ତେବେ କ’ଣ ଏହି କାରଣରୁ ଅକ୍ଷୟଙ୍କ ଫିଲ୍ମର ନାମ ‘ଲକ୍ଷ୍ମୀ ବମ’ ରଖିବାକୁ ପଡ଼ିଲା, ଡାଇରେକ୍ଟର ଏହା ପଛର ମଜାଦାର କାହାଣୀ କହିଲେ

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ’କୁ ନେଇ ଲୋକମାନେ ବହୁତ ରାଗିଛନ୍ତି । ବିଶେଷ କରି ଫିଲ୍ମର ଟାଇଟଲ ଏବଂ ଏହାର ବେକଗ୍ରାଉଣ୍ଡରେ ହିନ୍ଦୁ ଦେବୀ ଦେବତାଙ୍କ ଚିତ୍ରକୁ ନେଇ ଲୋକମାନଙ୍କ ମଧ୍ୟରେ ବହୁତ କ୍ରୋଧ ରହିଛି । ସୋସିଆଲ ମିଡିଆରେ ଲୋକମାନେ ଏହି ଫିଲ୍ମକୁ ନେଇ ବହୁତ ଖରାପ କମ୍ମେଟ ଦେଇଛନ୍ତି । ଅନେକ ବିବାଦ ମଧ୍ୟରେ ଡାଇରେକ୍ଟର ରାଘବ ଲରେନ୍ସ ଏହାର ନାମ ପଛରେ ଥିବା କାହାଣୀକୁ ପ୍ରକାଶ କରିଛନ୍ତି । ରାଘବଙ୍କ କହିବା ଅନୁସାରେ ଏହା ପୂର୍ବରୁ ସେ ଏହି ଫିଲ୍ମର ଟାଇଟଲ ତାମିଲ ସଂସ୍କରଣ ପରି ‘କାଞ୍ଚନା’ ରଖିବାକୁ ଚାହୁଁଥିଲେ । କିନ୍ତୁ ପରେ ଏହାକୁ ‘ଲକ୍ଷ୍ମୀ ବମ’ ରେ ପରିବର୍ତ୍ତନ କରାଯାଇଥିଲା । କାହିଁକି ଫିଲ୍ମର ନାମ ରଖାଯାଇଥିଲା ‘ଲକ୍ଷ୍ମୀ ବମ’ ।

ଏକ ଇଣ୍ଟରଭିୟୁ ସମୟରେ ରାଘବ ଲରେନ୍ସ କହିଛନ୍ତି ଆମର ତାମିଲ ଫିଲ୍ମର ନାମ ‘କାଞ୍ଚନା’ ରଖାଯାଇଥିଲା ଯାହାର ଅର୍ଥ ହେଉଛି ସୁନା । ଏହା ଲକ୍ଷ୍ମୀଙ୍କର ଏକ ରୂପ ଅଟେ । ଆରମ୍ଭରେ ମୁଁ ହିନ୍ଦୀ ରିମେକର ନାମ ମଧ୍ୟ କାଞ୍ଚନା ରଖିବାକୁ ଚାହୁଁଥିଲି । କିନ୍ତୁ ପରେ କିଛି ଅନ୍ୟ ଲୋକଙ୍କ ସହମତିରେ ଏହା ସ୍ଥିର କରାଗଲା ଏହାର ନାମ ହିନ୍ଦୀ ଦର୍ଶକଙ୍କ ଅନୁଯାୟୀ ହେବା ଉଚିତ । ପରେ ଆମେ ନିଷ୍ପତି ନେଲୁ ଲକ୍ଷ୍ମୀଠାରୁ ଭଲ କ’ଣ ହୋଇପାରେ ।

ଇଣ୍ଟରଭିୟୁରେ ରାଘବ ଏହା ମଧ୍ୟ କହିଛନ୍ତି ଶେଷରେ ସେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ କାହାଣୀ ଉପରେ କାହିଁକି ଗୁରୁତ୍ଵ ଦେଇଥିଲେ । ତାଙ୍କ କହିବାନୁସାରେ ମୁଁ ଏକ ଟ୍ରଷ୍ଟ ଚଳାଉଛି ଏବଂ କିଛି ଟ୍ରାନ୍ସଜେଣ୍ଡର ମୋର ଏହି ଟ୍ରଷ୍ଟକୁ ସାହାଯ୍ୟ କରିଛନ୍ତି । ଯେତେବେଳେ ମୁଁ ସେମାନଙ୍କ କାହାଣୀ ଶୁଣିଲି ତେବେ ମୁଁ ନିଜର ଫିଲ୍ମରେ ଲକ୍ଷ୍ମୀଙ୍କ ଚରିତ୍ର ମାଧ୍ୟମରେ ସେମାନଙ୍କ କାହାଣୀକୁ ସମସ୍ତଙ୍କୁ ଶୁଣାଇବା ପାଇଁ ଚାହୁଁଥିଲି ।

ରାଘବଙ୍କ କହିବା ଅନୁସାରେ ଏହି ଫିଲ୍ମ (କାଞ୍ଚନା) ବହୁତ ଭଲ ପ୍ରଦର୍ଶନ କରାଯାଇଛି । ସେଥିପାଇଁ ଆମେ ଏହାକୁ (ହିନ୍ଦୀ ରିମେକ) ‘ଲକ୍ଷ୍ମୀ ବମ’ ନାମ ଦେଇଥିଲୁ । ଯେପରି ଲକ୍ଷ୍ମୀ ବମ ଧମାକାକୁ ଭୁଲି ହେବ ନାହିଁ ସେହିଭଳି ମୁଖ୍ୟ ଚରିତ୍ର ଟ୍ରାନ୍ସଜେଣ୍ଡର ଲକ୍ଷ୍ମୀ ଶକ୍ତିଶାଳୀ ଅଟେ । ସେଥିପାଇଁ ଫିଲ୍ମ ପାଇଁ ଏହି ନାମ ଭଲ ଅଟେ ।

କହି ଦେଉଛୁ ଫିଲ୍ମରେ ଅକ୍ଷୟ କୁମାର ଆସିଫ ନାମକ ଜଣେ ବ୍ୟକ୍ତି ଭୂମିକାରେ ଅଭିନୟ କରିଛନ୍ତି ଯିଏ ହିନ୍ଦୁ ଝିଅ ପ୍ରିୟା (କ୍ୟାରା ଆଡଭାନୀ) କୁ ବିବାହ କରନ୍ତି । ଏହା ପ୍ରକାଶ ହେବା ପରେ ଫିଲ୍ମରେ ପ୍ରେମ-ଜିହାଦକୁ ବଢାବା ଦେଉଛି ବୋଲି ଆରୋପ ଲାଗୁଛି । ଏହା ସହିତ ଫିଲ୍ମର ନାମ ଦେବୀ ଲକ୍ଷ୍ମୀଙ୍କୁ ଅପମାନ କରୁଛି ବୋଲି ଆରୋପ ଲଗାଯାଉଛି ।

ସୋସିଆଲ ମିଡିଆ ଫିଲ୍ମର ବାଇକାଟକୁ ନେଇ କ୍ୟାପେନ ଚଲାଉଛି । ଜଣେ ବ୍ୟକ୍ତି ଟ୍ୱିଟ କରି ଲେଖିଛନ୍ତି, ମତେ ବିଶ୍ୱାସ ହେଉ ନାହିଁ ଅକ୍ଷୟ କୁମାର ମଧ୍ୟ ବଲିଉଡର ଯୋକର ରେ ସାମିଲ ଅଛନ୍ତି । ମୁଁ ଭାବୁଥିଲି କି ସେ ଅନ୍ୟମାନଙ୍କ ଠାରୁ ଅଲଗା । ବର୍ତ୍ତମାନ ପ୍ରେମ ଜିହାଦକୁ ପ୍ରୋତ୍ସାହିତ କରୁଛନ୍ତି । ଦୟାକରି #BoycottLaxmiBomb, #ShameOnAkshayKumar ରିଟ୍ୱିଟ କରନ୍ତୁ।

ଜଣେ ୟୁଜର କହିଲେ – ଅକ୍ଷୟ ଆମେ ଆପଣଙ୍କ ସହିତ ଥିଲୁ । କିନ୍ତୁ ଆମ ପାଇଁ ଦେଶ ଏବଂ ଧର୍ମ ପ୍ରଥମେ ଅଟେ । ନେତା ଓ ଅଭିନେତା ଏହା ପରେ । ଆମେ ଲଜ୍ଜିତ ଅଛୁ ଆପଣ ଭାରତ ବିରୋଧରେ କୋର୍ଟକୁ ଯାଇଛନ୍ତି ଏବଂ ଏପରି ଫିଲ୍ମରେ ଅଭିନୟ କରୁଛନ୍ତି ଯାହା ପ୍ରେମ ଜିହାଦକୁ ପ୍ରୋତ୍ସାହିତ କରୁଛି ।

କହି ଦେଉଛୁ ଫିଲ୍ମର ଟ୍ରେଲର ୯ ଅକ୍ଟୋବରରେ ରିଲିଜ ହୋଇଥିଲା । ଅକ୍ଷୟ କୁମାର ଏହାକୁ ସେୟାର କରି ଲେଖିଛନ୍ତି, ଯେଉଁଠାରେ ଥାଆନ୍ତୁ, ସେହିଠାରେ ରହିଯାନ୍ତୁ, ଏବଂ ପ୍ରସ୍ତୁତ ହୋଇଯାନ୍ତୁ ଦେଖିବା ପାଇଁ ଲକ୍ଷ୍ମୀ ବମ ଟ୍ରେଲର, କାରଣ ବର୍ଷରେ ଆସୁଛି ଲକ୍ଷ୍ମୀ ।

ପ୍ରଥମେ ଏହି ଫିଲ୍ମ ୨୨ ମେ ୨୦୨୦ ରେ ସିନେମାଘରରେ ରିଲିଜ ହେବାର ଥିଲା । କିନ୍ତୁ କରୋନା ମହାମାରୀ କାରଣରୁ ଚାଲିଥିବା ଲକଡାଉନ ହେତୁ ଏହାକୁ ଆଗକୁ ବଢାଇ ଦିଆଯାଇଥିଲା ।ବର୍ତ୍ତମାନ ଏହି ଫିଲ୍ମ ୯ ନଭେମ୍ବରରେ OTT ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ପ୍ରସାରିତ ହେବ ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *