ଅମିତାଭ ୨୨ଟି ସିନେମାରେ ନିଜ ନାମ ‘ବିଜୟ’ ରଖିଥିଲେ, ଜାଣନ୍ତୁ ଏହା ପଛର କାରଣ

ବଲିଉଡ ମହାନାୟକ ଅମିତାଭ ବଚ୍ଚନ (amitabh bachchan) ସିନେମା ଇଣ୍ଡଷ୍ଟ୍ରିରେ ୫୨ବର୍ଷର ଯାତ୍ରା ପୂର୍ଣ୍ଣ କରି ସାରିଛନ୍ତି। ଏକ ଟୁଇଟରେ ଏହି କଥାର ସୂଚନା ଦେବା ସମୟରେ ସେ ଲେଖିଥିଲେ ‘ଆଜିର ଦିନରେ ହିଁ ସିନେମା ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲି।୧୫ଫେବୃଆରୀ,୧୯୬୯…୫୨ବର୍ଷ ଅଭିଜ୍ଞତା।’

ଅମିତାଭ ସିନେମା ଜଗତରେ ୫୨ବର୍ଷ ପୂରା କରିବାର ଖୁସିରେ ଆଜି ଆମେ ଆପଣଙ୍କୁ ତାଙ୍କ ସିନେମା ସହିତ ଜଡିତ ଏକ କୌତୁହଳ ପୂର୍ଣ୍ଣ କଥା ଜଣାଇବାକୁ ଯାଉଛୁ। ଯଦି ଆପଣ ଲକ୍ଷ କରିଥିବେ ତାହେଲେ ଅମିତାଭଙ୍କର ୨୨ଟି ସିନେମାରେ “ବିଜୟ’ ନାମ ଥିଲା। ଏହା ମଧ୍ୟରେ କେବେ କଣ ଆପଣ ଚିନ୍ତା କରିଛନ୍ତି କି ତାଙ୍କର ଅଧିକାଂଶ ସିନେମାରେ ବିଜୟ ନାମ କଣ ପାଇଁ ହୋଇଛି? ଆସନ୍ତୁ ଜାଣିବା।

ଜଂଜୀର, ରୋଟୀ କପଡ଼ା ଔର ମକାନ, ହେରା-ଫେରୀ, ତ୍ରିଶୂଳ, ଡନ,ଦ ଗ୍ରେଟ ଗୈମ୍ବଲର, କାଲା ପତ୍ଥର, ଦୋ ଔର ଦୋ ପାଞ୍ଚ, ଦୋସ୍ତାନା, ଶାନ, ଶକ୍ତି, ଆଖିରୀ ରାସ୍ତା, ଅକେଲା, ଆଖେଂ, ରଣ, ଶହଂଶାହ, ଅଗ୍ନିପଥ ଇତ୍ୟାଦି କିଛି ଏମିତି ୨୨ଟି ସିନେମା ଥିଲା। ଯେଉଁଥିରେ ଅମିତାଭଙ୍କ ଚରିତ୍ରର ନାମ ‘ବିଜୟ’ ଥିଲା। ତାଙ୍କର ଆରମ୍ଭ ‘ଜଂଜୀର’ ସିନେମାରୁ ହୋଇଥିଲା। ଏହି ସିନେମା ବକ୍ସ ଅଫିସରେ ସୁପରହିଟ ହୋଇଥିଲା।

ହେଲେ ଜଂଜୀର ପୂର୍ବରୁ ଅମିତାଭ ଲଗାତର ୧୨ଟି ଫ୍ଲପ ସିନେମା ଦେଇଥିଲେ। ଏତେ ଫ୍ଲପ ସିନେମା ମିଳିବା ପରେ ସେ ନିରାଶ ହୋଇଯାଇଥିଲେ। ପୁଣି ପ୍ରକାଶ ମେହରା ତାଙ୍କୁ ନିଜ ‘ଜଂଜୀର’ ଅଫର କରିଥିଲେ। ଏହି ସିନେମାକୁ ପ୍ରଥମେ କୈାଣସି ବଡ କଳାକାର ଆଡେଇ ଦେଇଥିଲେ କିନ୍ତୁ ଅମିତାଭ ଏହା ପାଇଁ ରାଜି ହୋଇଥିଲେ। ଏକ ଇଣ୍ଟରବ୍ୟୁରେ ପ୍ରକାଶ ମେହରା କହିଥିଲେ କି କେମିତି ଅମିତାଭ ସୁଟିଂ ସମୟରେ ଡରି ଯାଉଥିଲେ। ସେ ଏତେ ଅଧିକ ଚିନ୍ତାରେ ଥିଲେ କି ଗୋଟିଏ ଶଟ ଦେବାପରେ କୋଣକୁ ଯାଇ କୋକୋ କୋଲା ପିଇବାକୁ ଲାଗୁଥିଲେ।’

ଅମିତାଭ ଏହି ସିନେମାରେ ନିଜର ଶହେ ପ୍ରତିଶତ ଅଭିନୟ ଦେଇଥିଲେ। ସେହି କାରଣରୁ ଏହି ସିନେମାଟି ପ୍ରସିଦ୍ଧ ଅର୍ଜନ କରି ପାରିଥିଲା। ଜଂଜୀରରେ ଅମିତାଭଙ୍କ ନାମ ବିଜୟ ଥିଲା। ଅମିତାଭ ବଚ୍ଚନଙ୍କ ଉପରେ ଅନେକ ବହି ଲେଖି ସାରିଥିବା ପ୍ରସିଦ୍ଧ ଲେଖକ ଭାବନା ସୌମାୟା କହିଥିଲେ କି ସିନେମା ଇଣ୍ଡଷ୍ଟ୍ରିରେ ଗୋଟିଏ ଥର କୌଣସି ନାମରେ ସିନେମା ତାରକାଙ୍କର ସିନେମା ହିଟ ହୋଇଯିବ ତାହେଲେ ବାରବାର ସେହି ନାମକୁ ବ୍ୟବହାର କରିବାର ପ୍ରଥା ରହିଛି।

ସେ ଜାବେଦ ଅଖ୍ତରଙ୍କୁ ଅମିତାଭଙ୍କ ସବୁ ସିନେମାରେ ‘ବିଜୟ’ ନାମ ରଖିବାର କାରଣ ପଚାରିଥିଲେ ତ ସେ କହିଥିଲେ ‘ଅମିତାଭ ପ୍ରତ୍ୟେକ କଥା ଉପରେ ବିଜୟ ପାଉଥିଲେ’ ବୋଧହୁଏ ଏଥିପାଇଁ ତାଙ୍କର ଅଧିକାଂଶ ସିନେମାରେ ଚରିତ୍ରର ନାମ ବିଜୟ ରହୁଥିଲା।’

ଅମିତାଭ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୫ରୁ ଅଧିକ ସିନେମାରେ କାମ କରି ସାରିଛନ୍ତି। ସେ ୧୨ଟି ସିନେମାରେ ଡବଲ ରୋଲ ପ୍ଲେ କରିଛନ୍ତି।ସେ ମହାନ ସିନେମାରେ ତ ଟ୍ରିପଲ ରୋଲ ମଧ୍ୟ କରିଥିଲେ। ୧୯୬୯ରେ ଆସିଥିବା ‘ସାତ ହିନ୍ଦୁସ୍ଥାନୀ’ ଅମିତାଭଙ୍କର ଡେବ୍ୟୁ ସିନେମା ଥିଲା। ଏହି ସିନେମାରେ ତାଙ୍କ ଅଭିନୟ ଦେଖି ମହମୁଦ ତାଙ୍କୁ ଆହୁରି ତିନୋଟି ସିନେମା ଅଫର କରିଥିଲେ। ଏଥିପାଇଁ ତାଙ୍କୁ ୫୦୦୦, ୭୦୦୦ ଏବଂ ୧୦,୦୦୦ ପାରିଶ୍ରମିକ ଦିଆଯାଇଥିଲା।

ସିନେମାରେ ଆସିବା ପୂର୍ବରୁ ଅମିତାଭ କୋଲକାତାରେ ରେଡ଼ିଓ ଆନାଉଂସନର ଏବଂ ଗୋଟିଏ ସପିଙ୍ଗ କଂପାନୀର କାର୍ଯ୍ୟନିର୍ବାହୀ ଥିଲେ। ଯେଉଁଠାରୁ ତାଙ୍କୁ ୮୦୦ଟଙ୍କା ମାସକୁ ମିଳୁଥିଲା। ୭୮ବର୍ଷୀୟ ଅମିତାଭଙ୍କର ଆଗାମୀ ସିନେମା ଝୁଣ୍ଡ, ଚେହରେ, ବ୍ରହ୍ମାସ୍ତ୍ର, ତେରା ୟାର ହୁଂ ମେ, ଆଖେଂ2, ମଇଡେ ଅଟେ।

Leave a Reply

Your email address will not be published. Required fields are marked *