ବାସ୍ତବରେ ସୁଟିଂ ସମୟରେ କ’ଣ ହୋଇଥିଲା, ଯେତେବେଳେ ଅନୁଷ୍କା ମାରିବାକୁ ଚାହୁଁଥିଲେ ରଣବୀରଙ୍କୁ ଚାପୁଡ଼ା, ଜାଣନ୍ତୁ ପୂରା ସତ୍ୟ।

ମୁମ୍ବାଇ: ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ନିଜର ବହୁତ ଭଲ ଅଭିନୟ ଏବଂ ଉତ୍ସାହୀ ନଜର ପାଇଁ ଜଣା ଯାଇଥାନ୍ତି।ସେ କେତେ ସିନେମା ଯେମିତି ଏକ୍ସନ, କମେଡି ସହିତ ରୋମାଣ୍ଟିକ ସିନେମା ବି କରି ସାରିଛନ୍ତି। ଅନୁଷ୍କା ଶର୍ମାଙ୍କର ଆଜି ପର୍ଯ୍ୟନ୍ତ ତାଙ୍କ କୋ-ଷ୍ଟାରଙ୍କର ସହିତ ହୋଇଥିବା କୈାଣସି ପ୍ରକାରର ବିବାଦର ଖବର ସାମ୍ନାକୁ ଆସିନାହିଁ, କିନ୍ତୁ କପିଳ ଶର୍ମାଙ୍କ ଶୋରେ ଅନୁଷ୍କା ଏହି କଥାର ଅର୍ଥ ବାହାର କରିଥିଲେ।ସେ ରାଗରେ ରଣବୀର କପୂରଙ୍କୁ ମାରିବା ପର୍ଯ୍ୟନ୍ତ କଥା କହିଥିଲେ।

ବାସ୍ତବରେ ହୋଇଥିଲା କିଛି ଏମିତି ଅନୁଷ୍କା The Kapil Sharma Showର ୫୪ତର ଏପିଶୋଡରେ ଯାଇଥିଲେ। ଯେଉଁଠାରେ କପିଳ ଅନୁଷ୍କାଙ୍କୁ ପଚାରିଥିଲେ କି ଆପଣ ଗୋଟିଏ କଥା କୁହନ୍ତୁ କେବେକେବେ ଆପଣ ମାନେ ହିଲ ଷ୍ଟେସନରେ ସୁଟିଂ କରିଥାନ୍ତି। ଯେଉଁଠାରେ ବହୁତ ଥଣ୍ଡା ହୋଇଥାଏ ଏବଂ ଅଭିନେତ୍ରୀଙ୍କୁ ସୀଫନ ଶାଢ଼ୀ ପିନ୍ଧିବାକୁ କୁହାଯାଇଥାଏ, କିନ୍ତୁ ପୁଅ ମାନଙ୍କୁ କେବେବି ଏମିତି କୁହାଯାଇ ନଥାଏ ଖାଲି ପ୍ୟାଣ୍ଟ ପିନ୍ଧିକରି ଆସ। ତେବେ ଝିଅ ମାନଙ୍କ ସହିତ ଏତେ ଅନ୍ୟାୟ କଣ ପାଇଁ?ବାସ ଏହା ଶୁଣିବା ମାତ୍ରେ ହିଁ ଜଣା ପଡିଥିଲା କି କପିଳ ଅନୁଷ୍କାଙ୍କ ହୃଦୟର କଥା କହି ଦେଇଥିଲେ। ଅନୁଷ୍କା କହିଥିଲେ କି ହଁ ଏହା ବହୁତ ଖରାପ କଥା ଅଟେ ମୁଁ ଅନ୍ୟ ସୁଟିଂ ସମୟରେ ଦେଖିଥିଲି କି ଅଭିନେତ୍ରୀମାନେ ସୁନ୍ଦର ଶାଢ଼ୀ ପିନ୍ଧି ବହୁତ ସୁନ୍ଦର ଦେଖା ଯାଉଥାନ୍ତି, କିନ୍ତୁ ଏହା ଦେଖି ଲାଗିଥାଏ କି କେମିତି କରୁଛନ୍ତି ଏମାନେ ?

ଅନୁଷ୍କା ପୁଣି କହିଥିଲେ କି ସେଠାରେ ସେହି ଲୋକମାନଙ୍କୁ ଦେଖିଥାଉ ଯେଉଁମାନେ ପିନ୍ଧିଥାନ୍ତି ସୁଟ,ସ୍ବେଟର, ଜ୍ୟାକେଟ। ଯେତେବେଳେ ଅଭିନେତ୍ରୀ ଅଭିନେତାଙ୍କୁ ଧରିଥାନ୍ତି ତ ଲାଗିଥାଏ ଯେମିତି ଏମାନେ ଗରମ ପାଇଁ କରୁଥାଇ ପାରନ୍ତି। ଏହାକୁ ଦେଖିବା ପରେ ଲାଗିଥାଏ କି ଏମିତି କରିବା ଆବଶ୍ୟକ। ଏ ଦିଲ ହେ ମୁସକିଲର ସୁଟିଂ ସମୟରେ ମୋତେ ଏମିତି କରିବାର ସୁଯୋଗ ପରିଶେଷରେ ମିଳେ ଯାଇଥିଲା।ଆମର ସୁଟିଂ ଅଷ୍ଟ୍ରିଆରେ ହେଉଥିଲା।ଆମେ ଏକ ବରଫ ଅଞ୍ଚଳରେ ସୁଟିଂ କରୁଥିଲୁ। ମୁଁ ସିଫନ ଶାଢ଼ୀ ପିନ୍ଧିଥିଲି।

ସେହି ସମୟରେ ମୁଁ ବହୁତ ଡରି ଯାଇଥିଲି କି ମୋତେ ଯେମିତି ବେମାର ହେଇ ନଯାଉ,ମୋ ଦେହ ଖରାପ ହୋଇ ନଯାଉ, କିନ୍ତୁ ଏହା ପରେ ବି ମୁଁ ମୋ ମନକୁ ବୁଝାଉଥିଲି କି ସବୁ ଠିକଠାକ ଅଛି, ମୁଁ ଠିକ ଅଛି, କିଛି ବି ଥଣ୍ଡା ହେଉନାହିଁ, କିନ୍ତୁ ଏମିତି କିଛି ବି ହୋଇନଥିଲା କାରଣ ଥଣ୍ଡା ଯେତେ-ଯେତେ ବଢୁଥିଲା ମୋର ଆତ୍ମବିଶ୍ବାସ ସେତେ-ସେତେ କମିବାକୁ ଲାଗିଥିଲା।

ଅନୁଷ୍କା ପୁଣି କହିଥିଲେ କି ଆଉ ଏହି ଭାଇସାହେବ (ରଣବୀର) ସେ ଜ୍ୟାକେଟ, ଜୋତା,ଗ୍ଳୋବ୍ସ ସବୁକିଛି ପିନ୍ଧିଥିଲେ। କେବଳ ଏତିକି ନୁହେଁ ସେ କାନକୁ ବି ଘୋଡାଇ ରଖିଥିଲେ। ଏହାପରେ ବି ସେ ଆସି କହିଥିଲେ କି ଆଜି ବହୁତ ଅଧିକ ଥଣ୍ଡା ହେଉଛି ୟାର। ଏହି କଥା ଶୁଣିବା ପରେ ଏତେ ରାଗ ଲାଗିଥିଲା କି ମୋ ଶରୀର ଏହି କଥାରେ ହିଁ ଗରମ ହୋଇଯାଇଥିଲା। ମୋତେ ଲାଗିଥିଲା କି ମୁଁ ବୋଧହୁଏ ତାଙ୍କୁ ମାରିଦେବି। ଏହା ପରେ ରଣବୀର କହିଥିଲେ କି ପାଜୀ ଏହାତ ଶୋଶିଆଲ ସର୍ବିସ ଥିଲା। ମୁଁ ତ ଭାବିଚିନ୍ତି କି କ‌ହିଥିଲି ଯାହାକୁ ଅନୁଷ୍କା ଶୁଣି ରାଗିଯିବେ ଏବଂ ବହୁତ ଗରମ ହୋଇଯିବେ।

Leave a Reply

Your email address will not be published. Required fields are marked *