ଅନେକ ଲୋକଙ୍କ ଜୀବନ ନେଇପାରେ ଏହି ଜୀବ,କିନ୍ତୁ ଜଣେ ମହିଳା ଏହାକୁ ହାତରେ ଧରି ବୁଲୁଛନ୍ତି,ଜାଣନ୍ତୁ ସେ ଜୀବ ବିଷୟରେ

ମନୁଷ୍ୟ ମଧ୍ୟ ଜଣାନାହିଁ କେତେ ପ୍ରକାରର କମାଲ କରିଥାନ୍ତି। ଲୋକମାନଙ୍କୁ ଡର ମଧ୍ୟ ଲାଗୁନାହିଁ। ରୋମାଞ୍ଚର ସ୍ତର ଜନତାଙ୍କ ମଧ୍ୟରେ ସବୁବେଳେ ଉଚ୍ଚରେ ରହିଥାଏ। ଅନେକ ଥର ତ ତାଙ୍କୁ ଜଣା ମଧ୍ୟ ନଥାଏ କି ସେ ଯାହା କରୁଛନ୍ତି ତାହା କେତେ ଭୟ-ଙ୍କର ଅଟେ। ଇଂଲଣ୍ଡରେ ରହୁଥିବା ଜଣେ ମହିଳାଙ୍କ ସହିତ ଏମିତି ହିଁ ହୋଇଛି। ସେ ଇଣ୍ଡୋନେସିଆକୁ ଯାଇଥିଲେ ଛୁଟି କଟେଇବା ପାଇଁ। ବର୍ତମାନ ସେଠାରେ ତାଙ୍କୁ ଗୋଟିଏ ଛୋଟ, ସୁନ୍ଦର ଦେଖା ଯାଉଥିବା ଜୀବକୁ ନିଜ ପାପୁଲି ଉପରେ ରଖି ନେଇଥିଲେ। ମହିଳାଙ୍କର ଏହି କଥାର ବିଲକୁଲ ବି ଧାରଣା ନଥିଲା କି ସୁନ୍ଦର ଦେଖା ଯାଉଥିବା ଏହି ଜୀବ ମିନିଟରେ ୨୬ଜଣ ଲୋକଙ୍କୁ ମୃ-ତ୍ୟୁର ନିଦରେ ଶୁଆଇ ଦେଇ ପାରିବ‌।

ସେୟାର କରିଥିଲେ ସେ ଭିଡିଓ

ନ୍ୟୁୟର୍କ ପୋଷ୍ଟ ମୁତାବକ, ଏହି ମହିଳାଙ୍କ ନାମ କେଲିନ ଅଟେ।ସେ ନିଜର ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆର ଟିକଟକ ପ୍ଲାଟଫର୍ମରେ ଶେୟାର କରିଥିଲେ। ଭିଡ଼ିଓରେ ଦେଖା ଯାଉଛି କି କେଲିନଙ୍କ ହାତରେ ବ୍ଲୁ ରିଙ୍ଗ୍ଡ ଅକ୍ଟୋପସ ଅଛି। ସେ ତାକୁ ପାପୁଲି ଉପରେ ରଖିଛନ୍ତି। ଯାହା ବିଷୟରେ ତାଙ୍କୁ କିଛି ବି ଜଣାନାହିଁ।

୫୦ଲକ୍ଷରୁ ଅଧିକ ଭ୍ୟୁ ମିଳିଛି ଭିଡିଓକୁ

ଏହି ଅକ୍ଟୋପସ ବିଷୟରେ ଜାଣିବା ପାଇଁ କେଲିନ ଗୁଗଲରେ ସର୍ଚ୍ଚ ମଧ୍ୟ କରିଥିଲେ। ସେ ଦେଖିଥିଲେ କି ଏହି ଜୀବ ନିଜ ବି-ଷ ମାଧ୍ୟମରେ ଗୋଟିଏ ମିନିଟରେ ୨୬ଲୋକଙ୍କ ଜୀବନ ନେଇ ପାରିବ। ତାଙ୍କର ଏହି ଭିଡିଓକୁ ୫୦ଲକ୍ଷରୁ ଅଧିକ ଭ୍ୟୁ ମିଳି ସାରିଛି। ହେଲେ, ଏହି ଅକ୍ଟୋପସ କେଲୀନଙ୍କୁ ଆକ୍ର-ମଣ କରି ନଥିଲା।

ଗୋଟିଏ କାମୁଡ଼ାରେ ଥାଏ ଏତେ ବି-ଷ

ଜଣା ଯାଉଛି କି ଦୁନିଆରେ ଅନେକ ପ୍ରକାରର ଅକ୍ଟୋପସ ଦେଖା ଯାଇଥାନ୍ତି। ଏମାନଙ୍କ ମଧ୍ୟରୁ ‘ଵ୍ଲୁ ରିଙ୍ଗ୍ଡ ଅକ୍ଟୋପସ’ ସବୁଠାରୁ ଅଧିକ ବି-ଷାକ୍ତ ହୋଇଥାଏ। ତା ବି-ଷ ମନୁଷ୍ୟକୁ ମାତ୍ର ୩୦ସେକେଣ୍ଡରେ ହିଁ ମାରିପାରେ। ବ୍ଲୁ ରିଙ୍ଗ୍ଡ ଅକ୍ଟୋପସର କେବଳ ଗୋଟିଏ କାମୁଡ଼ାରେ ଏତେ ବି-ଷ ଥାଏ କି ଯାହାଦ୍ଵାରା ପାଖାପାଖି ୨୬ଜଣ ଲୋକଙ୍କର ମୃ-ତ୍ୟୁ ହୋଇ ପାରିବ। ଲୋକମାନେ ଏହି ଭିଡିଓକୁ ଦେଖିବା ପରେ ବିଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି କି ‘ଅକ୍ଟୋପସ ଚାହିଁଥିଲା ସେଥିଯୋଗୁଁ ତୁମେ ଆଜି ଜୀବନ୍ତ ଅଛ। ‘ଆମେ ଆପଣଙ୍କୁ ଅନୁ-ରୋଧ କରୁଛୁ କି ଦୟାକରି ଏମିତି କରନ୍ତୁ ନାହିଁ ଏମିତି କରିବାଟା ବି-ପ-ଦ-ଜ-ନ-କ ହୋଇପାରେ।

Leave a Reply

Your email address will not be published. Required fields are marked *