ଯେତେବେଳେ ଅକ୍ଷୟ କୁମାରଙ୍କ ଶାଶୁ କର୍ଜରେ ବୁଡି ରହିଥିଲେ ସେତେବେଳେ ଅମିତାଭଙ୍କ ପାଖରେ କିଛି ରାସ୍ତା ଛାଡି ନ ଥିଲେ ବିଗ ବି ଏପର୍ଯ୍ୟନ୍ତ ଭୁଲି ନାହଁନ୍ତି ଡିମ୍ପଲଙ୍କ ସେହି ବ୍ୟବହାର

ମୁମ୍ବାଇ: ଅମିତାଭ ବଚ୍ଚନ ବର୍ତ୍ତମାନ ସଫଳତାର ଦୁନିଆରେ ଅଛନ୍ତି। କିନ୍ତୁ ଏମିତି ଏକ ଦିନ ଥିଲା ଯେତେବେଳେ ଅମିତାଭ ବହୁତ କର୍ଜରେ ବୁଡି ରହିଥିଲେ। ଏହି ଘଟଣା ସେବେର ଯେବେ ୧୯୯୬ ରେ ବିଗ ବି ‘ ଅମିତାଭ ବଚ୍ଚନ କରପୋରେଶନ ଲିମିଟେଡ ‘ ର ଆରମ୍ଭ କରିଥିଲେ ଏବଂ ଭାରି ଅନିୟମିତତା ପାଇଁ ତାଙ୍କ କମ୍ପାନୀ ଘାଟା ପଡିଗଲା। ଏହି ସମୟରେ ସେ ଫିଲ୍ମ ‘ କାମିୟାବ ‘ ଫିଲ୍ମ ବନେଇଥିଲେ କିନ୍ତୁ ଏହା ସଫଳ ପାଇପାରି ନଥିଲା। ଏମିତି ଖରାପ ପରିସ୍ଥିତିରେ ଅମିତାଭ ଯାହା ଯେମିତି କରି କରି ନିଜକୁ ସମ୍ଭାଳୁ ଥିଲେ। କିନ୍ତୁ ସବୁବେଳେ ସେ ଯାହାଙ୍କ ଠାରୁ କର୍ଜ ଆଣିଥିଲେ ସେହି ଲୋକ ତାଙ୍କ ପାଖରେ ଆସି ଧାଡି କରି ଛିଡା ହୋଇଯାଉଥିଲେ। ଏହି ଅସୁବିଧାର ସମୟରେ ଅକ୍ଷୟ କୁମାରଙ୍କ ଶାଶୁ ବା ଡିମ୍ପଲ କପାଡିଆ ମଧ୍ୟ ତାଙ୍କୁ ବହୁତ ହଇରାଣ କରି ଦେଇଥିଲେ।

ବାସ୍ତବରେ ପ୍ରଥମରୁ କର୍ଜରେ ବୁଡି ରହିଥିବା ଅମିତାଭଙ୍କର ସେତେବେଳେ ସମସ୍ୟା ବଢି ଯାଇଥିଲା ଯେତେବେଳେ ବିଗ ବି ଯାହାକୁ ନିଜର ଭାବାଲେ ସେହି ହିଁ ତାଙ୍କୁ ହଇରାଣ କରିବା ଆରମ୍ଭ କରିଦେଲେ। ଏମାନଙ୍କ ମଧ୍ୟରୁ ଜଣେ ଥିଲେ ଡିମ୍ପଲ କପାଡିଆ।

ଡିମ୍ପଲ କପାଡିଆ ଅମିତାଭଙ୍କ ପରିସ୍ଥିତି ନବୁଝି ବଂର ତାଙ୍କୁ ପଇସା ପାଇଁ ହଇରାଣ କରିବା ଆରମ୍ଭ କରି ଦେଇଥିଲେ। ଏହାପାଇଁ ଡିମ୍ପଲ କେତେଥର ଫୋନ କରିଥିଲେ ଏବଂ ତାଙ୍କ ସେକ୍ରେଟେରିଙ୍କୁ ମଧ୍ୟ ପଇସା ଆଣିବା ପାଇଁ ମଧ୍ୟ କେତେଥର ଅମିତାଭଙ୍କ ଘରକୁ ପଠାଇ ଥିଲେ।

ଖରାପ ପରିସ୍ଥିତି ଏବଂ କରଜର ସମସ୍ୟାକୁ ନ ବୁଝି ଡିମ୍ପଲ ତାଙ୍କୁ ବାରମ୍ବାର ଫୋନ କରିବା ଏବଂ ତାଙ୍କ ଘରକୁ ତାଙ୍କ କର୍ମଚାରୀ ମାନଙ୍କୁ ପଠାଇ ପଇସା ମାଗିବା ଅମିତାଭଙ୍କୁ ବହୁତ ଖରାପ ଲାଗୁଥିଲା। କିନ୍ତୁ ଅମିତାଭଙ୍କ ଚାଲୁଥିବା ସମୟ ଧିରେ ଧିରେ ସୁଧୁରିବାକୁ ଲାଗିଲା ଏବଂ କିଛି ବର୍ଷ ପରେ ତାଙ୍କର ଏହି ସ୍ଥିତି ବଦଳି ଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଅମିତାଭ ଡିମ୍ପଲଙ୍କର ସେହି ବ୍ୟବହାର ଭୁଲି ପାରି ନାହଁନ୍ତି।

୨୦୧୩ରେ ଅମିତାଭ ଏକ ଇନ୍ଟ୍ରବ୍ୟୁରେ କହିଥିଲେକି ମୁଁ କେବେବି ଭୁଲି ପାରିବି ନାହିଁ କେମିତି କର୍ଜ ଦେଇଥିବା ଲୋକ ମୋ ଘର ଆଗରେ ଆସି ଗାଳି ଦେବା ସହିତ ଧମକ ଦେଇ ପଇସା ମାଗୁଥିଲେ। ଏହାଠାରୁ ଏହା ବହୁତ ଖରାପ ଥିଲା କି ସେମାନେ ପଇସା ବଦଳରେ ଆମ ଘରର କାଗଜ ପତ୍ର ମାଗୁଥିଲେ। ଏହା ମୋର ୪୪ ବର୍ଷ ବୟସର ସବୁଠାରୁ ଖରାପ ସମୟ ଥିଲା। ଏହା ମତେ ବସି ଭାବିବାକୁ ବାଧ୍ୟ କରିଦେଇଥିଲା।

ଅମିତାଭଙ୍କ ଖରାପ ସମୟରେ ୟଶ ଚୋପରା ତାଙ୍କୁ ବହୁତ ସାହାର୍ଯ୍ୟ କରିଥିଲେ। ଅମିତାଭଙ୍କ ଅନୁସାରେ ମୁଁ ଘରର ପଛ ବାଟ ଦେଇ ୟଶଙ୍କ ପାଖକୁ ଯାଇ ତାଙ୍କୁ କାମ ଦେବାକୁ ମିନତୀ କରିଥିଲି ଏବଂ ସେ ମତେ ‘ ମହୋବତେ ‘ ରେ ସାଇନ କରିଥିଲେ। ଏହି ଫିଲ୍ମ ଅମିତାଭଙ୍କୁ ବୁଡି ବାରୁ ବଞ୍ଚେଇ ଥିଲା।

ମହୋବତେ ସୁପରହିଟ ହେବା ପରେ ବିଗ ବି ଙ୍କ ପାଖରେ ଯେମିତି ଫିଲ୍ମର ଲାଇନ ଲାଗି ଯାଇଥିଲା। ଗତ ୨୦ ବର୍ଷରେ ଅମିତାଭ ଏକ ରିସ୍ତା, କଭି ଖୁସି କଭି ଗମ, ଆଁଖେ, ହମ କିସିସେ କମ ନେହିଁ, କାଣ୍ଟେ, ବାଗବାନ, ଖାକି, ବିର ଜାରା, ବ୍ଲୈକ, ବଣ୍ଟି ଔର ବବଲୀ, ସରକାର, କଭି ଅଲବିଦା ନା କେହେନା, ଚିନି କମ, ସରକାର ରାଜା, ପା, ଆରକ୍ଷଣ, ସତ୍ୟାଗ୍ରହ, ପୀକୁ, ପିଙ୍କ, 120 ନଟ ଆଉଟ, ଗୁଲାବୋ ସିତାବୋ ପରି ହିଟ ଫିଲ୍ମରେ କାମ କରିଛନ୍ତି।

ଆସୁଥିବା ଫିଲ୍ମ କଥା କହିବାକୁ ଗଲେ ଅମିତାଭଙ୍କୁ ବ୍ରହ୍ମାଅସ୍ତ୍ର ଏବଂ ବଟରଫ୍ଲ୍ୟାୟ ଫିଲ୍ମରେ ଦେଖିବାକୁ ମିଳିବ। ରଣବୀର କାପୁର , ଆଲିଆ ଭଟ୍ଟ ଏବଂ ଅମିତାଭ ବଚ୍ଚନଙ୍କ ଫିଲ୍ମ ବ୍ରହ୍ମାଅସ୍ତ୍ର ଆସନ୍ତା ବର୍ଷ ରିଲିଜ ହେବାର ଆଶା ଅଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *