କୂଅ ଗୋଲାକାର ହେବା ପଛର କାରଣ ଜାଣନ୍ତି କି? ଏହି ସବୁ କାରଣ ପାଇଁ କୂଅ ଗୋଲ ହୋଇଥାଏ

ଗାଁ ମାନଙ୍କରେ କିଛି ବର୍ଷ ପୂର୍ବେ ପିଇବା ପାଣିର ଏକମାତ୍ର ଉତ୍ସ ଭାବେ କୂଅକୁ ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ ପାଇପିଲାଇନ ପାଣି ଆସିବା ସହ, ମାଳମାଳ ନଳକୂପ ତିଆରି ହେବା କାରଣରୁ କୂଅର ବ୍ୟବହର କମିବାରେ ଲାଗିଛି। ସହର ମାନଙ୍କରେ କୂଅର ଚିହ୍ନ ବର୍ଣ୍ଣ ନଥିବା ବେଳେ ଗାଁ ଗୁଡିକରେ ଏବେ କୂଅଗୁଡିକ ଅପରିପକ୍ବ ଅବସ୍ଥାରେ ପଡିରହିଥିବାର ଦେଖିବାକୁ ମିଳୁଛି। ସେହିଭଳି ଗାଁ ହେଇକି ସହର ଏଠାରେ ରହିଥିବା କୂଅ ଗୁଡ଼ିକର ପାଣିର ସ୍ବାଦ ଭିନ୍ନ ହୋଇଥିଲେ ହେଁ ସେମାନଙ୍କ ଆକୃତି ସମ୍ମାନ ହୋଇଥାଏ। ସାଧାରଣ ଭାବେ ଆମ ଦେଶରେ କୂଅଗୁଡିକ ଗୋଲାକାର ହୋଇଥାଏ। ତେବେ ଆପଣ କେବେ ଚିନ୍ତା କରିଛନ୍ତି କି କୂଅର ଆକୃତି କାହିଁକି ଗୋଲାକାର ହୋଇଥାଏ? ଯଦି ନାହିଁ ତେବେ ଆଜି ଆମେ ଆପଣଙ୍କୁ ସେ ବିଷୟରେ କିଛି ତଥ୍ୟ ଜଣାଉଛୁ।

କୂଅ ଗୋଲ ହେବା ପଛର କାରଣ :-

କୂଅର ଆକାର ଗୋଲାକାର ହେବା ପଛରେ ଅନେକ ବୈଜ୍ଞାନିକ କାରଣ ରହିଛି। ଏହାର ମୁଖ୍ୟ କାରଣ ହେଉଛି ଯେ ଯେତେବେଳେ ବି କୂଅ ଭିତରେ ଥିବା ଜଳ ସ୍ତର ବଢିଥାଏ ତାହା ସେହି ବୃତ୍ତରେ ଘୂର୍ଣ୍ଣନ କରି ରହିଯାଏ। ଅନେକ ସମୟରେ ମାଟିତଳୁ ବାହାରୁଥିବା ଜଳ ସ୍ରୋତର ପାଣି ଘୁରି ଘୁରି ଉପରକୁ ଆସିଥାଏ ହେଲେ କୂଅ ଗୋଲାକାର ହୋଇଥିବାରୁ ତାହା ଉଛୁଳିବା ସମ୍ଭବ ହୋଇନଥାଏ। କିନ୍ତୁ ଯଦି ଏହା ବର୍ଗାକାର ହୋଇଥାନ୍ତା ତେବେ, ଏହା ତଳ ପର୍ଶ୍ୱାକୁ ଦୁର୍ବଳ କରି ପକାଇଥାନ୍ତି। କୂଅ ଗୋଲେଇ ହେବା ଦ୍ବାରା ପାଣି ତାହାର କାନ୍ଥକୁ ଧ-କ୍କା ଦେଇ ବାହାରକୁ ଆସି ପାରେ ନାହିଁ ଓ ଜଳ ଘୂର୍ଣ୍ଣନ କାରଣରୁ ସୃଷ୍ଟି ହେଉଥିବା ପ୍ରବଳ ପ୍ରବାହରେ କାନ୍ଥ ଭାଙ୍ଗିବାର ଆଶଙ୍କା ବହୁତ କମ୍ ରହିଥାଏ।

ଜଳ ସଂରକ୍ଷଣ କରିବାକୁ ସୁବିଧାଜନକ:-

ଏହାସହ କୂଅ ଖୋଳିବା ସମୟରେ ଗୋଲାକାର ଆକାରରେ ଖୋଳିବା ସହଜ ହୋଇଥାଏ। କେବଳ ସେତିକି ନୁହେଁ ଜଳ ସଂରକ୍ଷଣ କରିବା ସମୟରେ, ଗୋଲାକାର ଆକୃତି ମଜଭୁତି ପ୍ରଦାନ କରିଥାଏ ଓ କୂଅ ଭୁସୁଡ଼ିବାର ଆଶଙ୍କା ବହୁତ କମ ରହିଥାଏ। ଯଦି କୂଅଟି ବର୍ଗାକାର ଭାବେ ଖୋଳା ହୁଏ ତେବେ ପାଣିର ଚାପ ଚାରିପାଖରୁ ବଢିବା ସହ କାନ୍ଥ ଦୁର୍ବଳ କରି ଭୁସୁଡ଼ିବାର ଭ-ୟ ରହିବ। କେବଳ ସେତିକି ନୁହେଁ, ଗୋଲାକାର ହେତୁ କୂଅ ବହୁ ବର୍ଷ ପର୍ଯ୍ୟନ୍ତ ରହିଥାଏ ଧଶେ ନାହିଁ। ହେଲେ ଯଦି କୂଅଟି ବର୍ଗାକାର ହୋଇଥାନ୍ତା ତେବେ ତାହାର ନିହାତି ଚାରୋଟି କାନ୍ଥ ରହିବ ଏବଂ ଯଦି ସେଥିରୁ କୌଣସି ଗୋଟିଏର କିଛି ଅଂଶ ଖସିଯାଏ, ତେବେ ସମଗ୍ର କୂଅ ନ-ଷ୍ଟ ହେବାର ଆଶଙ୍କା ଅଧିକ ରହିଥାନ୍ତା। ଏହାସହ ଗୋଲାକାର କୂଅ ଅଧିକ ଚାପକୁ ସହ୍ୟ କରିବାକୁ ସକ୍ଷମ ହୋଇଥାଏ। ଏଥିରେ ପାଣି କାଢିବା ସହଜ ହୋଇଥାଏ। ଏହାସହ କୂଅ ପାଣିକୁ ପିଇବା ପାଣି ଭାବରେ ବ୍ୟବହାର କରାଯାଉଥିବାରୁ ଏହାକୁ ଗୋଲାକାର କରିବା ଦ୍ୱାରା ଗଭୀର ପର୍ଯ୍ୟନ୍ତ ଖୋଳିବା ସମ୍ଭବ ହୋଇଥାଏ ଓ ବାହାରର ଅଳିଆ ତା ଭିତରେ ପଡ଼ି ଅପରିଷ୍କାର ହେବାର ସମ୍ଭାବନା କମ ରହିଥାଏ। ଅନ୍ୟ ପକ୍ଷରେ କୂଅ ଗୋଲାକାର ହେବା କାରଣରୁ ପାଣିର ତାପମାତ୍ରା ସନ୍ତୁଳନ ରହିଥାଏ।

Leave a Reply

Your email address will not be published. Required fields are marked *