ୍ଦିରକୁ ଆସିଥିବା ମହିଳାଙ୍କୁ ଏହି କାରଣରୁ ପିଟିଲେ ପୂଜକ। କ୍ୟାମେରାରେ କଏଦ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ।

ଆପଣ ମାନେ ଜାଣିଥିବେ ମନ୍ଦିର ହିନ୍ଦୁ ଲୋକଙ୍କର ଧର୍ମସ୍ଥଳୀ ଅଟେ। ଜାତି, ଧର୍ମ, ବର୍ଣ୍ଣ ନିବିଶେଷରେ ସମସ୍ତେ ମନ୍ଦିରକୁ ଆସି ଠାକୁରଙ୍କୁ ଦର୍ଶନ କରି ପାରିବେ। ସମାଜରେ ପୂଜାରୀ ଙ୍କୁ ଦେବ ଦୂତ ର ଆଖ୍ୟା ଦିଆଯାଇଛି। କିନ୍ତୁ ପୂଜା କରିବା ପାଇଁ ଆସିଥିବା ମହିଳାଙ୍କ ସହ ମନ୍ଦିରର ପୂଜାରୀ ଅସାଦାଚରଣ ବ୍ୟବହାର କରିଥିବାର ମାମଲା ସାମ୍ନାକୁ ଆସିଛି।
ବିହାର ଦରବଙ୍ଗା ସ୍ଥିତ ମାଆ ଶ୍ୟାମା ମଇ ମନ୍ଦିରରେ ଏହିପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି। ତେବେ ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ମନ୍ଦିରର ପୂଜକ ମହିଳାଙ୍କ ଚୁଟି ଝିଙ୍କିବା ସହ ମାଡ଼ ମାରୁଥିଲେ।

ସୂଚନା ଅନୁସାରେ ମହିଳା ଜଣକ ଦରବଙ୍ଗା ସ୍ଥିତ ମା ଶ୍ୟାମା ମଇ ମନ୍ଦିରକୁ ପୂଜା କରିବା ପାଇଁ ଆସିଥିଲେ। କିନ୍ତୁ କୋଭିଡ଼ି କଟକଣା ହେତୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳି ନଥିଲା। ତେଣୁ ମହିଳା ଜଣକ ମା ଙ୍କ ଦର୍ଶନ କରିବା ପାଇଁ ଜିଦ୍ ଧରିଥିଲେ। ଯାହାଫଳରେ ମନ୍ଦିରର ପୂଜକ କ୍ରୋଧିତ ହୋଇ ପଡ଼ିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ତିକ୍ତତା ଦେଖା ଯାଇଥିଲା।

ତେଣୁ ମନ୍ଦିରର ପୂଜକ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ହରାଇ ଥିଲେ ଏବଂ ମହିଳାଙ୍କ କେଶକୁ ଧରି ମାଡ଼ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହି ଘଟଣାକୁ ନିଜ କ୍ୟାମେରାରେ କଏଦ କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା ସେତେବେଳେ ମନ୍ଦିର ପ୍ରଶାସନ ପୂଜାରୀଙ୍କୁ ମନ୍ଦିରରୁ ବାହାର କରିଦେଇଛନ୍ତି ଏବଂ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *