ସ୍ୱପ୍ନରେ ଭଗବାନଙ୍କୁ ଦେଖିବାର ଅର୍ଥ ? କିଛି ଖାସ ହୋଇଥାଏ

ବନ୍ଧୁଗଣ ସ୍ୱପ୍ନରେ ଇଶ୍ଵରଙ୍କର ସାକ୍ଷାତ ଦର୍ଶନ ହେଲେ ମନୁଷ୍ୟକୁ କଣ ଲାଭ ପ୍ରାପ୍ତ ହୋଇଥାଏ। ଏବଂ ମନୁଷ୍ୟକୁ ଏପରି ସ୍ୱପ୍ନ ଆସିବା ପରେ କଣ କରିବା ଉଚିତ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ବନ୍ଧୁଗଣ କୁହାଯାଏକି ଆମର ସ୍ୱପ୍ନର ମାଧ୍ୟମରେ ଆମେ ଆମର ମନର ଛୁପା ହୋଇଥିବା ଇଚ୍ଛାକୁ ଦେଖିଥାଉ।

ଆମେ କେଉଁ ପ୍ରକାରର ସ୍ୱପ୍ନ ଦେଖନ୍ତି ଏହା ଆମର ହାତରେ ନଥାଏ। ଆମକୁ କୌଣସି ପ୍ରକାରର ସ୍ୱପ୍ନ ଆସିପାରେ। କେବେ କେବେ ଆମର ସ୍ୱପ୍ନ ବିଲକୁଲ ହିଁ ନିରର୍ଥକ ହୋଇଥାଏ। ତ କେବେ କେବେ ଆମର ସ୍ୱପ୍ନରେ ଇଶ୍ଵରିୟ ସନ୍ଦେଶ ବା ସଂକେତ ଆସିଥାଏ। ଆମର ପ୍ରାଚୀନ ଗ୍ରନ୍ଥ ଏବଂ ପୁରାଣରେ ବି ସ୍ୱପ୍ନକୁ ବହୁତ ମହତ୍ତ୍ୱପୂର୍ଣ ମାନାଯାଇଥାଏ। ଏବଂ ସ୍ୱପ୍ନରେ ଅଲଗା ଅଲଗା ଜିନିଷ ଦେଖିବାର ମଧ୍ୟ ଅଲଗା ଅଲଗା ଅର୍ଥ ଜଣାଯାଇଛି।

ରୁକ ବେଦ ଏବଂ ଅର୍ଥବ ବେଦରେ ବି ସ୍ୱପ୍ନ ଦେଖିବା ଏବଂ ଏହାର ଆମ ଜୀବନ ଉପରେ କଣ ପ୍ରଭାବ ପଡ଼ିଥାଏ ତାହା ସବୁ ଦର୍ଶା ଯାଇଛି। ଆଜିକା ସମୟରେ ସ୍ୱପ୍ନକୁ ଗୋଟେ ଭ୍ରମ ବା ମାୟା ମାନାଯାଇଥାଏ। ଆଉ ଗୋଟେ ପଟେ ସ୍ୱପ୍ନକୁ ଇଶ୍ଵରଙ୍କ ତରଫରୁ ଦିଆଯାଉଥିବା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ମାନ ବିଷୟରେ ପୂର୍ଵ ସୁଚନା ମାନାଯାଇଥାଏ। ଆମେ ପ୍ରାୟ ସଙ୍କଟ ସମୟରେ ହିଁ ଇଶ୍ଵରଙ୍କୁ ମନେ ପକାଇ ଥାଉ। ମନ୍ଦିରରେ ଇଶ୍ଵରଙ୍କ ଦର୍ଶନ ତ ବହୁତ ସହଜରେ ହୋଇ ଯାଇଥାଏ। କିନ୍ତୁ ଯାହା ହେଲେବି ମଣିଷର ଏହି କାମନା ହୋଇଥାଏ କି ଖାସ କେବେ ଇଶ୍ଵରଙ୍କ ସାକ୍ଷାତ ଦର୍ଶନ ହୋଇଯାଉ। ଯାହାକି ବହୁତ କଠିନ କାମ ହୋଇଥାଏ।

ଆପଣ ଏହା ଅନୁଭବ କରିଥିବେ ଯେ ଆମର ସ୍ୱପ୍ନରେ ଘର, ଗଛ ଲତା, ମଣିଷ, ପଶୁ ପକ୍ଷୀ, ମନ୍ଦିରର ଦର୍ଶନ ହୋଇଯାଇଥାଏ। କିନ୍ତୁ ମନ୍ଦିରରେ ବିରାଜମାନ ଇଶ୍ଵରଙ୍କର ଦର୍ଶନ ହୋଇ ପାରିନଥାଏ। ସ୍ୱପ୍ନରେ ଆମେ ମନ୍ଦିର ଦେଖିଥାଉ। ଏହା ସହିତ ଜଡ଼ିତ ଅନେକ ବସ୍ତୁକୁ ମଧ୍ୟ ଦେଖିଥାଉ। ମନ୍ଦିରରେ କେତେ ପ୍ରକାରର ଲୋକମାନଙ୍କୁ ବି ଦେଖିଥାଉ। କିନ୍ତୁ ଆମକୁ ଇଶ୍ଵର ହିଁ ଦେଖା ଦେଇନଥାନ୍ତି। କାହିଁକିନା ଇଶ୍ଵରଙ୍କୁ ଦେଖିବା ଏତେବି ସହଜ ନୁହେଁ। ସଚ୍ଚା ଶ୍ରଦ୍ଧା ଏବଂ ଭକ୍ତି ଦ୍ବାରା ଇଶ୍ଵର ତ ପ୍ରସନ୍ନ ହୋଇଥାନ୍ତି। ପରନ୍ତୁ ଦର୍ଶନ ଦିଅନ୍ତି ନାହିଁ। ଭଗବାନଙ୍କର ଦର୍ଶନ ପାଇଁ ପୂର୍ବ କାଳରେ ବହୁ ପ୍ରକାରର ଜପ,ତପ, ଉପବାସ ଏବଂ ତପସ୍ୟା ଆଦି କରୁଥିଲେ।

ମହାଭାରତ,ରାମାୟଣ ଏବଂ ଅନ୍ୟ ପ୍ରାଚୀନ ଗ୍ରନ୍ଥରେ ବି କେତେ ଥର ଏହି ତପସ୍ୟାର ଉଲ୍ଲେଖ ଅଛି। ଯାହା ଦ୍ବାରା ଭଗବାନଙ୍କର ସାକ୍ଷାତ ଦର୍ଶନ ପ୍ରାପ୍ତ କରିବା। ତଥା ତାଙ୍କୁ ପ୍ରସନ୍ନ କରିବାର ବରଦାନ ପ୍ରାପ୍ତ ଦିଆଯାଇଥାଏ। ଯାହାକୁ ସାକ୍ଷାତକାର କୁହାଯାଇଥାଏ। କିନ୍ତୁ ଏହି ତପସ୍ୟା କୌଣସି ସାମାନ୍ୟ ତପସ୍ୟା ହୋଇ ନଥାଏ। ଯାହାକୁ କେହିବି ସାମାନ୍ୟ ବ୍ୟକ୍ତି କରିପାରିବ। ବରଂ ଏହା ବର୍ଷ ବର୍ଷ ଧରି ଚାଲୁଥିବା କୋଠର ତପସ୍ୟା ହୋଇଥାଏ। ଯାହାକୁ ସମସ୍ତେ କରିପାରୁନଥିଲେ। କୌଣସି ବିଶେଷ ଅଦ୍ଭୁତ ଶକ୍ତି ଥିବା ବ୍ୟକ୍ତି ହିଁ ଏହି ତପସ୍ୟାକୁ କରିବାରେ ସକ୍ଷମ ହୋଇ ପାରୁଥିଲେ।

କିନ୍ତୁ ଆଜିର ଏହି କଳିଯୁଗରେ ମନୁଷ୍ୟ ସାଧାରଣ ପ୍ରୟାସରେ ହିଁ ଇଶ୍ଵରଙ୍କ ଦର୍ଶନ କରି ପାରିବ। ଇଶ୍ଵର ଆମର ସ୍ୱପ୍ନରେ ଆସିବା ଏବଂ ଆମକୁ ସାକ୍ଷାତ ଦର୍ଶନ ଦେବା ଏହା ଆମର ସମସ୍ତଙ୍କର ଇଛା ହୋଇଥାଏ। ପରନ୍ତୁ ଏହା କେବଳ ପୁଣ୍ୟବାନ ଲୋକ ମାନଙ୍କ ପାଇଁ ସମ୍ଭବ ହୋଇଥାଏ। ଏହି କଳିଯୁଗରେ ଭଗବାନଙ୍କର ସାକ୍ଷାତ ଦର୍ଶନ ହେବା ଏହା ସମ୍ଭବ ଅଟେ। ଏଥି ପାଇଁ ଆପଣଙ୍କୁ ପ୍ରତିଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଇଶ୍ଵରଙ୍କର ଧ୍ୟାନ କରିବା ଉଚିତ। ଇଶ୍ଵରଙ୍କର ସ୍ୱରୂପରେ ହିଁ କଳ୍ପନା କରିବା ଉଚିତ। ଏବଂ ସର୍ବଦା ପ୍ରରଣାଶିଳ ରହିବା ଉଚିତ। ଏହା ଦ୍ବାରା ଦିନେ ନାଁ ଦିନେ ଆପଣଙ୍କୁ ଇଶ୍ଵରଙ୍କର ସାକ୍ଷାତକାର ହୋଇପାରେ।

ସ୍ୱପ୍ନରେ ଯଦି ଆମକୁ କୂଳଦେବୀ ବା କୂଳ ଦେବତାଙ୍କର ଦର୍ଶନ ହୋଇଯାଏ ତ ଏହା ଆମ ପାଇଁ ବହୁତ ବଡ଼ ସୌଭାଗ୍ୟର କଥା ହୋଇଥାଏ। ଏହା ଦ୍ବାରା ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଏବଂ ଐଶର୍ଯ୍ୟ ପ୍ରାପ୍ତ ହୋଇଥାଏ। ଧ୍ୟାନ ରଖିବେ ଭଗବାନ ଆମର ସବୁବେଳେ ପରୀକ୍ଷାରେ ନେଇଥାନ୍ତି। ସେ ଆମକୁ ପଛେ ଦର୍ଶନ ନଦିଅନ୍ତୁ କିନ୍ତୁ ଆମ ସହିତ ସର୍ବଦା ରହିଥାନ୍ତି। ଭଗବାନ ଘରର ବଡ଼ ଗୁରୁଜନ ମାନଙ୍କ ଭୋଳି ହୋଇଥାନ୍ତି। ଯେମିତି ଭୁଲ କରିବ ଦ୍ବାରା ଆମ ଘରର ବଡ଼ ଲୋକମାନେ ଆମକୁ ଅଟକାଇ ଥାନ୍ତି ବା ବୁଝେଇ ଥାନ୍ତି ଏବଂ ବହୁତ ଜିଦ କଲେ ମାଡ଼ ମାରି ଆମକୁ ଶାସନ କରିଥାନ୍ତି ଠିକ ସେହି ପ୍ରକାର ଇଶ୍ଵର ବି ଆମକୁ ସେହି ରାସ୍ତା ଦେଖେଇ ଥାନ୍ତି ଏବଂ ସମୟ ଆସିଲା ମାତ୍ରେ ଆମର ପରୀକ୍ଷା ନେଇଥାନ୍ତି।

ଯଦି ଆପଣଙ୍କୁ କୌଣସି ବି ଇଶ୍ଵରଙ୍କର ଦର୍ଶନ ହୋଇଯାଏ ତ ଅଲଗା ଅଲଗା ଭଗବାନଙ୍କର ଦର୍ଶନ ହେବା ଅଲଗା ଅଲଗା ସଂକେତ ମିଳିଥାଏ। ବହୁ ଦିନରୁ ଚାଲି ଆସୁଥିବା ଆପଣଙ୍କର ସମସ୍ୟା ଗୁଡ଼ିକର ସମାଧାନ ବି ଇଶ୍ଵରଙ୍କର ଦର୍ଶନ କରିବା ଦ୍ବାରା ହୋଇଯାଇଥାଏ। ଯେମିତି ଯଦି ଆପଣଙ୍କୁ ସ୍ୱପ୍ନରେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଏହି ଦୁଇଜଣଙ୍କ ମଧ୍ୟରୁ କେହି ଜଣେ ବି ଦେଖା ଦିଅନ୍ତି ତ ନିଶ୍ଚିତ ଏହା ଆପଣଙ୍କୁ ଧନ ଲାଭର ସୁଚନା ମିଳିଥାଏ। ଏବଂ ଯଦି ଦୁଇଜଣ ସାଥିରେ ଦେଖା ଦିଅନ୍ତି ତ ଆପଣଙ୍କର ବୈବାହିକ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ। ସେହି ପ୍ରକାରରେ ମା ସ୍ୱରସତୀଙ୍କର ଦର୍ଶନ ହେଲେ ବିଦ୍ୟା ଏବଂ ଚାକିରିର ଯୋଗ ବନିଥାଏ।

ସ୍ୱପ୍ନରେ ଯଦି ମାତାଙ୍କର କୌଣସି ରୂପର ଦର୍ଶନ ହୋଇଯାଏ ତାହେଲେ ଆମ ଜୀବନରେ ଶକ୍ତିର ସଂଚାର ହୋଇଥାଏ। ଯଦି ସ୍ୱପ୍ନରେ ଭଗବାନ ଶ୍ରୀକୃଷ୍ଣ ଙ୍କର ଦର୍ଶନ ହୋଇଯାଏ ତ ସେହି ବ୍ୟକ୍ତି ଜୀବନରେ ବହୁତ ଉନ୍ନତି କରିଥାଏ। ସେ ସଂସାରରେ ମାନ ସମ୍ମାନ ଏବଂ କୀର୍ତି ପାଇଥାଏ। ଯଦି ଭଗବାନ ହନୁମାନଙ୍କର ଦର୍ଶନ ହୋଇଯାଏ ତ ବ୍ୟକ୍ତି ଶତୃ ମାନଙ୍କ ଠାରୁ ବିଜୟୀ ପ୍ରାପ୍ତ କରିଥାଏ। ଏବଂ ଦେବାଧି ଦେବ ମହାଦେବଙ୍କର ଦର୍ଶନ ହୋଇଯାଏ ତେବେ ବ୍ୟକ୍ତି ସବୁ ପ୍ରକାରର ରୋଗରୁ ମୁକ୍ତି ପାଇଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ଯଦି କେବେ ସ୍ୱପ୍ନରେ କୌଣସି ଦେବୀ କିମ୍ଭା ଦେବତାଙ୍କୁ ଦେଖିଛନ୍ତି ତାହାଲେ ଆମକୁ ତଳେ କମେନ୍ଟ ରେ ଜଣାନ୍ତୁ କେଉଁ ଭଗବାନଙ୍କ ଦର୍ଶନ ସ୍ୱପ୍ନରେ କରିଛନ୍ତି |

Leave a Reply

Your email address will not be published. Required fields are marked *