ପ୍ରେସର କୁକରରେ ମଧ୍ୟ ଗୋଲ ରୋଟି ତିଆରି କରାଯାଇପାରିବ । ସୋସିଆଲ ମିଡିଆରେ ଏହି ଅଦ୍ଭୁତ ଭିଡ଼ିଓଟି ଭାଇରାଲ ହୋଇଛି- ଆପଣ ବି ଦେଖନ୍ତୁ video

ସୋସିଆଲ ମିଡିଆରେ ପ୍ରତିଦିନ ଅଦ୍ଭୁତ ଭିଡ଼ିଓ ଚାଲିଥାଏ । ଯାହାକୁ ୟୁଜରମାନଙ୍କ ଦ୍ୱାରା ଖୁବ ପସନ୍ଦ କରାଯାଏ । ଏହି ଭିଡ଼ିଓ ଏକ ପ୍ରକାରର ‘ LIFE HACKS ‘ ଭଳି କାମ କରିଥାଏ । କହିବାର କାରଣ ଏହାଦ୍ବାରା ଆପଣ ନିଜ ସମୟ ସହଜରେ ବଞ୍ଚାଇ ପାରିବେ । ନିକଟରେ ଏକ ଅଦ୍ଭୁତ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି ।

ଆମ୍ଭେମାନେ ସମସ୍ତେ ଜାଣିଛୁ ଯେ ରୋଟିକୁ ଗୋଲକରି ନିରାପଦରେ କାଢ଼ିବା କେତେ କଷ୍ଟ ଅଟେ । କିନ୍ତୁ ବର୍ତ୍ତମାନ ଏହିଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି । ଯାହାକୁ ଦେଖି ଆପଣଙ୍କର ଏହି କଷ୍ଟ କାମ ସହଜ ହୋଇଯିବ । ଆପଣ ଘରେ ମାଆଙ୍କୁ ତାୱାରେ ରୋଟି ତିଆରି କରୁଥିବାର ଦେଖିଥିବେ କିନ୍ତୁ କଣ କେବେ ପ୍ରେସର କୁକୁରରେ ରୋଟି ତିଆରି ହେବାର ଦେଖିଛନ୍ତି ? ଯଦି ନୁହେଁ ତେବେ ଏହିପରି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇଛି ।

ଏହି ଭିଡ଼ିଓଟି ଦେଖନ୍ତୁ :

ଭିଡ଼ିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା 3 ଟି ରୋଟି ବେଲନ୍ତି ଏବଂ ତାକୁ ଗ୍ୟାସର ଜ୍ୱଳନ୍ତ ନିଆଁରେ ଥିବା ଖାଲି ପ୍ରେସର କୁକୁରରେ ପକାଇ ବନ୍ଧ କରିଦିଅନ୍ତି । ଏହାପରେ ମହିଳା 2 ମିନିଟ ପର୍ଯ୍ୟନ୍ତ ରୋଟିକୁ ରାନ୍ଧିବାକୁ ସୂଚନା ଦିଅନ୍ତି । ଶେଷରେ ସେ ପ୍ରେସର କୁକୁରର ଢ଼ାଙ୍କୁଣୀ ଖୋଲି ରୋଟିକୁ ପ୍ଲେଟରେ କାଢ଼ନ୍ତି । ଯାହା ଖୁବ ଭଲରେ ରନ୍ଧା ହୋଇଥିଲା ।

ଆପଣଙ୍କୁ ଜଣାଇଦେଉଛୁ ଯେ ଏହି ଆଶ୍ଚର୍ଯ୍ୟକର ଭିଡ଼ିଓଟିକୁ ସୋସିଆଲ ମିଡିଆରେ ‘ Fun N Fashion ‘ ନାମକ ୟୁଟ୍ୟୁବ ଚ୍ୟାନେଲରର ସେୟାର କରାଯାଇଥିଲା । ଯାହାକୁ ଲୋକମାନଙ୍କ ଦ୍ବାରା ଖୁବ ପସନ୍ଦ କରାଯାଉଛି । ଖବରଟି ଲେଖାହେବା ପର୍ଯ୍ୟନ୍ତ 37 ହଜାରରୁ ଅଧିକ ଭିୟୁ ମିଳି ସାରିଥିଲା । ଏହାସହ 100 ରୁ ଅଧିକ ଲାଇଲ ମଧ୍ୟ ମିଳିଥିଲା ।

ସୋସିଆଲ ମିଡିଆରେ ଭିଡ଼ିଓ ଲୋକମାନଙ୍କୁ ଖୁବ ପସନ୍ଦ ଆସୁଛି । ଏହି କାରଣ ଯୋଗୁଁ ଅନେକ ୟୁଜର ଏହି ଭିଡ଼ିଓରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର କହିଛନ୍ତି ଏହି ଉପାୟଟି Bachelor ମାନଙ୍କ ପାଇଁ ବରଦାନ ଅଟେ । ଅନ୍ୟ ୟୁଜର କହିଛନ୍ତି ଯେ ଏହା ଏ ବର୍ଷର ସବୁଠାରୁ ବେଷ୍ଟ ଉପାୟ ଅଟେ ଯାହାକୁ ସେ ଦେଖିଲେ । ଅଦ୍ଭୁତ ! ଏହା ବ୍ୟତୀତ ଅନ୍ୟ କିଛି ୟୁଜର ଏହି ଭିଡ଼ିଓକୁ ଭିନ୍ନଭିନ୍ନ ଉପାୟରେ ପ୍ରସଂଶା କରିଛନ୍ତି ।

Leave a Reply

Your email address will not be published. Required fields are marked *