ଭାରତର ଏହି ଦ୍ୱୀପରେ ରହୁଛନ୍ତି ସବୁଠାରୁ ‘ଭୟ-ଙ୍କର ଜନଜାତି’, ଯିଏ ବି ଯାଏ ପାଖକୁ.. ଫେରିପାରେ ନାହିଁ ଜୀବନ୍ତ!

ଭାରତର ଏହି ଦ୍ୱୀପ (North Sentinei Island) କୁ ଯେତେବେଳେ ବି କେହି ଯିବାକୁ ଚେଷ୍ଟା କରିଛନ୍ତି, ସେଠାରେ ଥିବା ଜନଜାତିର ଲୋକମାନେ ସେମାନଙ୍କୁ ଜୀବନ୍ତ ଫେରିବାର ସୁଯୋଗ ଦିଅନ୍ତି ନାହିଁ। ଏହି କାରଣରୁ ସରକାର ଲୋକମାନଙ୍କୁ ଯିବା ପାଇଁ ବାରଣ କରିଛନ୍ତି।

ସାରା ଦୁନିଆରେ ଆଜି ମଧ୍ୟ ଏମିତି ବହୁ ଜନଜାତି ମହଜୁଦ ଅଛନ୍ତି, ଯେଉଁମାନଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି | ଏପରି ଏକ ଜନଜାତି ଉତ୍ତର ସେଣ୍ଟିନେଲ ଦ୍ୱୀପ(North Sentinel Island)ରେ ବାସ କରୁଛନ୍ତିି, ଯାହା ଭାରତର ଅଧୀନରେ ରହିଛି, ଉଁମାନଙ୍କର ଆଧୁନିକ ମାନବ ସଭ୍ୟତା ସହିତ କୌଣସି ସମ୍ପର୍କ ନାହିଁ। ଏହି ଜନଜାତିର ଲୋକମାନେ ଏତେ ଆ-କ୍ର-ମଣା-ତ୍ମକ ଏବଂ ବିପ-ଜ୍ଜନକ (Most Dreaded Tribe) ଅଟନ୍ତି ଯେ ସେମାନେ କାହାକୁ ମଧ୍ୟ ନିଜ ଆଖପାଖରେ ବୁଲିବାକୁ ଦିଅନ୍ତି ନାହିଁ | ଏଭଳି ପରିସ୍ଥିତି ପାଇଁ ସରକାର ଏଠାକୁ ଲୋକମାନଙ୍କ ଯିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି।

ସରକାରଙ୍କ ବ୍ୟତୀତ, ଏହି ଲୋକମାନଙ୍କୁ ମୁଖ୍ୟ ଧାରା ସହିତ ଯୋଡିବାକୁ ଚେଷ୍ଟା ବହୁ ସଚେତନ ନାଗରିକ ମଧ୍ୟ କରିଥିଲେ ଏବଂ ସେମାନଙ୍କ ପାଖରେ ପହଞ୍ଚିବାକୁ ମଧ୍ୟ ଚେଷ୍ଟା କରିଥିଲେ। ସେମାନେ ଏହି ବିପଦଜନକ ଦ୍ୱୀପକୁ ମଧ୍ୟ ଯାଇଥିଲେ, କିନ୍ତୁ ଜୀବନ୍ତ ଭାବରେ ଫେରିପାରି ନଥିଲେ | ଜଣା ଯାଉଛି କି ଜେଲରୁ ପଳାଇଥିବା ଜଣେ କଏଦୀ ଭୁଲରେ ଏହି ଦ୍ୱୀପରେ ପହଞ୍ଚି ଯାଇଥିଲେ ତ ତାଙ୍କୁ ମଧ୍ୟ ମା-ରି ଦିଅଯାଇଥିଲା। ବର୍ଷ ୨୦୦୬ରେ ମଧ୍ୟ ଦୁଇ ମତ୍ସ୍ୟଜୀବୀ ସେମାନଙ୍କ ଡଙ୍ଗା ସହିତ ବିଚ୍ୟୁତ ହୋଇ ଦ୍ୱୀପ ପାଖରେ ପହଞ୍ଚିଥିଲେ, ତ ସେମାନେ ଜୀବନରୁ ଶେ-ଷ ହୋଇଯାଇଥିଲେ। ସେଠାରେ,୧୯୮୧ରେ ଏକ ବିପଥଗାମୀ ଡଙ୍ଗା ଏହି ଦ୍ୱୀପ ନିକଟରେ ପହଞ୍ଚିଥିଲା, ଯାହାକୁ ହେଲିକପ୍ଟର ପଠାଇ ଉଦ୍ଧାର କରାଯାଇଥିଲା। ସେଥିର ସଦସ୍ୟମାନେ କହିଥିଲେ ଯେ କିଛି ଲୋକ କୂଳରେ ତୀର ଓ ବର୍ଚ୍ଛା ଧରି ଠିଆ ହୋଇଥିଲେ। ଆମ ଭାଗ୍ୟ ଭଲ ଥିଲା କି ଆମେ ସେଠାରୁ ବାହାରିବାରେ ସଫଳ ହୋଇଥିଲୁ |

ଝଡ଼ରେ ମଧ୍ୟ ସେମାନେ ନିଜକୁ ରଖିଛନ୍ତି ଜୀବନ୍ତ

ସରକାର ବ‌ହୁଥର ଏହି ଦ୍ୱୀପର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି, କିନ୍ତୁ ପ୍ରତ୍ୟେକ ଥର ନିରାଶ ହୋଇଛନ୍ତି। ୨୦୦୪ରେ ହୋଇଥିବା ସୁନାମି ପରେ ଭାରତ ସରକାର ଏହି ଦ୍ଵୀପରେ ମହଜୁଦ ଥିବା ଲୋକ ମାନଙ୍କର ଖବର ନେବାପାଇଁ ତାଙ୍କର ଏକ ହେଲିକପ୍ଟର ପଠାଇଥିଲେ। କିନ୍ତୁ ଏଠାରେ ଥିବା ଲୋକମାନେ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ। ଏରିଲ ଫଟୋଗ୍ରଫିରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଜନଜାତି ଚାଷ କରନ୍ତି ନାହିଁ, କାରଣ ଏଠାର ସମଗ୍ର ଅଞ୍ଚଳରେ ଏବେବି ଘଞ୍ଚ ଜଙ୍ଗଲ ହୋଇ ରହିଛି | ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଜନଜାତି ଶିକାର ଉପରେ ନିର୍ଭରଶୀଳ ଅଟନ୍ତି। ଅନେକ ଲୋକ କୁହନ୍ତି ଯେ ଏହି ଜନଜାତିଙ୍କ ପାଖରେ ପହଞ୍ଚି ସେମାନଙ୍କ ପାଇଁ କିଛି କରିବା ଉଚିତ | ସେଠାରେ, ଆଉ କିଛି ଲୋକ କୁହନ୍ତି ଯେ ସେମାନଙ୍କୁ ସେମାନଙ୍କ ଅବସ୍ଥାରେ ଛାଡିଦେବା ଠିକ ହେବ।

ଏହି ଦ୍ୱୀପରେ ରହୁଛନ୍ତି 60 ହଜାର ବର୍ଷରୁ

୨୩ କିଲୋମିଟର ବିସ୍ତୃତ ଏହି ଦ୍ଵୀପରେ ଏହି ଜନଜାତି ପ୍ରାୟ ୬୦,୦୦୦ ବର୍ଷଧରି ବାସ କରିଆସୁଛନ୍ତି। ସେମାନଙ୍କର ମୋଟ ସଂଖ୍ୟା ପାଖାପାଖି ୧୦୦ ବୋଲି କୁହାଯାଉଛି। ଏହି ଲୋକମାନଙ୍କୁ Lost Tribe ମଧ୍ୟ କୁହାଯାଏ‌। କିଛି ରିପୋର୍ଟରେ ଏହାକୁ ବିଶ୍ୱର ସବୁଠାରୁ ବିଚ୍ଛିନ୍ନ ଜନଜାତିର ଆଖ୍ୟା ଦିଆଯାଇଛି। ଏହି ଦ୍ୱୀପ ବଙ୍ଗୋପସାଗରର ପୋର୍ଟ ବ୍ଲେୟାର ଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ।

Leave a Reply

Your email address will not be published. Required fields are marked *