ପପ ମ୍ୟୁଜିକର ମହାରଥୀ ବାପ୍ପୀ ଲହରୀ କାହିଁକି ପିନ୍ଧନ୍ତି ଏତେ ସୁନା ? ଜାଣନ୍ତୁ ଏହାର ଖାସ କାରଣ

ବଲିଉଡ ମିଉଜିକର ସିଙ୍ଗର ଏବଂ କମ୍ପୋଜର ବାପ୍ପୀ ଲହରୀ ବଲିଉଡ୍ ରେ ବହୁତ ଲମ୍ବା ସମୟ ପାଇଁ ଖେଳିଛନ୍ତି। ୫୦୦ରୁ ଅଧିକ ଗୀତ କଂପୋଜ କରିଥିବା ବାପ୍ପୀ ଲ‌ହରୀ ନିଜ ପାଇଁ କିମ୍ବଦନ୍ତୀ ର ପଦକ ହାସିଲ କରି ନିଇଛନ୍ତି।

ପପ ମ୍ୟୁଜିକକୁ ବଲିଉଡରେ ଏକ ସ୍ଵତନ୍ତ୍ର ଯାଗା ବନାଇବାର ଶ୍ରେୟ ବି ବାପ୍ପୀ ଲ‌ହରୀଙ୍କୁ ଦିଆଯାଇଥିଲା। ୮୦ ଦଶକରେ ତାଙ୍କ ଗୀତର ହେଉ, ଅଥବା ଏବେ ଗାଇଥିବା କୈାଣସି ଗୀତ ହେଉ, ତାଙ୍କର ନୂଆ ଶୈଳୀକୁ ସବୁବେଳେ ପସନ୍ଦ କରାଯାଇଥାଏ।

କିନ୍ତୁ ବାପ୍ପୀ ଲହରୀ କେବଳ ଗୀତ ପାଇଁ ପ୍ରସିଦ୍ଧ ନୁହଁନ୍ତି। ବରଂ ସେ ତାଙ୍କ ଶରୀରରେ ବହୁତ ସାରା ସୁନା ପିନ୍ଧିବାର ସୋଉକ ବି ରହିଥାଏ।ବାପ୍ପୀ ବଲିଉଡ ଜଗତରେ ଏକ ଏମିତି ସିଙ୍ଗର ଅଟନ୍ତି ଯିଏ ଏତେ ‌ସୁନା ପିନ୍ଧି ଚାଲୁଛନ୍ତି।

ଏବେ ଫ୍ୟାନ୍ସ୍ ଙ୍କୁ ତ ତାଙ୍କୁ ଏମିତି ରୂପରେ ଦେଖିବାର ଅଭ୍ୟାସ ହୋଇଗଲାଣି, କିନ୍ତୁ ପୁଣି ଏହି ପ୍ରଶ୍ନ ଆସୁଛି କି କାହିଁକି ସେ ଏମିତି କରନ୍ତି। କଣ ପାଇଁ ବାପ୍ପୀ ଲହରୀଙ୍କୁ ସୁନା ଏତେ ଅଧିକା ପସନ୍ଦ ଆସେ ?

ନିଜେ ବାପ୍ପୀ ଲହରୀ ଏକ ଇଣ୍ଟରବ୍ୟୁ ରେ ଏହି କଥାରୁ ପର୍ଦା ଉଠାଇ ଦେଇଥିଲେ।ସେ ଏକ ହଲିଉଡ କଳାକାରଙ୍କ ଯୋଗୁଁ ସୁନା ପିନ୍ଧିବା ଆରମ୍ଭ କରିଦେଇଥିଲେ। ଏହାକୁ ନେଇ ସେ ଏକ କାହାଣୀ ସମସ୍ତଙ୍କ ସାଥିରେ ଶେୟାର କରିଥିଲେ।

ବାପ୍ପୀ କହିଥିଲେ ମୋତେ ହଲିଉଡ କଳାକାର ଏଲବିସ ପ୍ରେଲ୍ସୀ ବହୁତ ପସନ୍ଦ ଥିଲେ। ମୁଁ ଦେଖିଥିଲି କି ସେ ସବୁବେଳେ ଏକ ସୁନାର ଚେନ୍ ପିନ୍ଧୁଥିଲେ। ମୋତେ ତାଙ୍କର ସେହି ରୂପ ବହୁତ ପ୍ରଭାବିତ କରିଥିଲା।

ଏବେ ଏହି ପର୍ଯ୍ୟନ୍ତ ଠିକ୍ ଥିଲା,ଏଲିବିସ ପ୍ରେଲ୍ସୀଙ୍କୁ ଦେଖି ବାପ୍ପୀ ଭାବିଥିଲେ କି ସେ ଏମିତି ପିନ୍ଧିବେ ଏବଂ ବହୁତ ସଫଳ ହୋଇ ରହିବେ। ସେହି ସମୟରେ ସଫଳ ହେବା ପଛରେ ବି ତାଙ୍କର ଅଲଗା କାରଣ ଥିଲା। ସେ ସେତିକି ସୁନା ପିନ୍ଧିବାକୁ ଚାହୁଁଥିଲେ ଯେତିକି ତାଙ୍କ କ୍ୟାରିୟର ରେ ସଫଳ ହୋଇ ପାରିବେ। ସେ ସୁନାକୁ ତାଙ୍କ ପାଇଁ ବହୁତ ଶୁଭ ବୋଲି ଭାବନ୍ତି। ତାଛଡା ପ୍ରଶ୍ନ ଏହା ବି ଆସେକି ବାପ୍ପୀ କେତେ କିଲୋ‌ ସୁନା ପିନ୍ଧି ଚାଲନ୍ତି ? ଯେତେବେଳେ ସିଙ୍ଗର ୨୦୧୪ର ଖୋଜିବାରେ ଖେଳୁଥିଲେ, ସେତେବେଳେ ସେ ଏହି ବିଷୟରେ ଖବର ଦେଇଥିଲେ। ସେହି ଖବର ମୁତାବକ ବାପ୍ପୀଙ୍କ ପାଖରେ ୭୫୪ ଗ୍ରାମ ସୁନା ଏବଂ ୪.୬୨ ଗ୍ରାମ ଚାନ୍ଦି ଅଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *