ପ୍ରେମ ବିବାହର ୧୦ ମାସ ପରେ ପତ୍ନୀ ଅନ୍ୟ ଜଣେ ବ୍ୟକ୍ତି ଙ୍କ ସହ ବିବାହ କଲେ। ଭିଡ଼ିଓ ଦେଖିକି ପତିଙ୍କ ହୋଶ ଉଡ଼ିଗଲା।

ଉତ୍ତରପ୍ରଦେଶର କାନପୁର ର ଯୁବକଙ୍କୁ ପ୍ରେମରେ ବଡ ଧୋକା ମିଳିଲା। ପୋଲିସ ପାଖରେ ଯୁବକ ଜଣକ ପହଞ୍ଚି କହିଥିଲେ କି ପ୍ରେମ ବିବାହକୁ ୧୦ ମାସ ହୋଇନାହିଁ କଣ ହେଲା ଯେ ସେ ଏବେ ମୋ ସାଙ୍ଗେ ରହିବାକୁ ପ୍ରସ୍ତୁତ ନୁହେଁ। ପତ୍ନୀ ନିଜ ମାଆଙ୍କ ଘରକୁ ସାଙ୍ଗରେ ଗହଣା ଓ ଟଙ୍କା ନେଇ ଚାଲି ଯାଇଥିଲେ। ବର୍ତ୍ତମାନ ସେ ଏବେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ବିବାହ କରିଛି। ଏହି ଖବର ପତି ଦ୍ୱିତୀୟ ବିବାହ କରୁଥିବା ପତ୍ନୀଙ୍କ ଭିଡ଼ିଓ ସାମ୍ନାକୁ ଆସିବା ପରେ ଜାଣି ପାରିଥିଲେ। ପୀଡିତ ଯୁବକ ଏହି ଭିଡ଼ିଓକୁ ନେଇ ପୋଲିସ ପାଖରେ ପହଁଞ୍ଚି ଥିଲା। ବର୍ତ୍ତମାନ ପୋଲିସ ଏହାର ଯାଞ୍ଚ କରୁଛି।

କାନପୁରର ବାବୁପୁରୱା ନିବାସୀ ଅମିତ ଶର୍ମା କହିଛନ୍ତି ଯେ ଗୋବିନ୍ଦ ନାଗର କଚି ବସ୍ତି ରେ ରହୁଥିବା ରୁଚି ଭର୍ମାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଛି। ଦୁଇ ଜଣ ୪ ଜୁନ ଆର୍ଯ୍ୟ ସମାଜରେ ଘର ଲୋକଙ୍କ ସମ୍ମତିରେ ବିବାହ କରିଥିଲେ। କରୋନା ସମୟରେ ଏହି ବାହାଘର ହୋଇଥିବାରୁ ତେଣୁ ଘରୁ କେବଳ ୫ ଜଣ ସଦସ୍ୟ ଉପସ୍ଥିତ ଥିଲେ। ଆର୍ଯ୍ୟ ସମାଜରେ ହୋଇଥିବା ଦୁହେଁ ବିବାହ କରିଥିବାର ପ୍ରମାଣ ପତ୍ର ମଧ୍ୟ ରହିଛି।

ଅମିତ କହିଛନ୍ତି କି ପ୍ରେମ ବିବାହ ପରେ ସେ ଦୁଇ ଜଣ ଖୁସିରେ ଜୀବନ ଅତିବାହିତ କରୁଥିଲେ। ବାହାଘର ସମ୍ପନ ହେବାର ୪ ମାସ ପରେ ୨୩ ସେପ୍ଟେମ୍ବର କୁ ପତ୍ନୀଙ୍କ ମାଆ ତାଙ୍କ ଘରକୁ ଆସିଥିଲେ। ସେ କହିଥିଲେ କି ପରିବାରରେ କାହାର ବାହାଘର ଅଛି। ଏହି ବାହାନାରେ ସେ ରୁଚିଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ରୁଚି ଗଲା ବେଳେ ସାଙ୍ଗରେ ୫୦ ହଜାର ଟଙ୍କା ଓ ଗହଣା ନେଇ ଯାଇଥିଲା।

ବାପ ଘର ଗଲା ପରେ ରୁଚି କୁ ଯେତେବେଳେ ପତି ଅମିତ କାଲ୍ କରିଥିଲେ ସେତେବେଳେ ତାଙ୍କର ଫୋନ ବନ୍ଦ ଆସୁଥିଲା। ସେ ଯେତେବେଳେ ପତ୍ନୀକୁ ସାଙ୍ଗରେ ଘରକୁ ଆଣିବା ପାଇଁ ପହଁଚିଲା ସେତେବେଳେ ପତ୍ନୀ ତାଙ୍କୁ ମନା କରିଦେଇଥିଲା। ସେ ବହୁତ ଥର ବୁଝେଇବାକୁ ଚେଷ୍ଟା କଲା କିନ୍ତୁ ରୁଚି ଘରକୁ ଯିବା ପାଇଁ ପ୍ରସ୍ତୁତ ହିଁ ନଥିଲା। ଏହା ପରେ ସେ ମାମଲାକୁ ତନାଘନା କରିବା ଆରମ୍ଭ କରିଦେଲା। ଯାହା ଆଶ୍ଚଯ୍ୟ କରିଦେଲା ଭଳି ସତ କଥା ସାମ୍ନାକୁ ଆସିଥିଲା।

ତିନି ଦିନ ପୂର୍ବରୁ ଅମିତି ସୂଚନା ପାଇଁ ଥିଲେ କି, ବିନା ଛାଡପତ୍ରରେ ରୁଚି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ବିବାହ କରି ସାରିଛି। ପ୍ରଥମେ ତାଙ୍କୁ ବିଶ୍ୱାସ ହୋଇ ନଥିଲା। କିନ୍ତୁ ଯେତେବେଳେ ସେ ସମସ୍ତ ତଥ୍ୟ ଏକାଠି କରି ରତନଲାଲ ନଗରରେ ଥିବା ଆର୍ଯ୍ୟ ସମାଜରେ ପହଁଞ୍ଚିବା ପରେ, ପତ୍ନୀଙ୍କ ଦ୍ୱିତୀୟ ବିବାହର ଭିଡ଼ିଓ ମିଳିଥିଲା। ଏହି ଭିଡ଼ିଓ ଦେଖିବା ପରେ ପତିଙ୍କ ହୋସ ଉଡି ଯାଇଥିଲା।

ପୀଡିତ ପତି ପୋଲିସକୁ କହିଥିଲେ କି ପତ୍ନୀ ୨ ଜୁଲାଇ ୨୦୨୧ ରେ ଦ୍ୱିତୀୟ ବିବାହ କରିଥିଲେ। ସେ ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କ ଉପରେ ଧୋକା ଦେଇଥିବା ଆରୋପ ଲଗାଇଛନ୍ତି। ଅମିତ ଙ୍କ କହିବା ଅନୁସାରେ ପତ୍ନୀ ଏ ପର୍ଯ୍ୟନ୍ତ ତିନି ଜଣଙ୍କୁ ବିବାହ କରି ସାରିଛନ୍ତି।

ଏହି ଘଟଣାକୁ ନେଇ ବାବୁପୁରୱା ପୋଲିସ କହିଛି କି ଏହି ମାମଲାର ଯାଞ୍ଚ କରାଯାଉଛି। ଆଠ ମାସ ପୂର୍ବରୁ ପତି ଓ ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗିଥିଲା ଓ ଯାହାର ବୁଝାମଣା ଥାନାରେ ହୋଇଥିଲା। ମହିଳା ଜଣକ ତାଙ୍କ ମାଆ ସହ ଚାଲି ଯାଇଥିଲେ। ଏବେ ପତି ଛାଡପତ୍ର ନ ଦେଇ ବିବାହ କରିବା ଓ ଘରୁ ଟଙ୍କା ନେଇ ଚାଲି ଯିବା ବିଷୟକୁ ନେଇ ପତ୍ନୀ ଙ୍କ ଉପରେ ଆରୋପ ଲଗାଇଛନ୍ତି। ପୋଲିସ ଏହି ମାମଲାର ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *