ମହାକାଶ ଯାତ୍ରା ପାଇଁ ନୂଆ ଯାନ ୨ କୋଟି ଟଙ୍କା ଦେଲେ ଯାଇପାରିବେ ମହାକାଶ

ମହାକାଶ ଯାତ୍ରା ପାଇଁ ଆଉ ଏକ ସ୍ପେସ ସିପ ତିଆରି ହୋଇଯାଇଛି। ଚାନ୍ଦିର ରଙ୍ଗ ଏହି ମହାକାଶ ଯାନର ନାମ ଭିଏସଏସ ଇମାଜିନ ( vss imagine) ଅଟେ। ଏହି ଯାନକୁ ଶିଳ୍ପପତି ରିଚାର୍ଡ ବ୍ରନସୋନଙ୍କ କମ୍ପାନୀ ବର୍ଜିନ ଗାଲାକଟିକ ( Virgin Galactic) ତିଆରି କରିଛି। ସ୍ପେସଏକ୍ସ ର ଡ୍ରାଗନ କ୍ୟାପ୍ସୁଲ ପରେ ଏହା ୨ୟ କମ୍ପାନୀ ଅଟେ ଯିଏକି ଲୋକମାନଙ୍କୁ ମହାକାଶରେ ଯାତ୍ରା କରାଇବା ପାଇଁ ସ୍ପେସକ୍ରାଫ୍ଟ ତିଆରିକରିଛି।

ସବ-ଆର୍ବିଟାଲରେ ଯାତ୍ରା କରାଇବ:-

ବର୍ଜିନ ଗାଲାକଟିକ ଏହା ପୂର୍ବରୁ VSS Unity ତିଆରି କରିଥିଲା। ଭିଏସଏସ ଇମାଜିନ ଏବଂ ୟୁନିଟି ଦୁହେଁ ସବ-ଅର୍ବିଟାଲରେ ଲୋକମାନଙ୍କୁ ମାହାକାଶ ଯାତ୍ରା କରାଇବ। ନୂଆ ସ୍ପେସ ସିପ ଭିଏସଏସ ଇମାଜିନ ନେକ୍ସଟ ଜେନେରେସନ ସ୍ପେସସିପ ୩ ର ଲାଇନ ଅଟେ। ଏହା ମେଣ୍ଟେନ ଏବଂ ଫ୍ଲାଇଟର ଖ-ର୍ଚ୍ଚ କମ କରିବ।

vss imagine ର ବିଶେଷତା କଣ:-

vss imagine ସ୍ପେସସିପର ଏକ ବିଶେଷ କଥା ହେଉଛି ଏହାର ରଙ୍ଗ ସିଲଭର ଅ-ର୍ଥା-ତ ଚାନ୍ଦିର ରଙ୍ଗ ଅଟେ। ଏହାଦ୍ୱାରା ସ୍ପେସସିପର ଛାଇ ଏବଂ ଚମକ ଦୁଇଟି ପୃଥିବୀରୁ ଦେଖାଯାଇ ପାରିବ। ବର୍ଜିନ ଗ୍ରୁପର ମାଲିକ ରିଚାର୍ଡ ବ୍ରନସନ କହିଛନ୍ତି ଯେ, ଇମାଜିନ ଏକ ବହୁତ ଅତ୍ୟାଧୁନିକ ଏବଂ ସୁନ୍ଦର ସ୍ପେସସିପ ଅଟେ। ଆମେ ନିଜର ମାହାକାଶ ଯାନର ସଂଖ୍ୟା ବଢ଼ାଇ ଚାଲିଛୁ। ଆମର ଫ୍ଲିଟ ଅଟେ।

ରିଚାର୍ଡ ବ୍ରନସନ କଣ କହିଛନ୍ତି:-

ରିଚାର୍ଡ କହିଛନ୍ତି ଯେ, “ସମସ୍ତ ଆଚିଭମେଣ୍ଟ, କ୍ରିଏସନ ଏବଂ ବଦଳାଇବା ଆଇଡିଆ ଦ୍ୱାରା ଆରମ୍ଭ ହୋଇଥାଏ। ଏହା ସେହି ଲୋକମାନଙ୍କ ପାଇଁ ଯିଏ ମହାକାଶରେ ଯାତ୍ରା କରିବା ପାଇଁ ଇଚ୍ଛା କରୁଛି। ସେମାନେ ଆମ ପୃଥିବୀର ସୁନ୍ଦରତା ଦେଖିବାକୁ ଇଛା ରଖୁଛି। ସେମାନଙ୍କ ପାଇଁ ଏହି ଯାନ ବହୁତ ଭଲ ଅଟେ। ଏହି ଯାନ ସେହି ଲୋକମାନଙ୍କୁ ମାହାକାଶ ନେଯିବା ଏବଂ ସେଠାରୁ ପୃଥିବୀର ସୁନ୍ଦରତା ଦେଖିବାକୁ ମିଳିବ”।

vss unity କୁ ମିଳିଥିଲା ପୁରଷ୍କାର:-

vss unity ସ୍ପେସସିପ ୨ଟା ରହିଛି। ସ୍ପେସସିପ ୧ କୁ ପାୟନୀର ଆୱାର୍ଡ ମିଳିଥିଲା। ୨୦୦୪ ମସିହାରେ ଏହି ଡିଜାଇନ କୁ ଆନସାରୀ ଏକ୍ସ ପୁରଷ୍କାର ମିଳିଥିଲା। ଏହା ଏଥିପାଇଁ ଦିଆଯାଇଥିଲା କି, ସ୍ପେସସିପ-୧, ୨ ଜଣ ଲୋକଙ୍କୁ ମହାକାଶକୁ ନେଇ ସପ୍ତାହ ମଧ୍ୟରେ ଫେରିଆସିଥିଲା।

ସ୍ପେସସିପର ଯାତ୍ରା :-

ୟୁନିଟି ଏବଂ ଇମାଜିନ ୨ ଜଣ ପାଇଲଟ ଏବଂ ୬ ଜଣ ପାସେଞ୍ଜର ଵାଲା ଯାନ ଅଟେ। ଏହା ଏକ ବଡ଼ ବିମାନ ସହ ଆଟାଚ ହୋଇ ୫୦,୦୦୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ନେଇଯିବ। ଏହା ପରେ ଇମାଜିନକୁ ଯାତ୍ରା ନିଜେ କରିବାକୁ ପଡ଼େ। ଏହାପରେ ଏହି ସ୍ପେସ ସିଧା ସବ-ଅର୍ବିଟାଲକୁ ଚାଲିଯିବ। ବର୍ଜିନ ଗାଲାକଟିକ ଯାତ୍ରୀମାନେ ପୃଥିବୀର ଚାରିପଟ ବୁଲିବେ ନାହିଁ। ଏମାନେ କିଛି ସମୟ ପର୍ଯ୍ୟନ୍ତ କମ ଗୁରୁତ୍ବଆକର୍ଷଣର ଅନୁଭବ କରିବେ, ଏହା ସହ ପୃଥିବୀ ଘୁରିବା ପ୍ରକ୍ରିୟା ଦେଖିବେ। ଯାହା ପଛରେ ମହାକାଶର ଅନ୍ଧକାର ଦେଖିବାକୁ ମିଳିବ।

୬୦୦ ଲୋକ କରିସାରିଲେଣି ବୁକିଙ୍ଗ:-

ବର୍ଜିନ ଗାଲାକଟିକ ନିଜର ମାହାକାଶ ଯାତ୍ରା ପାଇଁ ଏପର୍ଯ୍ୟନ୍ତ ୬୦୦ ଲୋକଙ୍କର ବୁକିଙ୍ଗ କରିସାରିଛନ୍ତି। ପ୍ରତି ସିଟର ମୂଲ୍ୟ ୨.୫୦ ଲକ୍ଷ ୟୁଏସ ଡଲାର ଅଟେ। ଅର୍ଥାତ ୧.୮୩ କୋଟି ଟଙ୍କା ଅଟେ। ଯାତ୍ରାର ଆରମ୍ଭ ବର୍ଜିନ ଗାଲାକଟିକର ମୁଖ୍ୟ ଅଫିସ ନ୍ୟୁ ମେକ୍ସିକୋର ସ୍ପେସପୋର୍ଟ ଆମେରିକା ଠାରେ ହେବ। ୟୁନିଟିର ସମସ୍ତ ପରୀକ୍ଷଣ ଉଡ଼ାଇବା ପାଖାପାଖି ଏବଂ ସମ୍ପୂର୍ଣ୍ଣ ସାରିଯାଇଛି। ଏହାର ଏକ ସବ-ଅର୍ବିଟାଲ ମିଶନ ବାକି ରହିଛି। ଏହି ମିଶନ ମେ ମାସ ହେବାର ସମ୍ଭାବନା ରହିଛି।

ପ୍ରଥମ ପ୍ରୟାସରେ ତ୍ରୁଟି:-

ୟୁନିଟିର ପୂର୍ବ ଉଡାଣ ଡିସେମ୍ବର ୨୦୨୦ ରେ କରିବାର ଥିଲା। କିନ୍ତୁ ଏକ କମ୍ପ୍ୟୁଟରର ଗଡ଼ବଡ଼ ହେବ କାରଣରୁ ତାହା ବ-ନ୍ଦ କରିଦିଆ ଯାଇଥିଲା। ପାଇଲଟ ସିଜେ ସ୍ଟରକାଓ ଓ ଡେବ ମେକ ସ୍ପେସକ୍ରାଫ୍ଟକୁ ସଫଳତା ପୂର୍ବକ ସ୍ପେସପୋର୍ଟ ଆମେରିକାରେ ଓହ୍ଲାଇ ଦେଇଥିଲେ। ଇମାଜିନ ସ୍ପେସକ୍ରାଫ୍ଟ ଲ୍ୟାଣ୍ଡ ଟେଷ୍ଟ ଗରମରେ କୌଣସି ସମୟରେ ଆରମ୍ଭ ହୋଇପାରେ।

ନୂଆ ଏକ ସ୍ପେସସିପ ତିଆରି କରାଯାଉଛି:-

ବର୍ଜିନ ଗାଲାକଟିକର ସବ୍ସଡିୟରୀ କମ୍ପାନୀ ଦ ସ୍ପେସସିପ କମ୍ପାନୀ କାର୍ଲିଫର୍ନିଆର ମୋଜାବେ ଅବସ୍ଥିତ ପ୍ଲାଣ୍ଟର ୩ୟ ସ୍ପେସକ୍ରାଫ୍ଟ ତିଆରି କରାଚାଲିଛି। ଏହାର ନାମ ସ୍ପେସସିପ-୩ ଦିଆଯିବ। ଏହାର ଅଫିସିଆଲ ନାମ vss inspire ହେବ। ବର୍ଜିନ ଗାଲାକଟିକ ବ୍ୟତୀତ ଅନ୍ୟ କମ୍ପାନୀ ମହାକାଶରେ ଯାତ୍ରା କରିବା ପାଇଁ ରହିଛି। ଯେପରି ଜେଫ ବେଜୋସଙ୍କ ବ୍ଲୁ ଅରିଜିନ କମ୍ପାନୀ ରହିଛି। ଏହା ରାକେଟ କ୍ୟାପ୍ସୁଲ ତିଆରି କରୁଛି। ଏହାର ନାମ ନ୍ୟୁ ସେପାର୍ଡ (New Shepard) ର ଏକ ଡର୍ଜନ କ୍ରୁ ଟେ-ଷ୍ଟ ଫ୍ଲାଇଟ ହେବାର ବାକି ରହିଛି।

Leave a Reply

Your email address will not be published. Required fields are marked *