ଆଜିର ସମୟରେ ଅନେକ ଲୋକଙ୍କ ମଧ୍ୟରେ ପେଟ ଜନିତ ସମସ୍ୟା ଦେଖାଦେଉଛି। ଗ୍ୟାସ, ଏସିଡିଟି, ଅଜୀର୍ଣ୍ଣ ଏବଂ ଅଗ୍ନିମାନ୍ଦ୍ୟ ପରି ଅନେକ ପ୍ରକାରର ରୋଗ ଲୋକ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ। ହାଲକା କିଛି ଜଳଖିଆ କିମ୍ବା ତେଲ ଭାଜି ଜିନିଷ ଖାଇବା ଦ୍ୱାରା ଆମକୁ ଅଜୀର୍ଣ୍ଣ ଅନୁଭବ ହୋଇଥାଏ। ଏହାଛଡା ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଅଜୀର୍ଣ୍ଣ ଏବଂ ଅଗ୍ନିମାନ୍ଦ୍ୟ ଭଳି ସମସ୍ୟା ବହୁଦିନ ଧରି ଭୋଗୀ ଆସୁଛନ୍ତି, ଏହି ସବୁ କାରଣରୁ ବହୁତ କଷ୍ଟ ମଧ୍ୟ ପାଇଛନ୍ତି। ଏମିତି ଏକ ଘରୋଇ ଉପଚାର ରହିଛି ଯାହାର କେବଳ ୩୦ ଦିନ ପ୍ରୟୋଗ ଦ୍ୱାରା ଆପଣଙ୍କର ଅଜୀର୍ଣ୍ଣ ବା ଅଗ୍ନିମାନ୍ଦ୍ୟ ପରି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ। ଏହି ଉପଚାରଟିକୁ ପ୍ରସ୍ତୁତ କରିବା ମଧ୍ୟ ବହୁତ ସହଜ ହୋଇଥାଏ, ଏହାକୁ ସମସ୍ତେ ବନାଇ ପାରିବେ।
ପ୍ରସ୍ତୁତି ପ୍ରକ୍ରିୟା: ଏହି ଉପଚାରକୁ ପ୍ରସ୍ତୁତ କାରିବା ପାଇଁ ଆପଣଙ୍କୁ ଆବଶ୍ୟକ ପ୍ରଥମ ସାମଗ୍ରୀ ଜୁଆଣି। ଜୁଆଣି ସମସ୍ତଙ୍କର ରୋଷେଇ ଘରୁ ବହୁତ ସହଜରେ ମିଳିଯିବ। ଜୁଆଣି ଏକ ଆୟୁର୍ବେଦୀୟ ଉପଚାର ଅଟେ ଯାହାକୁ ଖାଦ୍ୟ ପ୍ରସ୍ତୁତ କରିବାରେ ମଧ୍ୟ ବ୍ୟବହାର କରାଯାଇଥାଏ। କିନ୍ତୁ ଆପଣ ମାନେ ହୁଏତ ଜାଣି ନଥିବେ ଜୁଆଣି ଆମ ଶରୀର ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଏହା ଆମ ଶରୀରରୁ ଅନେକ ପ୍ରକାରର ରୋଗକୁ ଦୂର କରିଥାଏ। ଜୁଆଣିରେ ଏମିତି ଅନେକ ପୋଷକ ତତ୍ତ୍ଵ ରହିଥାଏ ଯାହା ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ , ଶୁଳ, ପେଟ ଫମ୍ପା, ଅମ୍ଳ ହେକୁଟି, କୃମି, ପ୍ଲେହା ଏବଂ ଉଦର ଜନିତ ରୋଗ ପାଇଁ ବହୁତ ଲାଭଦାୟୀ ହୋଇଥାଏ।
ଆପଣଙ୍କୁ ଏହି ଉପଚାରକ ପାଇଁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ବିଟ ଲୁଣ। ବିଟ ଲୁଣ ଆମେ ଖାଦ୍ୟକୁ ସୁସ୍ୱାଦୁ ବନାଇବା ପାଇଁ ବ୍ୟବହାର କରିଥାଉ। ବିଟ ଲୁଣ ମଧ୍ୟ ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ପେଟ ଫମ୍ପା, ଅମ୍ଳ ହେକୁଟି, କୃମି ପ୍ରବୃତ୍ତି ରୋଗ ପାଇଁ ବହୁତ ଲାଭଦାୟୀ ହୋଇଥାଏ।
ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ଗ୍ରାଇଣ୍ଡିଙ୍ଗ ଜଗରେ ଏକ ଗ୍ଲାସ ପାଣି ନିଅନ୍ତୁ। ଏବେ ଏଥିରେ ଏକ ଚାମଚ ଜୁଆଣି ଏବଂ ଅଧା ଚାମଚ ବିଟ ଲୁଣ ମିଶାଇ ଦିଅନ୍ତୁ। ଏସବୁକୁ ମିଶାଇବା ପରେ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ। ବର୍ତ୍ତମାନ ଏହି ଗ୍ରାଇଣ୍ଡିଙ୍ଗ କରିଥିବା ମିଶ୍ରଣକୁ ହାଲକା ଉଷୁମ କରି ନିଅନ୍ତୁ। ଏହାପରେ ଆପଣଙ୍କ ଉପଚାର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ।
ସେବନ ବିଧି: ଯଦି ଆପଣଙ୍କୁ ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ବାତଜୀର୍ଣ୍ଣ, ଶୁଳ, ପ୍ଲିହା ଏବଂ ଉଦର ଜନିତ କୌଣସି ସମସ୍ୟା ରହିଛି ତେବେ ଆପଣ ଏହି ଉପଚାରକୁ ପ୍ରସ୍ତୁତ କରି ସେବନ କରି ପାରିବେ। ଏହାକୁ ଖାଦ୍ୟ ଖାଇବାର ଅଧା ଘଣ୍ଟା ପରେ ସେବନ କରି ପାରିବେ।ଦିନକୁ ଦୁଇଥର କରି ଏହାର ସେବନ କରି ପାରିବେ।
ଏହାଛଡା ଯେଉଁମାନଙ୍କୁ ରକ୍ତଚାପ ଜନିତ ସମସ୍ୟା ରହିଛି ସେମାନେ ଲୁଣର ସେବନ କରିବା କଥା ନୁହେଁ ସେହି କାରଣରୁ ସେମାନେ ପ୍ରଥମ ଉପଚାରଟିର ପ୍ରୟୋଗ କରି ପାରିବେ ନାହିଁ। ସେଥିପାଇଁ ଆପଣ ଏକ ଗ୍ଲାସ ପାଣିରେ ଏକ ଚାମଚ ଜୁଆଣିକୁ ଭେଦାଇ ରାତି ସାରା ରଖି ଦିଅନ୍ତୁ। ସକାଳୁ ଏହି ଜୁଆଣି ପାଣିକୁ ହାଲକା ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ ଏବଂ ଏହାର ସେବନ କରନ୍ତୁ। ଏହିପରି ଭାବରେ ଦୁଇଟି ଯାକ ଉପଚାରରୁ କୌଣସି ଗୋଟିଏକୁ ଆପଣ ନିୟମିତ ୩୦ ଦିନ ସେବନ କରନ୍ତୁ କରନ୍ତୁ। ଏହାର ସେବନ କରି ଆପଣ ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ବାତଜୀର୍ଣ୍ଣ, ଶୁଳ, ପ୍ଲିହା ଏବଂ ଉଦର ଜନିତ ଯେକୌଣସି ସମସ୍ୟା ସମ୍ପୂର୍ଣ୍ଣ ଦୂର କରି ପାରବେ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |