ଶିକାର କରିବାକୁ ପଞ୍ଝା ମାରିଲା ସିଂହୀ, ହେଲେ ଛୋଟ ଝିଅଟି ଏମିତି କିଛି କଲା, ଦେଖିବା ଲୋକ ନହସି ରହି ପାରିବେନି- ଦେଖନ୍ତୁ ଭିଡିଓ

ଆଖି ଆଗରେ ଶିକାର ଥିବ ଆଉ ପେଟରେ ଭୋକ ଥିବ। ଏହିପରି ସୁଯୋଗକୁ କେବେ କୌଣସି ପଶୁ ହାତଛଡ଼ା କରିବ ବୋଲି ଭାବୁଛନ୍ତି କି? ନାହିଁ ନା, ହେଲେ ଗୋଟେ ସିଂହୀକୁ ଶିକାର କରିବାକୁ ଯାଇ ବଡ ହଟହଟା ହେବାକୁ ପଡ଼ିଛି। ଆଉ ସିଂହୀକୁ ବୋକା ବନେଇଛି ଗୋଟେ କୁନି ଝିଅ। ଏବେ ସୋସିଆଲ ମିଡିଆରେ ସିଂହୀ ଆଉ କୁନି ଝିଅର ସେହି କୌତିକିୟା ଭିଡିଓ ଭାଇ-ରାଲ ହେବାରେ ଲାଗିଛି।

ଏହି ଭିଡିଓଟି ଏକ ଚିଡ଼ିଆଖାନାର ବୋଲି ଜଣା ପଡିଛି। ଯେଉଁଠାରେ କାଚ କାନ୍ଥ ତିଆରି ହୋଇଥିବାର ଭିଡିଓରେ ଦେଖା ଯାଉଛି। ଆଉ ସେହି କାଚ ବାଡର ଅପର ପାର୍ଶ୍ୱରେ ଗୋଟିଏ ସୁନ୍ଦର ଛୋଟ ଝିଅ ଠିଆ ହୋଇ ସିଂହୀଙ୍କୁ ଆରାମରେ ସ୍ପର୍ଶ କରିବାକୁ ଚେ-ଷ୍ଟା କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି | ତେବେ ସେଠାରେ ଥିବା ସିଂହମାନେ ଭଲଭାବେ ଜାଣନ୍ତି ଯେ ସେମାନଙ୍କୁ ଦେଖୁଥିବା ଲୋକଙ୍କ ନିକଟରେ ଏହି ଦ୍ଵାରା ପାର କରି ପହଞ୍ଚିବା ସମ୍ଭବ ନୁହେଁ। କିନ୍ତୁ କୁନି ଝିଅଟିର ସ୍ପର୍ଶ କରିବା ଶୈଳୀ ସିଂହୀଟିକୁ ଦ୍ୱନ୍ଦ୍ୱରେ ପକାଇଦେଇଥିଲା। ସିଂହୀ ପ୍ରଥମେ ଝିଅଟିକୁ ପଞ୍ଝା ମାରିବାକୁ ଚେ-ଷ୍ଟା କରିଥିଲା। ଯେତେବେଳେ ତାର ପଞ୍ଝା ଗ୍ଲାସ ଉପରେ ଖସିବାକୁ ଲାଗିଥିଲା, ସେ ଏହି କାର୍ଯ୍ୟ ବାରମ୍ବାର ଓ ଶୀଘ୍ର କରିବାକୁ ଲାଗିଥିଲା | ସିଂହୀର ଏହି କାର୍ଯ୍ୟ ଛୋଟ ଝିଅଟିକୁ ବହୁତ ଖୁସି ଦେଇଥିଲା ସତ, କିନ୍ତୁ ସିଂହୀ ତା’ର ଶିକାରକୁ ନପାଇ ନିରାଶ ହୋଇଯାଇଥିଲା |

ଏହି ଭିଡିଓଟା କେଉଁଠିିକାର ବୋଲି ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନଥିବା ବେଳେ ଏହି ଭିଡିଓକୁ ସୋସିଆଲ ମିଡିଆରେ ୱାଇଲ୍ଡ ଲାଇଫ ପ୍ରେମୀମାନେ ବେଶ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ୱାଇଲ୍ଡପ୍ଲାନେଟିଭ ଆକାଉଣ୍ଟରେ ଭିଡ଼ିଓଟି ସେୟାର କରାଯାଇଛି। ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ବହୁ ସଂଖ୍ୟାରେ ମିଠା ମିଠା କମେଣ୍ଟ ଦେଇଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *